Posted inଜାତୀୟ

ଆନ୍ଧ୍ରରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ: ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ହେଉଛି

ବିଶାଖାପାଟଣା,୨୬ା୬:ମହାମାରୀ କରୋନା ଆନ୍ଧ୍ରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ ରୋଗୀଙ୍କଠାରେ କୋଭିଡ୍‌-୧୯ ଲକ୍ଷଣ ନ ଥାଇ ହଠାତ୍‌ ମୃତ୍ୟୁ ଘଟୁଛି। ବିଜୟଓ୍ବାଡା ସରକାରୀ ହସ୍ପିଟାଲ ପରିସରରେ ଥିବା ଏଆର୍‌ଟି ସେଣ୍ଟରରେ କାର୍ଯ୍ୟରତ ଜଣେ ଡାକ୍ତର ହଠାତ୍‌ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏକ୍ସ-ରେ ହେବାରୁ ତାଙ୍କ ଛାତିରେ ଅସ୍ବାଭାବିକତା ଜଣାପଡିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା ଓ ସେହିଦିନ ତାଙ୍କର ମୃତ୍ୟୁ ଘଟିଲା। ମୃତ୍ୟୁର ଦିନକ ପୂର୍ବରୁ ଏହି ଡାକ୍ତର ରୋଗୀ ଦେଖୁଥିଲେ।
ପୂର୍ବ ଗୋଦାବରୀ ଜିଲାରେ ପ୍ରାୟ ୨୦୦ ଲୋକଙ୍କୁ ସଂକ୍ରମିତ କରିଥିବା ସୁପର ସ୍ପ୍ରେଡର କାକିନାଡା ହସ୍ପିଟାଲରେ ଭର୍ତ୍ତି ହେବାର ଅଧଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିଲେ। ସେହିପରି ୩ ଦିନ ତଳେ ଅମଲାପୁରମ ଅଞ୍ଚଳର ଜଣେ ରୋଗୀ ହସ୍ପିଟାଲରେ ପହଞ୍ଚତ୍ବା ପୂର୍ବରୁ ଆଖିବୁଜି ଦେଇଥିଲେ। ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଅନୁରୂପ ମାମଲା ସାମ୍‌ନାକୁ ଆସିଛି। ଲକ୍ଷଣ ଜଣାପଡ଼ିବାର କିଛି ସମୟ ମଧ୍ୟରେ କିମ୍ବା ଅତିବେଶିରେ ଦିନକରେ ରୋଗୀଙ୍କର ମୃତ୍ୟୁ ଘଟୁଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲକ୍ଷଣ ଜଣାପଡ଼ୁ ନ ଥିବା ରୋଗୀ ସ୍ଥିର ମନେହେଉଥିଲେ ହେଁ ଭୂତାଣୁ ସେମାନଙ୍କ ଅଙ୍ଗ ନଷ୍ଟ କରିଦେଇଥାଏ। ଏହା ରକ୍ତ ଅମ୍ଳଜାନ ସ୍ତରକୁ ହ୍ରାସ କରିଦେଇଥାଏ। ଫଳରେ ରୋଗୀକୁ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ଯଥେଷ୍ଟ ସମୟ ମିଳେନାହିଁ।
ସେଭେନ ହିଲ୍ସ ହସ୍ପିଟାଲର କନ୍‌ସଲ୍ଟାଣ୍ଟ ପଲମୋଲୋଜିଷ୍ଟ ଡ. ଭାମ୍‌ସି କ୍ରିଷ୍ଣାଙ୍କ କହିବା ଅନୁଯାୟୀ, ଚିକିତ୍ସାର ଫଳାଫଳ ପ୍ରାରମ୍ଭିକ ଭାବେ ରୋଗର ତୀବ୍ରତା ଓ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରେ। ତେବେ କେତେଜଣ କରୋନା ରୋଗୀଙ୍କଠାରେ ବ୍ଲଡ୍‌ ଅକ୍ସିଜେନ୍‌ ସ୍ତର ଅତ୍ୟଧିକ ହ୍ରାସ ପାଇଥିଲେ ହେଁ ସେମାନଙ୍କଠାରେ ଲକ୍ଷଣ ଦେଖାଯାଏ ନାହିଁ। ଯେତେବେଳେ ହଠାତ୍‌ ମୃତ୍ୟୁ ଆସେ, ସାଇଲେନ୍ସ ହାଇପୋକ୍ସିଆ କିମ୍ବା ଅନ୍ୟ ଜଟିଳତା ଦେଖାଯାଏ, ସେତେବେଳେ କିଛି କରିହୁଏ ନାହିଁ ବୋଲି ଡ. କ୍ରିଷ୍ଣା କହିଛନ୍ତି। ଅଧିକାଂଶ କରୋନା ରୋଗୀଙ୍କଠାରେ ଲକ୍ଷଣ ଦେଖାଯାଏ ନାହିଁ। ଲକ୍ଷଣ ନାହିଁ ମାନେ କୌଣସି କ୍ଷତି ନାହିଁ ଭାବିବା ଠିକ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାଇ ବୋଲି କହିଲେ ନେତାନ୍ୟାହୁ, ସଂସଦରେ କହିଲେ ‘ଭାରତ ଆମର ମହାନ ବନ୍ଧୁ…’

ନୂଆଦିଲ୍ଲୀ,୨୫।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ପରେ, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି ।…

ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି, ୨୪ ଘଣ୍ଟା ମଧ୍ୟରେ ଏହି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର,୨୫।୨: ୨୩ ଜିଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଦେଲେ ଆଞ୍ଚଳିକ…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇଲେ କୋରାପୁଟ ଏସ୍‌ପି, ପ୍ରେମିକକୁ ପାଇବା ପାଇଁ ହତ୍ୟା କରିଥିଲେ ଝିଅ

ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri