ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଲା ମୃତଦେହ

ଚିତ୍ରକୋଣ୍ଡା,୩ା୭(କ୍ଷୀରୋଦ ବେହେରା): ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଛି ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲକ୍ୟାମ୍ପ ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ ଓ୍ବାନ୍‌ ଗ୍ରାମରେ।
ମିଳିଥିବା ସୂଚନାନୁଯାୟୀ, ଡାଇକ ଓ୍ବାନ୍‌ ଗ୍ରାମର ଲକ୍ଷ୍ମଣ ଖରାଙ୍କ ପୁଅ ଭାସ୍କର ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଜିଲା ନିଜାମବାଦ ଯାଇଥିଲେ। ସେ ଦୀର୍ଘ ୧୦ ବର୍ଷ ହେଲା ଆଖପାଖ ଅଞ୍ଚଳରେ ଦାଦନ କାର୍ଯ୍ୟ କରିଆସୁଥିଲେ। ମଙ୍ଗଳବାର ଏକ ଡ୍ରେନ୍‌ କାମ କରୁଥିବା ସମୟରେ ହଠାତ୍‌ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ପ୍ରକାଶ ଥାଉକି, ଭାସ୍କରଙ୍କୁ ମାଲକାନଗିରି ଜିଲା କାଲିମେଳା ଏମ୍‌ଭି -୫୨ର ଠିକାଦାର ବାଲାଶଙ୍କର ମଣ୍ଡଳ କାମରେ ଲଗାଇ ଆସୁଥିଲେ। ଆଜକୁ ୧୦ ବର୍ଷ ହେବ ଲୋକଙ୍କୁ ନେଇ ଆନ୍ଧ୍ରରେ କାମରେ ଲଗାଉଥିଲେ ବାଲାଶଙ୍କର। ଅତୀତରେ ସେଇ ସମାନ ଟନେଲ କ୍ୟାମ୍ପ ପଞ୍ଚାୟତ ପରଜାଗୁଡ଼ା ଗ୍ରାମର ଆଗରୁ ଜଣେ ଯାଇ ମୃତ୍ୟୁ ହୋଇ ଗାଁକୁ ମୃତଦେହ ଫେରିଥିଲା। ଆନ୍ଧ୍ରକୁ କାମ କରିବାକୁ ଡାଇକ ଓ୍ବାନ୍‌ ଓ ବାଲିଗୁଡ଼ା ଗ୍ରାମର ୪ ଜଣ ପୁଅ ଓ ଝିଅ ମିଶି କାମ କରିବାକୁ ଯାଇଥିଲେ। ଭାସ୍କରଙ୍କ ମୃତଦେହ ସହିତ ଦୁଇ ଜଣ ଗାଁକୁ ଫରିଥିବା ବେଳେ ଆଉ ଜଣେ ଝିଅ ଫେରି ନ ଥିବା ଜାଣିବାକୁ ମିଳିଛି। ତାଙ୍କ ବିବାହ ମାତ୍ର ଏକ ବର୍ଷ ହେଲା ହୋଇଛି ତାଙ୍କର ବୃଦ୍ଧ ବାପା ମା’ ଅଛନ୍ତି। ଏଭଳି ଆନ୍ଧ୍ରକୁ କାମ କରିବାକୁ ଯାଇ ସେଠି ମୃତୁ ଘଟୁଛି। ଆଜି ଗାଁକୁ ଭାସ୍କରଙ୍କ ମୃତଦେହ ଫେରିଛ। ଏନେଇ ଗାଁ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା): ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୫ଟଙ୍କା ଶସ୍ତା ହେଲା ପେଟ୍ରୋଲ; ଏହି ସରକାର କମାଇଲେ ତେଲଦାମ୍‌

ଇସଲାମାବଦ,୧୬।୫: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଅନେକ ଦେଶକୁ ପ୍ରଭାବିତ କରୁଛି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ ଘଟେ, ଏହାର ତୁରନ୍ତ ପ୍ରଭାବ ସାଧାରଣ ଲୋକଙ୍କ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri