ଦୁର୍ନୀତିର ଚକ୍ରବ୍ୟୂହ

ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ହେଲେ ଦୁର୍ନୀତି ଓଡ଼ିଶାର ଅଭିବୃଦ୍ଧିକୁ ବାଧା ଦେଉଛି। ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିଟି ସମାଜର ପ୍ରତିଟି ସ୍ତରରେ ବିସ୍ତାରିତ ହୋଇସାରିଛି। ଏହା ସୃଷ୍ଟି କରିଛି କର୍ତ୍ତବ୍ୟହୀନତା ଏବଂ କର୍ମବିମୁଖତା। ଏହା ଆମ ରାଜ୍ୟର ଅର୍ଥନୀତି, ଶିକ୍ଷା, ସ୍ବାସ୍ଥ୍ୟ ପ୍ରଭୃତି କ୍ଷେତ୍ରରେ ପ୍ରଭାବ ପକାଇବା ସହିତ ଓଡ଼ିଶାର ଅଭିବୃଦ୍ଧିକୁ ଅଣଲକ୍ଷ୍ୟ କରିଛି। ପରୀକ୍ଷା ପୂର୍ବରୁ ପଦବୀ ବିକ୍ରି ସରୁଛି। କହିବାକୁ ଲଜ୍ଜା ଲାଗେ ଯେ ଆମ ରାଜ୍ୟରେ ନିଯୁକ୍ତି ସ୍ତରରେ ବଡ଼ ବଡ଼ ଦୁର୍ନୀତି ଘଟିଚାଲିଛ। ଏଏସ୍‌ଓ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଏକ ନଗ୍ନ ଉଦାହରଣ। ଦୁର୍ନୀତିର ପ୍ରମୁଖ କାରଣ ହେଉଛି ଚାକିରି ସୁଯୋଗର ଅଭାବ, କଠୋର ଦଣ୍ଡ ବିଧାନର ଅଭାବ, ନିଯୁକ୍ତି କ୍ଷେତ୍ରରେ ବୟସ ସୀମାର ତାରତମ୍ୟ। ଜନଗଣନା ଅନୁସାରେ ଓଡ଼ିଶାର ସ୍ଥାନ ନବମ। ସ୍ବାଧୀନ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ଏଠାରୁ ଦୁର୍ନୀତି ଲୋପ ହୋଇପାରୁନାହିଁ। ବିଗତ ସରକାର ୨୪ ବର୍ଷ ଶାସନରେ ରହିଲେ ମଧ୍ୟ ଓଡ଼ିଶାରେ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବାରେ ସକ୍ଷମ ହୋଇ ନ ଥିଲେ ଏବଂ ସରକାରୀ କ୍ଷେତ୍ରରେ ମଧ୍ୟ ଯେତିକି ପଦବୀ ସୃଷ୍ଟି କରିବା କଥା ସେତିକି କରିପାରି ନ ଥିଲେ। ଯେତିକି ବି ସୃଷ୍ଟି କରିଥିଲେ ସେତକ ସମୁଦ୍ରକୁ ଶଙ୍ଖେ। ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗରେ ଗ୍ରନ୍ଥାଗାରିକ ପଦବୀ ଯାହା ଏପର୍ଯ୍ୟନ୍ତ ଖାଲିପଡ଼ିଛି ପୂରଣ ହୋଇ ନାହିଁ। ଭାଷା ସାହିତ୍ୟ ଓ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ସ୍ବାସ୍ଥ୍ୟ, ଉଚ୍ଚ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଆଦର୍ଶ ବିଦ୍ୟାଳୟ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ପବଦୀ ଖାଲି ରହଛି। ତେଲିଆ ମୁଣ୍ଡରେ ତେଲ’ ନୀତି ଅନୁସରଣ କରିଛନ୍ତି ରାଜ୍ୟ ସରକାର ବହୁ ବିଭାଗରେ ଯୁବତୀଯୁବକମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ସୁଯୋଗ ଦିଆ ନ ଯାଇ ଅବସରପ୍ରାପ୍ତ ବୟସ୍କ ବ୍ୟକ୍ତିମାନଙ୍କୁ ନିଯୁକ୍ତ କରାଯାଉଛି, ଯାହା ଫଳରେ ଯୁବ ପିଢ଼ି ଆଜି ହତୋତ୍ସାହିତ ହୋଇପଡ଼ିଛି।
ଚାକିରି ସୁଯୋଗର ଅଭାବରେ ବଢୁଥିବା ବେକାରି ସମସ୍ୟା ଯୁବ ସମାଜକୁ ଦୁର୍ନୀତି ଆଡ଼କୁ ଟାଣି ନେଉଛି। ଧୈର୍ଯ୍ୟହୀନ ହୋଇ ସେମାନେ ଟଙ୍କା ଦେଇ ଚାକିରି କିଣି ଦୁର୍ନୀତିରେ ଲିପ୍ତ ହେଉଛନ୍ତି। ‘ପେଟ ପୋଷ ନାହିଁ ଦୋଷ’ ନୀତି ସେମାନେ ଅବଲମ୍ବନ କରୁଛନ୍ତି। ଚାକିରି ନିମନ୍ତେ ଠିକ୍‌ ସମୟରେ ପଦବୀ ପୂରଣ ହେବାରେ ବିଳମ୍ବ ହେଉଥିବାରୁ ଚାକିରି ଆଶାରେ କେତେଜଣ ଶିକ୍ଷିତ ବେକାର ଚାକିରି ସନ୍ଧାନରେ ଦେଶାନ୍ତର ହେଉଛନ୍ତି। ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କିଛି ପଦବୀ ବାହାରି ନ ଥିଲା ଓ ଚାକିରି ଅସ୍ଥାୟୀ ଥିଲା। ନିର୍ବାଚନ ଆଳରେ ପଦବୀ ବାହାର କରି ଦିଆଯାଇଥିଲା ଏବଂ ପଦବୀ ବିକ୍ରି ମଧ୍ୟ ହୋଇ ଯାଇଥିଲା। ଯାହା ଫଳରେ ଅସଂଖ୍ୟ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୨୦୧୨ ମସିହାରେ ବାହାରିଥିବା ଏଏସ୍‌ଓ ପଦବୀ, ୨୦୧୮ ଓ ୨୦୨୧ରେ ହୋଇଥିବା ଏଏସ୍‌ଓ ପରୀକ୍ଷା, ୨୦୨୨ ଓ ୨୦୨୩ରେ ହୋଇଥିବା କନିଷ୍ଠ ଶିକ୍ଷକ ପରୀକ୍ଷା, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପରୀକ୍ଷା, କିରାଣି ପରୀକ୍ଷା, ପୋଲିସ ଏଏସ୍‌ଆଇ ପରୀକ୍ଷା, ୨୦୨୪ରେ ହୋଇଥିବା ଏଲ୍‌ଆଇ ଫରେଷ୍ଟ ଗାର୍ଡ, ଆର୍‌ଆଇ, ଏଆର୍‌ଆଇ, ଅମିନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ସ୍ପଷ୍ଟ ବାରି ହେଉଛି। ଆମ ରାଜ୍ୟ ସରକାର ଆଣିଥିବା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ ଓଡ଼ିଶା ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ଏହା କାର୍ଯ୍ୟକାରିତା ହେବାରେ ବିଳମ୍ବ ହେଉଛି। ଆର୍‌ଆଇ, ଅମିନ, ଏଆର୍‌ଆଇ ଓ ଫରେଷ୍ଟ ଗାର୍ଡ ପରୀକ୍ଷା ପାଇଁ କିଛି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆ ଯାଇନାହିଁ, ଯାହା ଫଳରେ ଚାକିରି ଆଶାୟୀମାନେ ଭବିଷ୍ୟତକୁ ନେଇ ଚିନ୍ତିତ। ବିଭିନ୍ନ ରାଜ୍ୟର ସରକାର ସରକାରୀ ଚାକିରି ନିମନ୍ତେ ଖାଲି ଥିବା ପଦବୀ ପୂରଣ କରିବା ସହିତ ଚାକିରି କ୍ଷେତ୍ରରେ ବୟସ ସୀମା ୪୦ରୁ ଊଦ୍ଧର୍‌ବ ରଖିଥିବା ସମୟରେ ଆମ ରାଜ୍ୟ ଓଡ଼ିଶାରେ ତାହା ୩୨ ବର୍ଷ। ତିନି ବର୍ଷ ପାଇଁ ଅସ୍ଥାୟୀ ଭାବରେ ପୂର୍ବ ସରକାର ବୟସ ସୀମା ବଢ଼ାଇ ୩୮ ବର୍ଷ କରିଥିଲେ। ସରକାରୀ ଚାକିରି କ୍ଷେତ୍ରରେ ବୟସ ସୀମା ୪୩ ବର୍ଷକୁ ବଢ଼ିଲେ ଅନେକ ସରକାରୀ ଚାକିରି ଆଶାୟୀ ଚାକିରି କରିବା ନିମନ୍ତେ ସୁଯୋଗ ପାଇବେ। ବାରମ୍ବାର ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ କରି ପୁନର୍ବାର ସେହି ନିଯୁକ୍ତି ନିମନ୍ତେ ଆବେଦନକୁ ଘୁଞ୍ଚାଇ ନୂତନ ତାରିଖ ଦେଇ ଆମ ସରକାର ଶେଷରେ ରାଜ୍ୟର ଛାତ୍ରୀଛାତ୍ରମାନଙ୍କ ଭାବନାକୁ ଅଘାତ କରିଚାଲିଛନ୍ତି। କଥାରେ ଅଛି ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ। ବାରମ୍ବାର ଏହି ପରି ଦୁର୍ନୀତି ଘଟୁଥିବା କାରଣରୁ ଓଡ଼ିଶାରେ ଆଜି ଦେଶର ଅନ୍ୟ ରାଜ୍ୟ ତୁଳନାରେ ବେକାରି ସଂଖ୍ୟାରେ ଅଧିକ। ପରୀକ୍ଷା ଉପଯୁକ୍ତ ସମୟରେ ହୋଇ ଫଳାଫଳ ପ୍ରକାଶ ହେବାରେ ବିଳମ୍ବ ହେବା ସହିତ କେତେ ସରକାରୀ ଚାକିରି ଆଶାୟୀଙ୍କ ବୟସ ସୀମା ବଢ଼ିଚାଲିଛି, ଯାହା ଫଳରେ ସେମାନେ କୌଣସି ବି ଚାକିରି ନିମନ୍ତେ ଇଚ୍ଛା ଥାଇ ମଧ୍ୟ ଆବେଦନ କରିବାରେ ସକ୍ଷମ ହୋଇ ପାରୁନାହାନ୍ତି। ଲୋୟର ପିଏମ୍‌ଜିରେ ବସି ଆର୍‌ଆଇ, ଅମିନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ବିଷୟରେ ଜଣାଇ ଅସଂଖ୍ୟ ଛାତ୍ରୀଛାତ୍ର ଗଳା ଫଟେଇ ଡାକିଲେ ମଧ୍ୟ ସେ ଗର୍ଜନ ସରକାରଙ୍କ କର୍ଣ୍ଣପାତ ହେଉନାହିଁ। ଗୋଟିଏ ପକ୍ଷରେ ଉପଯୁକ୍ତ ସଚେତନତା ଏବଂ ଅପର ପକ୍ଷରେ ସରକାରୀ କ୍ରିୟାଶୀଳତା ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିକୁ ହଟେଇବାରେ ସଫଳ ହୋଇପାରିବ। ଏପରି ହେଲେ ସାମାଜିକ ସ୍ତରରେ ନ୍ୟାୟ ପ୍ରତିଷ୍ଠିତ ହୋଇପାରିବ ।
ମୋ: ୯୭୭୬୮୪୨୬୭୨


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri