ପିଛା ଛାଡୁନାହିଁ ଦାଦନ ଯନ୍ତ୍ରଣା: ଆନ୍ଧ୍ରରୁ ଗାଁକୁ ଫେରିଲା ମୃତଦେହ, ଅଧାରେ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ପଟାଙ୍ଗି,୧୭ା୩(ଶରତ ଧଳ): ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଗ୍ରାମକୁ ଶବ ହୋଇ ଫେରିବା ଦୃଶ୍ୟ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି କରିଛି ଶୋକାକୁଳ ପରିବେଶ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ୨ କିଲୋମିଟର ଦୂରରେ ରହିଥିବା ଡୁମୁରିଗୁଡ଼ା ଗ୍ରାମ କ୍ଷେତ୍ରରେ।

ସୂଚନାନୁଯାୟୀ, ଉକ୍ତ ଗ୍ରାମରୁ ୬ଜଣ ଯଥା ବାବୁଲା ମାଝି , ଧନପତି ମାଝି, ବନ୍ଧୁ ପାମିୟା , କଡ୍ରିଆ ସୁରେନ୍ଦ୍ର , ସନୁ ମାଝି ଓ କଡ୍ରିଆ ପ୍ରଫୁଲ୍ଲ ପ୍ରମୁଖ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ଗୁଡୁଓ୍ବାଡା ଜିଲାର ଏମ୍‌ପି ପାଡ ଅଞ୍ଚଳର ଏକ ମାଲିକଙ୍କ ବିରି ବାଡ଼ରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଉକ୍ତ ମାଲିକଙ୍କ ଲୋକଙ୍କ ସହାୟତାରେ ପହଞ୍ଚି ଦୀର୍ଘ ୨୦ଦିନ ହେବ ଉକ୍ତ ବାଡ଼ରେ କାମ କରୁଥିଲେ। ଏହି ସମୟରେ ସନୁ (୬୫)ଙ୍କ ହଠାତ୍‌ ଦେହ ଅସୁସ୍ଥ ହୋଇ ପଡ଼ିବା ଫଳରେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସନୁ ମୃତ୍ୟୁବରଣ କରି ଯାଇଥିଲେ। ଶେଷରେ ବିରି ବାଡର ମାଲିକ ଜଣକ ଦିନକୁ ୬୦୦ଟଙ୍କା ହିସାବ ରେ ୧୨୦୦ଟଙ୍କା ଲେଖାଏ ୬ ଜଣଙ୍କର ଟଙ୍କା ହାତରେ ଦେଇ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଓଡ଼ିଶାର ଉପରୋକ୍ତ ଗ୍ରାମ ଡୁମୁରିଗୁଡ଼ାକୁ ପଠାଇ ଦେଇଥିବା ବେଳେ ଆମ୍ବୁଲାନ୍ସ ଗାଡ଼ିଟି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଉକ୍ତ ଗ୍ରାମରେ ନ ପହଞ୍ଚାଇ ଗ୍ରାମଠାରୁ କିଛି ଦୂରରେ ମୃତଦେହକୁ ଓହ୍ଲାଇ ଦେଇ ତରବରିଆ ଭାବେ ଛାଡ଼ି ଚାଲି ଯାଇଥିଲା। ଅନ୍ୟପକ୍ଷରେ ଗ୍ରାମବାସୀ ଏବଂ ମୃତ ବୃଦ୍ଧ ସମ୍ପର୍କୀୟମାନେ ଭୋର ସକାଳୁ ସମସ୍ତ ଘଟଣା ଜାଣିବା ପରେ ଆମ୍ବୁଲାନ୍ସ ଛାଡ଼ି ଚାଲି ଯାଇଥିବା ସ୍ଥାନରେ ପହଞ୍ଚି ମୃତ ଶରୀରକୁ ନେଇ ସରକାରୀ ସହଯୋଗକୁ ଅପେକ୍ଷା କରି ରହିଥିବା ବେଳେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି। ମୃତ ପରିବାରବର୍ଗଙ୍କୁ କିପରି ସରକାରୀ ସହାୟତା ମିଳିବ ସେନେଇ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri