ମୁଦ୍ରା ଭଣ୍ଡାର ୬୩୪ ବିଲିୟନ ଡଲାରକୁ ହ୍ରାସ

ନୂଆଦିଲ୍ଲୀ,୩୦।୧: ଚଳିତ ମାସ ତୃତୀୟ ସପ୍ତାହରେ ଶେଷ ହୋଇଥିବା ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୬୩୪.୨୮୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସୂଚନା ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୬୭୮ ମିଲିୟନ ଡଲାରରୁ ୬୩୪.୨୮୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଚଳିତ ମାସ ୧୪ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୨.୨୨୯ ବିଲିୟନ ଡଲାର ବୃଦ୍ଧି ସହ ୬୩୪.୯୬୫ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ଏହା ପୂର୍ବରୁ ୨୦୨୧ ସେପ୍ଟେମ୍ବର ୩ ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ସର୍ବକାଳୀନ ରେକର୍ଡ ସ୍ତର ୬୪୨.୪୫୩ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ଆର୍‌ବିଆଇର ସାପ୍ତାହିକ ତଥ୍ୟ ଅନୁଯାୟୀ ବୈଦେଶିକ ମୁଦ୍ରା ସମ୍ପତ୍ତି (ଏଫ୍‌ସିଏ) ହ୍ରାସ ହେତୁ ସାମଗ୍ରିକ ସଂରକ୍ଷଣର ଏକ ପ୍ରମୁଖ ଉପାଦାନ ହ୍ରାସ ପାଇଥିଲା। ଆର୍‌ବିଆଇର ରିପୋର୍ଟ ଅନୁସାରେ ଜାନୁୟାରୀ ୨୧ରେ ଶେଷ ହୋଇଥିବା ସମୀକ୍ଷା ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଧରାଯାଉଥିବା ଏଫ୍‌ସିଏରେ ଏହାର ହ୍ରାସ ଘଟିବା ଯୋଗୁ ବିଦେଶୀ ମୁଦ୍ରାଭଣ୍ଡାରରେ ଏହାର ପ୍ରଭାବ ଦେଖାଦେଇଛି। ଆର୍‌ବିଆଇର ତଥ୍ୟ ଅନୁସାରେ ଏହି ସପ୍ତାହର ଏଫ୍‌ସିଏ ୧.୧୧୫ ବିଲିୟନ ଡଲାର ହ୍ରାସ ହୋଇ ୫୬୯.୫୮୨ ବିଲିୟନ ଡଲାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri