Posted inଖେଳ

ମ୍ୟାଚ୍‌ ନ ଖେଳି ମଧ୍ୟ ବିଶ୍ୱ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ଇଂଲଣ୍ଡ କ୍ରିକେଟର୍‌ ଓଲି ପୋପ ଭାରତୀୟ ଉଇକେଟ କିପର ସାହାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ସେ ଚାରିଟି କ୍ୟାଚ ନେଇଥିଲେ। ଗତ ବର୍ଷ ଜାନୁଆରୀରେ ଏକ ଇନିଂସରେ ଜଣେ ସବଷ୍ଟିଚ୍ୟୁଟ ଦ୍ୱାରା ଅଧିକାଂଶ କ୍ୟାଚ ପାଇଁ ରିଦ୍ଧିମାନ ସାହା ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଅଲି ପୋପଙ୍କୁ ଏକାଦଶ ଖେଳିବାରେ ସାମିଲ କରି ନାହିଁ। ଏହା ସତ୍ତ୍ୱେ ଏହି ଖେଳାଳି ତାଙ୍କ ଦଳ ପାଇଁ ଏପରି ଭୂମିକା ଗ୍ରହଣ କରିଥିଲେ। ମ୍ୟାଚ୍‌ର ତୃତୀୟ ଇନିଂସରେ ଓଲି ଉଇକେଟ କିପର ଭାବରେ ସୁଯୋଗ ପାଇଥିଲେ। ସେ ଏହି ସୁଯୋଗକୁ ହାତଛଡା ନ କରି ଚାରିଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ପଠାଇଥିଲେ। କୌତୁହଳର ବିଷୟ, ଇଂଲଣ୍ଡ ଏହି ମ୍ୟାଚରେ ଦୁଇ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଏବଂ ଜନି ବେୟାରଷ୍ଟୋଙ୍କ ସହ ପଡିଆକୁ ଓହ୍ଲାଇଥିଲା। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ଆରମ୍ଭ ହେବା ବେଳକୁ ଉଭୟ ବଟଲର ଏବଂ ବେୟାରଷ୍ଟୋ ଆଙ୍ଗୁଠିରେ ଆଘାତ ପାଇ ପଡ଼ିଆରୁ ବାହାରି ଯାଇଥିଲେ। ହି କାରଣରୁ, ଏକାଦଶ ଖେଳରୁ ବାଦ ପଡିଥିବା ଓଲି ପୋପଙ୍କୁ ଉଇକେଟ କିପର ଦାୟିତ୍ୱ ଗ୍ରହଣ କରିବାକୁ ପଡିଲା।
ଟେଷ୍ଟ ଇତିହାସର ୧୪୨ ବର୍ଷ ମଧ୍ୟରେ ଏହା କେବଳ ତୃତୀୟ ଥର ଜଣେ ସବଷ୍ଟିଚ୍ୟୁଟ ଫିଲ୍ଡର ଏକ ଇନିଂସରେ ୪ଟି କ୍ୟାଚ ନେଇଛନ୍ତି। ସର୍ବପ୍ରଥମେ, ଏହି କୀର୍ତ୍ତିମାନକୁ ପାକିସ୍ତାନର ୟୁନିସ ଖାନ କରିଥିଲେ। ୨୦୦୧ରେ ବାଂଲାଦେଶ ବିପକ୍ଷରେ ୟୁନିସ ଏହି ରେକର୍ଡ ସୃଷ୍ଟି କରିଥିଲେ। ଭାରତର ରିଦ୍ଧିମାନ ସାହା ୯-୧୦ ଜାନୁୟାରୀ ୨୦୨୧ରେ ୪ଟି କ୍ୟାଚ ନେଇ ଏହି ରେକର୍ଡ ସହ ସମକକ୍ଷ ହୋଇଥିଲେ। ଗୋଟିଏ ବର୍ଷ ମଧ୍ୟରେ ଓଲି ପୋପ ସାହାଙ୍କ ରେକର୍ଡକୁ ପୁନରାବୃତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri