Posted inଖେଳ

ଚା’ ବିକୁଛନ୍ତି ଏହି କ୍ରିକେଟ୍‌ର

ସୌରଭ ଗାଙ୍ଗୁଲିଙ୍କ ପରି ଖେଳାଳିଙ୍କ ସାମ୍ନାରେ ତାଙ୍କ ବୋଲିଂର ଶକ୍ତି ଦେଖାଇବା ପରେ ଯେକୌଣସି ବୋଲର ଆଗକୁ ଯିବାକୁ ସ୍ବପ୍ନ ଦେଖନ୍ତି। କିନ୍ତୁ ଏମିତି ଜଣେ ଭାରତୀୟ ବୋଲର ମଧ୍ୟ ଅଛନ୍ତି ଯିଏ ଏବେ ନିଜ ପରିବାର ଚଳାଇବା ପାଇଁ ଚା’ ବିକ୍ରି କରୁଛନ୍ତି। ଆସାମ ପାଇଁ ରଣଜୀ ଟ୍ରଫି ଖେଳିଥିବା ପ୍ରକାଶ ଭାଗବତ ଏବେ ଏହି କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ୨୦୦୯-୨୦୧୦ ରେ ଆସାମ ପାଇଁ ରଣଜୀ ଟ୍ରଫି ଖେଳିଥିବା ପ୍ରକାଶ ୨୦୦୩ ରେ ଜାତୀୟ କ୍ରିକେଟ ଏକାଡେମୀରେ ତାଲିମ ନେଇଥିଲେ। ସେହି ସମୟ ମଧ୍ୟରେ ସେ ସୌରଭ ଗାଙ୍ଗୁଲିଙ୍କୁ ବୋଲିଂ କରିଥିଲେ। ଏହି ସମୟରେ ସେ ସଚିନ ତେନ୍ଦୁଲକର, ଜହିର ଖାନ, ହରଭଜନ ସିଂ, ବୀରେନ୍ଦ୍ର ସେହ୍ବାଗଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇଥିଲେ।
ପ୍ରକାଶ କହିଛନ୍ତି ଯେ ୨୦୧୧ରେ ପିତାଙ୍କ ମୃତ୍ୟୁ ପରେ ତାଙ୍କୁ କ୍ରିକେଟ ଛାଡିବାକୁ ପଡିଥିଲା। ବାପା ଏବଂ ବଡ ଭାଇ ଚାଟ ବିକ୍ରି କରୁଥିଲେ ଏବଂ ବାପାଙ୍କ ମୃତ୍ୟୁ ପରେ ବଡ ଭାଇର ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା। ବାଧ୍ୟ ହୋଇ ତାଙ୍କୁ ଚା’ ବିକିବାକୁ ପଡିଥିଲା ବୋଲି ସେ କହିଛନ୍ତି। ଚା’ ଦୋକାନରୁ ଆସୁଥିବା ଅର୍ଥରେ ତାଙ୍କ ପରିବାର ଚଳୁଛି। ଏବେ ସେ ସରକାରୀ ସାହାଯ୍ୟ ପାଇବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri