ବଢ଼ିବ ସାଧାରଣଙ୍କ ସଙ୍କଟ

ଅନୁଗୋଳ ଅଫିସ, ୮।୧୨

କରୋନା କାୟାରୁ ଲୋକଙ୍କୁ ନିସ୍ତାର ମିଳିନି। ଦୋହଲି ଯାଇଥିବା ସେମାନଙ୍କ ଆର୍ଥିକ ସ୍ଥିତି ଏଯାଏ ମଜଭୁତ ହୋଇନି। ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଲଗାତର ତୈଳଦର ବଢ଼ିଚାଲିଛି। ଗତ ୧୮ ଦିନରେ ୧୫ଥର ତେଲ ମୂଲ୍ୟ ବଢ଼ିଥିବାରୁ ଅନୁଗୋଳ ଜିଲାରେ ପେଟ୍ରୋଲ ୮୫ ଟଙ୍କା ଓ ଡିଜେଲ ୮୧ ଟଙ୍କା ଡେଇଁ ଯାଇଛି।
ନଭେମ୍ବର ୨୦ ତାରିଖରେ ଅନୁଗୋଳରେ ପେଟ୍ରୋଲ ଲିଟର ଦର ୮୩ ଟଙ୍କା ୧୦ ପଇସା ଓ ଡିଜେଲ ୭୮ଟଙ୍କା ୧୯ ପଇସା ଥିଲା। ୨୧ ତାରିଖରେ ଏହା ବୃଦ୍ଧି ପାଇ ଯଥାକ୍ରମେ ୮୩ଟଙ୍କା ୨୭ ଓ ୭୮ଟଙ୍କା ୪୨ ପଇସା ହୋଇଥିଲା। ୨୨ ତାରିଖରେ ଏହା ୮୩ ଟଙ୍କା ୩୫ ପଇସା ଓ ୭୮ଟଙ୍କା ୬୩ ପଇସା, ୨୩ ତାରିଖରେ ୮୩ ଟଙ୍କା ୪୨ ପଇସା ଓ ୭୮ ଟଙ୍କା ୮୩ ପଇସା, ୨୪ ତାରିଖରେ ୮୩ ଟଙ୍କା ୪୮ ପଇସା ଓ ୭୯ ଟଙ୍କା, ୨୬ ତାରିଖରେ ୮୩ ଟଙ୍କା ୫୯ ପଇସା ଓ ୭୯ ଟଙ୍କା ୨୩ ପଇସା, ୨୭ ତାରିଖରେ ୮୩ ଟଙ୍କା ୭୮ ପଇସା ଓ ୭୯ ଟଙ୍କା ୫୦ ପଇସା, ୨୮ ତାରିଖରେ ୮୪ ଟଙ୍କା ୩ ପଇସା ଓ ୭୯ ଟଙ୍କା ୭୯ ପଇସା, ୨୯ ତାରିଖରେ ୮୪ ଟଙ୍କା ୨୪ ପଇସା ଓ ୮୦ ଟଙ୍କା ୧୧ ପଇସା, ଡିସେମ୍ବର ୨ରେ ୮୪ ଟଙ୍କା ୩୯ ପଇସା ଓ ୮୦ ଟଙ୍କା ୩୬ ପଇସା, ୩ ତାରିଖରେ ୮୪ ଟଙ୍କା ୫୬ ପଇସା ଓ ୮୦ ଟଙ୍କା ୫୭ ପଇସା, ୪ରେ ୮୪ ଟଙ୍କା ୭୭ ପଇସା ଓ ୮୦ ଟଙ୍କା ୮୨ ପଇସା, ୫ ତାରିଖରେ ୮୫ ଟଙ୍କା ୪ ପଇସା ଓ ୮୧ ଟଙ୍କା ୧୦ ପଇସା, ୬ ତାରିଖରେ ୮୫ ଟଙ୍କା ୩୨ ପଇସା ଓ ୮୧ ଟଙ୍କା ୪୧ ପଇସା ଏବଂ ୭ ତାରିଖରେ ପେଟ୍ରୋଲ ଦର ୮୫ ଟଙ୍କା ୬୩ ପଇସା ଓ ଡିଜେଲ ୮୧ ଟଙ୍କା ୭୦ ପଇସାରେ ପହଞ୍ଚିଛି। ମହାମାରୀ ସମୟରେ ଏହି ଅହେତୁକ ମୂଲ୍ୟ ବୃଦ୍ଧି ଲୋକଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ପରି ହୋଇଛି। ଫଳରେ ବାଇକ୍‌ଧାରୀଙ୍କଠାରୁ ବସ୍‌, ଟ୍ରକ୍‌, ଅଟୋ ଓ ଟ୍ୟାକ୍ସି ମାଲିକଙ୍କ ଯାଏ, ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ତେବେ ସବୁଠାରୁ ଅଧିକ ସଙ୍କଟ ଦେଖାଦେଇଛି ସାଧାରଣ ଜନତାଙ୍କ କ୍ଷେତ୍ରରେ। କାରଣ ତୈଳ ଦର ସହ ସରକାର ବସ୍‌ ଭଡ଼ା ନିର୍ଦ୍ଧାରଣ କରୁଛନ୍ତି। ଟ୍ରକ୍‌, ଟ୍ୟାକ୍ସି ଓ ଅଟୋ ମାଲିକମାନେ ମଧ୍ୟ ସେହି ଅନୁଯାୟୀ ଦର ବଢ଼ାଉଛନ୍ତି। ପରିବହନ ଉପରେ ଖାଉଟି ସାମଗ୍ରୀର ମୂଲ୍ୟ ନିର୍ଭର କରୁଥିବାରୁ ଖାଇବା ତେଲଠାରୁ ଆରମ୍ଭ କରି ଆଳୁ, ପିଆଜ, ଚିନି, ଚୁଡ଼ା ଆଦିର ଦର ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଏଠାରେ ଦେଖିବାକୁ ମିଳୁଥିବା ସରକାର କହୁଥିଲେ ହେଁ ଏହା ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିପାରୁ ନାହିଁ। ନିକଟ ଅତୀତରେ ଅଶୋଧିତ ତୈଳମୂଲ୍ୟ ବହୁ ତଳକୁ ଖସିଯାଇଥିଲେ ମଧ୍ୟ ତାହାର ସେପରି ଲାଭ ସାଧାରଣଙ୍କୁ ମିଳିପାରି ନ ଥିଲା। ତେଣୁ ତୈଳ ମୂଲ୍ୟରେ ଏପରି ବୃଦ୍ଧିକୁ ନେଇ ଅନୁଗୋଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ତେଲ ଅନୁଯାୟୀ ଟ୍ରକ୍‌ ଭଡ଼ା ବଢ଼ୁନି
ସରକାର ବାରମ୍ବାର ଡିଜେଲ ଦର ବୃଦ୍ଧି କରୁଛନ୍ତି। କିନ୍ତୁ ଆମେମାନେ ଭଡ଼ା ବଢ଼ାଇପାରୁନାହୁଁ। ଭଡ଼ା ବଢ଼ାଇବା କଥା କହିଲେ ଶିଳ୍ପାନୁଷ୍ଠାନ ରୋକ୍‌ ଲଗାଉଛି। ରେଳ ଦ୍ୱାରା ମାଲ୍‌ ପରିବହନ କରୁଛି। ଏଥିଯୋଗୁ ପାଖାପାଖି ୨୦ ହଜାର ଟ୍ରକ୍‌ ଅକାମୀ ହୋଇ ଛିଡ଼ାହୋଇଛି। ଏପରି ସ୍ଥିତିରେ ବାରମ୍ବାର ଡିଜେଲ ଦର ବୃଦ୍ଧି କ୍ଷତି ବଢ଼ାଉଛି। ଅନୁଗୋଳ ଜିଲା ଶିଳ୍ପାଞ୍ଚଳର ପରିଚୟ ବହନ କରୁଥିଲେ ମଧ୍ୟ ସ୍ଥାନୀୟ ଗାଡ଼ି ମାଲିକଙ୍କ ପାଇଁ ଏହାର କିଛି ଅର୍ଥ ନାହିଁ।
