Posted inଫୁରସତ

୭ଘଣ୍ଟାରେ ଯୋଡ଼ିହେଲା କଟାହାତ

ନଏଡ଼ା: ଆଧୁନିକ ଚିକିତ୍ସା ପ୍ରଣାଳୀରେ ଏବେ କଟା ହାତକୁ ବି ମଣିଷ ଦେହରେ ଯୋଡ଼ିବା ସମ୍ଭବ ହୋଇପାରୁଛି। ଏମିତି ଏକ ଦୁର୍ଲଭ ଅପରେଶନ କରି ଏବେ ଭଗବାନ ପାଲଟି ଯାଇଛନ୍ତି ନଏଡ଼ାର ଜେପି ହସ୍‌ପିଟାଲର ଡାକ୍ତରମାନେ। ଜେପି ହସପିଟାଲର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କର ହାତ କଟି ତଳେ ପଡ଼ିଯାଇଥିଲେ ବି ଏହାକୁ ଅପରେଶନ କରି ଯୋଡ଼ି ପାରିଛନ୍ତି। ୭ ଘଣ୍ଟାର ପରିଶ୍ରମ ପରେ ଡାକ୍ତରମାନେ ଅପରେଶନରେ ସଫଳତା ହାସଲ କରିଥିଲେ। ଡାକ୍ତରମାନଙ୍କର ଏହି ସଫଳତା ପରେ ଏବେ ଚିକିତ୍ସା ବିଜ୍ଞାନ ଉପରେ ଲୋକଙ୍କର ଆସ୍ଥା ବଢ଼ିବାରେ ଲାଗିଛି।
ଏବେ ଗ୍ରେଟର ନଏଡ଼ାର କାସନା ଥାନା ଅଧୀନରେ ଥିବା ନିୟାନା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ଗଣ୍ଡଗୋଳ ହୋଇଥିଲା। ଏଥିରେ ଗାଁର ଦେବେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କର ହାତ କଟି ତଳେ ପଡ଼ି ଯାଇଥିଲା। ତାଙ୍କ ଜେଜେଙ୍କୁ ଗୁଳି କରି ହତ୍ୟା କରି ଦିଆଯାଇଥିଲା। ତେବେ ଘଟଣା ପରେ ଦେବେନ୍ଦ୍ରଙ୍କ କଟାହାତକୁ ଏକ ବାକ୍ସରେ ଭର୍ତ୍ତି କରି ତାଙ୍କର ସମ୍ପର୍କୀୟମାନେ ସଙ୍ଗେ ସଙ୍ଗେ ଜେପି ହସ୍‌ପିଟାଲକୁ ନେଇ ଯାଇଥିଲେ। ଡାକ୍ତରମାନେ ଦେବେନ୍ଦ୍ରଙ୍କର ଏପରି ଅବସ୍ଥା ଦେଖି ପ୍ଲାଷ୍ଟିକ୍‌ ସର୍ଜନମାନଙ୍କର ଏକ ୫ଜଣିଆ ଟିମ୍‌ ଗଠନ ହୋଇଥିଲା। ଏହାପରେ ଅପରେଶନ ଆରମ୍ଭ ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ୫ଜଣିଆ ଡାକ୍ତରୀ ଟିମ୍‌ ୭ ଘଣ୍ଟା ପରିଶ୍ରମ କରିବା ପରେ କଟା ହାତକୁ ଯୋଡ଼ିବାରେ ସକ୍ଷମ ହୋଇ ପାରିଥିଲେ। ଫଳରେ ଦେବେନ୍ଦ୍ର ଏବେ ନୂଆ ଜୀବନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri