ଖବରପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ପରାମର୍ଶ କ୍ରମେ ଏସ୍ଆଇ ସୁଦୀପ୍ତ ସାହୁ, ଏଏସ୍ଆଇ ପ୍ରଦୀପ କୁମାର ବେହେରା, ଏଏସ୍ଆଇ ଟି. ଲୁଲା ଜେନା, କେ ଶଙ୍କର ରାଓ ଏବଂ ପଦୋନ୍ନତି ପାଇଥିବା ଅଶ୍ୱନୀ ପଟ୍ଟନାୟକଙ୍କ ସମେତ ଯୁବ ସ୍ବେଛାସେବୀ ସୁଧିର କୁମାର ପାଢ଼ୀ, ଆଶ୍ମିତ ପଣ୍ଡା, ବିଭୁତି ପଲାଇ, ପପୁ ପଣ୍ଡା, କାହ୍ନୁ ନାୟକ ପ୍ରମୁଖ ସେଠାରେ ପହଞ୍ଚି ଯୁବକଙ୍କୁ ତଳକୁ ଆସିବାପାଇଁ ବାରମ୍ବାର ଅନୁରୋଧ କରିଥିଲେ । ଦୀର୍ଘ ଏକ ଘଣ୍ଟା ପରେ ଯୁକକଙ୍କୁ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ପୋଲିସ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଯୁବକ ଜଣଙ୍କ ଓହ୍ଲାଇବା ପରେ ସେ ଜଣେ ମାନସିକ ବିକୃତ ବ୍ୟକ୍ତି ବୋଲି ଜଣାପଡ଼ିଥିଲା l ତାଙ୍କୁ ପୋଲିସ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।