-ବିଭୂତି ଦାସ, ସଭାପତି, ଅନୁଗୋଳ ଟ୍ରକ୍‌ ମାଲିକ ସଂଘ
ସମସ୍ୟା ଦୂର କରୁନାହାନ୍ତି ସରକାର
ସରକାର ଯେଉଁ ସମୟରେ ଯାହା କିଛି ନିୟମ କରୁଛନ୍ତି, ତାହାକୁ ଆମେ ଗ୍ରହଣ କରୁଛୁ। କିନ୍ତୁ ସରକାର ପ୍ରକୃତ ଦୁଃଖ କ’ଣ ବୁଝୁନାହାନ୍ତି। ଓଲଟି ଆମ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। କୋଭିଡ୍‌ ପାଇଁ ଦୀର୍ଘଦିନ ହେବ ବସ୍‌ ସବୁ ରାସ୍ତାକଡ଼ରେ ଛିଡ଼ାହେଲା। ଏବେ ଗାଡ଼ି ଚାଲୁଥିଲେ ମଧ୍ୟ ଆଗଭଳି ଯାତ୍ରୀ ନାହାନ୍ତି। ଏହା ଭିତରେ ବାରମ୍ବାର ତେଲ ଦର ବୃଦ୍ଧି ପାଇବାରୁ ଖର୍ଚ୍ଚ ଉଠୁନାହିଁ। ଚାଳକ, ଅନ୍ୟ କର୍ମଚାରୀଙ୍କୁ ଦରମା ଦେବା କାଠିକର ପାଠ ହୋଇଗଲାଣି।
-ରାଜୁ ମିଶ୍ର, ସଭାପତି, ଅନୁଗୋଳ ବସ୍‌ ମାଲିକ ସଂଘ
ପର୍ଯ୍ୟଟନ ଋତୁରେ ଗଡ଼ୁନି ଗାଡ଼ି
କରୋନା ସଂକ୍ରମଣରେ ହ୍ରାସ ଘଟିଲାଣି। ସବୁକିଛି ପ୍ରାୟତଃ ସ୍ବାଭାବିକ ହେଲାଣି। କିନ୍ତୁ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପର୍ଯ୍ୟଟନ ଋତୁରେ ମଧ୍ୟ ଗ୍ରାହକ ମିଳୁନାହାନ୍ତି। ଦିନ ଦିନ ଧରି ଗାଡ଼ି ଷ୍ଟାଣ୍ଡରେ ଠିଆ ହେଉଥିବା ବେଳେ ଏବେ ଘନ ଘନ ତୈଳ ଦର ବୃଦ୍ଧି ଅଧିକ ଅସୁବିଧାରେ ପକାଉଛି। ପୂର୍ବରୁ କିଲୋମିଟର ପିଛା ୭ରୁ ୮ ଟଙ୍କା ନିଆଯାଉଥିଲା। ଏବେ ୧୦ରୁ ୧୧ ଟଙ୍କା ଦାବି କଲେ ଯାତ୍ରୀମାନେ ମୁହଁ ଫେରାଇ ନେଉଛନ୍ତି। ଟ୍ୟାକ୍ସି ନେଇ ଯିବାକୁ ମନ ବଳାଉନାହାନ୍ତି।
-ବସନ୍ତ ଭୂତିଆ, ଟ୍ୟାକ୍ସି ମାଲିକ, ଅନୁଗୋଳ
ଦିନକର ପରିଶ୍ରମ ସତ୍ତ୍ୱେ ମଜୁରି ଉଠୁନି
ତୈଳ ଦର ବୃଦ୍ଧି ଏବେ ନିତିଦିନିଆ ହୋଇଗଲାଣି। କିନ୍ତୁ ସେହି ତୁଳନାରେ ଭଡ଼ା ବୃଦ୍ଧି ହେଉନାହିଁ। ଲୋକଙ୍କୁ ୫ ଟଙ୍କା ଜାଗାରେ ୧୦ ଟଙ୍କା କହିଲେ ସେମାନେ ମୁହଁ ଫେରାଇ ନେଉଛନ୍ତି। ଫଳରେ ପୂର୍ବଭଳି ଏବେ ବ୍ୟବସାୟ ନାହିଁ। ଯେଉଁ ଯାତ୍ରୀ ଆସୁଛନ୍ତି ବଡ଼ କଷ୍ଟରେ ସେମାନଙ୍କୁ ବୁଝାଇ ନେବାକୁ ପଡ଼ୁଛି। ଆଉ କେତେଜଣ ଭଡ଼ା କାହିଁକି ଅଧିକ ଦିଆଯିବ ବୋଲି ଯୁକ୍ତିତର୍କ କରୁଛନ୍ତି। ଫଳରେ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଛି। ଦିନଯାକର ପରିଶ୍ରମ ସତ୍ତ୍ୱେ ମଜୁରି ଉଠୁନାହିଁ।
-ମନୋଜ ପ୍ରଧାନ, ଅଟୋ ଚାଳକ
ଗାଡ଼ି ଚଳାଇବାକୁ ଭୟ ଲାଗିଲାଣି
ତେଲ ଦର ଯେଉଁ ତୁଳନାରେ ବୃଦ୍ଧି ପାଉଛି, ବାଇକ୍‌ ଚଳାଇବାକୁ ଭୟ ଲାଗୁଛି। କେବଳ ଅତି ଆବଶ୍ୟକ ପଡ଼ିଲେ ଗାଡ଼ି ଧରି ବାହାରକୁ ଯିବାକୁ ହେଉଛି। କରୋନା ଦିନଠାରୁ ଘରର ଆର୍ଥିକ ସ୍ଥିତି ଭଲ ରହୁ ନ ଥିବାରୁ ତେଲ ପାଇଁ ଅଧିକ ଅର୍ଥ ମଧ୍ୟ ମାଗି ହେଉନାହିଁ। ଫଳରେ ଗାଡ଼ି ଛାଡ଼ି ଅନ୍ୟ ବ୍ୟବସ୍ଥା ଏଣିକି କରିବାକୁ ପଡ଼ିବ। ସାଇକେଲ ହିଁ ଏକମାତ୍ର ଏହାର ବିକଳ୍ପ ହୋଇପାରିବ।
-ଅସିତ୍‌ ସାହୁ, ପୂର୍ବତନ ଛାତ୍ର ସଂସଦ ସଭାପତି, ଅନୁଗୋଳ
ପକେଟ୍‌ ମନିରୁ କାଟଛାଣ୍ଟ କରୁଛୁ
ତେଲ ଦର ବୃଦ୍ଧି ପାଉଥିଲେ ମଧ୍ୟ ଘରୁ ଅଧିକ ପକେଟ ମନି ମିଳୁନାହିଁ। ଫଳରେ ଗାଡ଼ି ଚଳାଇବା ବହୁ ଛାତ୍ରୀଛାତ୍ରଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ତେଣୁ ଯାହା କିଛି ଅର୍ଥ ହାତକୁ ଆସୁଛି ସେଥିରୁ କାଟଛାଣ୍ଟ କରି ଗାଡ଼ିରେ ତେଲ ପକାଇବାକୁ ପଡ଼ୁଛି। ସରକାର ତୈଳ ଦର କମାଇଲେ ସାଧାରଣ ଜନତା ଓ ଛାତ୍ରୀଛାତ୍ରମାନେ ଅଧିକ ଉପକୃତ ହୋଇପାରନ୍ତେ।
-ସତ୍ୟଶିବ ସୁନ୍ଦର ଦେହୁରୀ, ଛାତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri