ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ଶନିବାର ସନ୍ଧ୍ୟାରେ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି। ସନ୍ଧ୍ୟାରେ ଉକ୍ତ ଗ୍ରାମର ପ୍ରହରୀ ମଣ୍ଡପଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ସମଗ୍ର ଓଡ଼ଶାରେ ଏବେ ଚର୍ଚ୍ଚାରେ ଥିବା ନର୍ଲା ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ( ମୁନା )ଙ୍କ ପ୍ରତି ଜନ ସମର୍ଥନ ବଢୁଥିବା ଦେଖିବାକୁ ମିଳିଛି। ନର୍ଲା ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟକୁ ଦେଖି କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେସିର ଗ୍ରାମବାସୀ ଏକ ସଭାକରି ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିଭିନ୍ନ ସ୍ଲୋଗାନ ଦେଇଥିଲେ। ମହାନ୍ତିଙ୍କ ଭଳି ନେତା ପାଇବା ବହୁତ କଷ୍ଟ, ସେ ଆମର ପ୍ରତ୍ୟେକ ଦୁଃଖ ସୁଖରେ ଉପସ୍ଥିତ ହୁଅନ୍ତି। ଗରିବ ପରିବାରଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି। ଆମ ଅଞ୍ଚଳରେ ମନୋରମା ମହାନ୍ତିଙ୍କ ବିକାଶ ଦେଖି ବିରୋଧୀ ସହି ପାରୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ମହାନ୍ତିଙ୍କୁ ଯେତିକି ବଦନାମ କରିବେ ତାଙ୍କର କ୍ରେଜ ସେତିକି ବଢ଼ିବ। ଆମେ ସବୁବେଳେ ମନୋରମା ମହାନ୍ତି ଏବଂ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷଙ୍କ ସହିତ ଅଛୁ ଏବଂ ଆଗକୁ ରହିବୁ ବୋଲି ପ୍ରକାଶ କରିଥିଲେ। ଉକ୍ତ ଗ୍ରାମରେ ପାନୀୟଜଳ, ରାସ୍ତା ଘାଟ, ବିଦ୍ୟୁତ, ବୟସ୍କଙ୍କ ବାର୍ଦ୍ଧକ୍ୟ ଭତ୍ତା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ବିଭିନ୍ନ ଉନ୍ନୟନ କାମ କରିଥିବାରୁ ଗ୍ରାମବାସୀ ମାନେ ବିଧାୟିକା ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷଙ୍କ ୁଧନ୍ୟବାଦ ଜଣାଇଛନ୍ତି। ଯେତେ ବିରୋଧ କଲେ ସୁଦ୍ଧା ଆମେ ଗ୍ରାମବାସୀ ତାଙ୍କର ସପକ୍ଷରେ ଯିବୁ ଓ ଜୀବନ ଦେବୁ ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share