ମୁଦ୍ରା ଭଣ୍ଡାର ୬୩୪ ବିଲିୟନ ଡଲାରକୁ ହ୍ରାସ

ନୂଆଦିଲ୍ଲୀ,୩୦।୧: ଚଳିତ ମାସ ତୃତୀୟ ସପ୍ତାହରେ ଶେଷ ହୋଇଥିବା ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୬୩୪.୨୮୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସୂଚନା ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୬୭୮ ମିଲିୟନ ଡଲାରରୁ ୬୩୪.୨୮୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଚଳିତ ମାସ ୧୪ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୨.୨୨୯ ବିଲିୟନ ଡଲାର ବୃଦ୍ଧି ସହ ୬୩୪.୯୬୫ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ଏହା ପୂର୍ବରୁ ୨୦୨୧ ସେପ୍ଟେମ୍ବର ୩ ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ସର୍ବକାଳୀନ ରେକର୍ଡ ସ୍ତର ୬୪୨.୪୫୩ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ଆର୍‌ବିଆଇର ସାପ୍ତାହିକ ତଥ୍ୟ ଅନୁଯାୟୀ ବୈଦେଶିକ ମୁଦ୍ରା ସମ୍ପତ୍ତି (ଏଫ୍‌ସିଏ) ହ୍ରାସ ହେତୁ ସାମଗ୍ରିକ ସଂରକ୍ଷଣର ଏକ ପ୍ରମୁଖ ଉପାଦାନ ହ୍ରାସ ପାଇଥିଲା। ଆର୍‌ବିଆଇର ରିପୋର୍ଟ ଅନୁସାରେ ଜାନୁୟାରୀ ୨୧ରେ ଶେଷ ହୋଇଥିବା ସମୀକ୍ଷା ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଧରାଯାଉଥିବା ଏଫ୍‌ସିଏରେ ଏହାର ହ୍ରାସ ଘଟିବା ଯୋଗୁ ବିଦେଶୀ ମୁଦ୍ରାଭଣ୍ଡାରରେ ଏହାର ପ୍ରଭାବ ଦେଖାଦେଇଛି। ଆର୍‌ବିଆଇର ତଥ୍ୟ ଅନୁସାରେ ଏହି ସପ୍ତାହର ଏଫ୍‌ସିଏ ୧.୧୧୫ ବିଲିୟନ ଡଲାର ହ୍ରାସ ହୋଇ ୫୬୯.୫୮୨ ବିଲିୟନ ଡଲାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କ ପାଇଁ ୮୦ ଲକ୍ଷ ନୂଆ ଘର,ଚଳିତ ବର୍ଷରୁ ଚିପ୍‌ ପାସପୋର୍ଟ, ୧୦୦ ଗତି ଶକ୍ତି କାର୍ଗୋ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ଗରିବଙ୍କ ପାଇଁ ୮୦ଲକ୍ଷ ନୂଆ ଘର ନିର୍ମାଣ...

‘ପିଏନ୍‌ବି ରକ୍ଷକ ପ୍ଲସ ସ୍କିମ୍‌’ର ନବୀକରଣ

ନୂଆଦିଲ୍ଲୀ,୨୩।୯:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଭାରତୀୟ ସେନା ସହ ହୋଇଥିବା ସ୍ବତନ୍ତ୍ର ବୀମା ସ୍କିମ୍‌ ‘ପିଏନ୍‌ବି ରକ୍ଷକ ପ୍ଲସ ସ୍କିମ୍‌’ର ବୁଝାମଣା ପତ୍ର (ଏମ୍‌ଓୟୁ)ର...

ଅର୍ଥ ବ୍ୟବସ୍ଥା ଲାଗି ବୁଷ୍ଟର

ନୂଆଦିଲ୍ଲୀ,୧୪।୫: ଦେଶର ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଜନିତ ଲକ୍‌ଡାଉନ ପାଇଁ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରୁ...

ଆକାଶ ଅମ୍ବାନୀ ସମ୍ଭାଳିବେ ରିଲାଏନ୍ସ ଜିଓର ଦାୟିତ୍ୱ

ନୂଆଦିଲ୍ଲୀ,୨୮।୬: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର...

ଭାରତରେ ପୁଣିଥରେ ଡାଉନଲୋଡ୍‌ କରିହେବ ଭିଏଲ୍‌ସି ମିଡିଆ ପ୍ଲେୟାର

ନୂଆଦିଲ୍ଲୀ,୧୪।୧୧: ନିକଟରେ ମଲ୍ଟିମିଡିଆ ପ୍ଲେୟାର ଭିଏଲ୍‌ସି ଉପରେ ଭାରତ ସରକାର ପ୍ରତିବନ୍ଧ ଲଗାଇଥିଲେ। ଏବେ ଏହି ଆଦେଶ ହଟିଛି। ଫଳରେ ବ୍ୟବହାରକାରୀମାନେ ଭାରତରେ ଏହାକୁ ଡାଉନଲୋଡ...

କୋଭିଡ୍‌ ଚାପରେ ଦେବାଳିଆ ହେଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୬।୫: ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ସହ ଲଢ଼େଇ ଜାରି ରଖିଥିଲା। ବାଣିଜ୍ୟଗୁଡ଼ିକ ତିଷ୍ଠି ରହିବା ଲାଗି ଲଢ଼େଇ ଜାରି ରଖିଥିଲେ। ହଠାତ୍‌ କରୋନା ଭଳି...

ବର୍ଷକରେ ୭୧,୫୪୩ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୫-୧୨: ୨୦୧୮-୧୯ ଆର୍ଥତ୍କ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇ ୭୪% ବଢିଛି। ଏହି ଠକେଇରେ ୭୧,୫୪୩ କୋଟି ଟଙ୍କା ଜଡିତ ଥିବା ଜଣାପଡିଛି। ୨୦୧୭-୧୮ରେ ବ୍ୟାଙ୍କଗୁଡିକରେ...

ଆଇଫୋନ୍‌ରେ ଜିଓ ୫ଜିର ସେବା

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଆଇଫୋନ୍‌ ୧୨ ଓ ପରବର୍ତ୍ତୀ ଆଇଫୋନ୍‌ ମଡେଲଗୁଡ଼ିକ ପାଇଁ ଆଇଫୋନ ମଡେଲରେ ଜିଓ ୫ଜି ସେବାର...

Advertisement
Archives

Model This Week