ଦୁଇ ପରିବାରର ବିବାଦ ନେଇ ମେଡିକାଲରେ ୩ ଦିନ ପଡ଼ିରହିଲା ମୃତଦେହ

ଧରାକୋଟ,୧୬ା୧୧: ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଗାଙ୍ଗପୁରର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକ ଜଣକ ହେଲେ ବସନ୍ତ ବେହେରା(୩୦)। ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ଦିନ ହେଲା ପଡ଼ିରହିଛି ପଚା ଶବ। ଏଥିରୁ ଦୁର୍ଗନ୍ଧ ବାହାରୁ ଥିବାରୁ ମେଡିକାଲ ପରିସରରେ ରହିବା ସମ୍ଭବ ହେଉନାହିଁ। ମୃତକ ବସନ୍ତଙ୍କ ନିଜଘର ଲୋକ ଓ ଶ୍ୱଶୁର ଘରର ଲୋକଙ୍କ ମୃତ୍ୟୁ ପାଇଁ ପରସ୍ପର ମଧ୍ୟରେ ଆପତ୍ତି ଅଭିଯୋଗ କାରଣରୁ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିପାରୁନି। ପରିବାର ଲୋକ ବି ୩ ଦିନ ହେଲା ଦିନ ରାତି ମୃତଦେହ ପାଖରେ ଜଗି ରହିଛନ୍ତି। ମୃତ୍ୟୁକୁ ନେଇ ଉଠିଛି ବିବାଦ। ଫଳରେ ମୃତଦେହ ସେମିତି ମେଡିକାଲରେ ପଡ଼ିରହିଛି।
ସୂଚନାନୁଯାୟୀ, ବସନ୍ତଙ୍କ ନିଜ ଗ୍ରାମ ପୁରୁଷୋତ୍ତମପୁର ବ୍ଲକ ରେଙ୍ଗୁଟି ପଲ୍ଲି ଗ୍ରାମ। ତାଙ୍କ ଶ୍ୱଶୁର ଘର ହେଉଛି ଧରାକୋଟ ବ୍ଲକ ପଣିବନ୍ଧ। ସେ ଗତ ୬ଦିନ ତଳେ ନିଜ ଶ୍ୱଶୁର ଘର ଗ୍ରାମକୁ ଆସିଥିଲେ। ଗତ ଗୁରୁବାର ରାତିରେ ଶ୍ୱଶୁର ଘରେ ଖାଇ ଶୋଇବାକୁ ଅନ୍ୟ ଏକ ଘରକୁ ଯାଇଥିଲେ। ସେଠାରେ ଶୋଇଥିବା ସମୟରେ ଶ୍ୱଶୁର ଘର ଲୋକଙ୍କ କହିବା ମୁତାବକ ଆଉ ଡାକିଲେ ମଧ୍ୟ ଶୁଣି ନ ଥିଲେ। ଫଳରେ ତାଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ରାତି ଗୋଟାଏରେ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଯୁବକଙ୍କ ମୃତଦେହ ଜବତ କରିଛି। ହେଲେ ବସନ୍ତଙ୍କ ମୃତୁକୁ ନେଇ ତାଙ୍କ ଭାଇମାନେ ଓଲଟା ଅଭିଯୋଗ ଆଣୁଛନ୍ତି। ସେମାନଙ୍କ ଆଭିଯୋଗ ଯେ, ବସନ୍ତଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ହତ୍ୟା କରିଛନ୍ତି। ତେଣୁ ସେମାନେ ଘଟଣାର ସତ୍ୟତା ଜାଣିବା ପରେ ହିଁ ମୃତଦେହ ନେବେ। ଏପଟେ ବସନ୍ତଙ୍କ ଶ୍ୱଶୁର ଘର ଲୋକେ ୩ ଦିନ ହେଲା ମେଡିକାଲରେ ପୋଲିସ ସହ ଅନିଦ୍ରା ରହିଛନ୍ତି। ସେପଟେ ପୋଲିସ ମଧ୍ୟ ମୃତଦେହ ବିବାଦ ଫଳରେ ବ୍ୟବଚ୍ଛେଦ ପାଇଁ ପଠାଇ ପାରୁନାହିଁ। ଏପଟେ ମେଡିକାଲ ପରିସରରେ ସେମିତି ପଡ଼ିରହିଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଡାକ୍ତର ମଧ୍ୟ ଚାହିଁ ଚାହିଁ ପୋଲିସକୁ ବାରମ୍ବାର ଖବର ଦେବା ପରେ ବି କିଛି ସୁଫଳ ମିଳି ନ ଥିଲା। ତେଣୁ ପଚା ମୃତଦେହ ଯୋଗୁ ରୋଗୀସେବା ବ୍ୟାହତ ହୋଇଛି। ଶନିବାର ୨ ଘଣ୍ଟାରେ ଧରାକୋଟ ଓ ଗାଙ୍ଗପୁର ପୋଲିସର ଉପସ୍ଥିତିରେ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଥିବାବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ସନ୍ଦେହଜନକ ମୃତ୍ୟୁର କାରଣ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri