Posted inଜାତୀୟ

ବାପାଙ୍କ କଫିନ୍‌କୁ ଚୁମ୍ବନ ଦେଲେ ଝିଅ

ନୂଆଦିଲ୍ଲୀ,୧୦।୧୨: ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ସମେତ ୧୨ ଜଣ ସୈନିକଙ୍କ ମୃତଦେହ ରାଜଧାନୀର ପାଲାମ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତ୍ୟେକ ଆଖିରେ ଲୁହ ଆସିଯାଇଥିଲା। ଜେନେରାଲ ରାୱତଙ୍କ ୨ ଝିଅ କଫିନ୍‌ରେ ରଖାଯାଇଥିବା ବାପାଙ୍କ ମୃତଦେହକୁ ଚାହିଁ ରହିଥିଲେ। ସମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ରିଗେଡିୟର୍‌ ଏଲ.ଏସ ଲିଡରଙ୍କ ଝିଅ ଆଶ୍ରା ବାପାଙ୍କ କଫିନ ନିକଟରେ ପହଞ୍ଚିବା ପରେ ପରିବେଶ ଅତ୍ୟନ୍ତ ଦୁଃଖଦାୟକ ହୋଇଥିଲା। ସେ କିଛି କ୍ଷଣ ପାଇଁ କଫିନ୍‌କୁ ଚାହିଁ ରହିଥିଲେ ଏବଂ ତା’ପରେ ପ୍ରଣାମ କରି ତାଙ୍କ କଫିନକୁ ଚୁମ୍ବନ ଦେଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। ଆଶ୍ରା ଦ୍ୱାଦଶ ଶ୍ରେଣୀର ଛାତ୍ରୀ।

ଜେନେରାଲ ରାୱତଙ୍କ ସମେତ ସମସ୍ତ ମୃତଦେହ ଗୁରୁବାର ସା ୭.୪୫ରେ ପାଲାମରେ ପହଞ୍ଚିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତି ୯ଟାରେ ବିମାନବନ୍ଦରରେ ପହଞ୍ଚି ଜେନେରାଲ ରାୱତଙ୍କ ସମେତ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଫିନ୍‌ ଦେଖି ପ୍ରଧାନମନ୍ତ୍ରୀ ହାତ ଯୋଡି ମୁଣ୍ଡ ନୁଆଁଇ ଆଖି ବନ୍ଦ କରିଦେଲେ। ଏହା ପରେ ମୋଦି ମୃତକଙ୍କ ପରିବାରକୁ ଭେଟି ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଭଳି କାମ କଲେ ବନ୍ଦ ହେବ LPG ସପ୍ଲାଇ

ନୂଆଦିଲ୍ଲୀ,୨୫।୩:  କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଅଞ୍ଚଳରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ ଉପଲବ୍ଧ, ସେଠାରେ ଗ୍ରାହକମାନେ PNG ବ୍ୟବହାର ନ…

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଭାରତ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ, ୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ବିଶ୍ୱ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri