ଭାଜପା ଶାସନରେ ଦେଶର ଗଣତନ୍ତ୍ର ବିପନ୍ନ: କଂଗ୍ରେସ

ବ୍ରହ୍ମପୁର ଅଫିସ/ଫୁଲବାଣୀ ଅଫିସ, ୧ା୪: ଭାଜପା ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଶାସନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିଚାଲିଛି। ପ୍ରତିବାଦ ଓ ବିରୋଧ କଲେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ବିଭିନ୍ନ ଭାବରେ ହଇରାଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ଭିତିରି ସମ୍ପର୍କ ନିବିଡ଼ ହୋଇଛି। ଦେଶର କୋଟି କୋଟି ଲୋକଙ୍କ ସଞ୍ଚୟ ବହୁ ଲକ୍ଷ କୋଟି ଟଙ୍କା ଆଦାନୀଙ୍କ କମ୍ପାନୀରେ ନିବେଶ କରାଯାଇଛି। ଏହାର ନିରପେକ୍ଷ ତଦନ୍ତ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା କରାଯିବାରୁ ଶାସକ ଦଳ ପକ୍ଷରୁ ହୋହାଲ୍ଲା କରାଯାଇ ଲୋକସଭାକୁ ଅଚଳ କରାଯାଇଛି। ଫଳରେ ଭାରତର ଗଣତନ୍ତ୍ର ବିପନ୍ନ ହେବାରେ ଲାଗିଥିବା ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲା କଂଗ୍ରେସ କାର୍ଯ୍ୟାଳୟ ବ୍ରହ୍ମପୁରସ୍ଥ ବାପୁଜୀ ଆଶ୍ରମରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବରିଷ୍ଠ ନେତା ତଥା ଦଳର ପର୍ଯ୍ୟବେକ୍ଷକ କିଶୋର ଜେନା ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ରାହୁଲ ଗାନ୍ଧୀଙ୍କ ନାଁ ଶୁଣିଲେ ଭୟଭୀତ ହେଉଛନ୍ତି। ତେଣୁ ତାଙ୍କୁ ଲୋକସଭାରୁ ଦୂରେଇ ରଖିବା ଷଡ଼ଯନ୍ତ୍ର କରିଛନ୍ତି। ଦେଶର ଗଣତନ୍ତ୍ରର ସୁରକ୍ଷା ଲାଗି ସବୁ ବିରୋଧୀ ଦଳ ଏକଜୁଟ ହୋଇ ଭାଜପା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। କିନ୍ତୁ ବିଜେଡି ସରକାର ଓ ଏହାର ନେତା ଚୁପ ରହିଛନ୍ତି। ଗଣତନ୍ତ୍ରକୁ ସୁଦୃଢ଼ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନର ମର୍ଯ୍ୟାଦା ଓ ସମ୍ମାନ ରଖିବା ବିଜେଡିର ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି ଫୁଲବାଣୀରେ ମଧ୍ୟ କଂଗ୍ରେସ ପକ୍ଷରୁ ଏ ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସେଥିରେ ଅଭିଯୋଗ କରାଯାଇଛି, ଦେଶର ଅର୍ଥନୀତି ଦୁର୍ବଳ। ଦରଦାମ ବୃଦ୍ଧି ଜନତାଙ୍କୁ ଅଣନିଶ୍ୱାସୀ କରିଦେଇଛି । ଲୋକେ ଏଲଆଇସି, ଜାତୀୟ କରଣ ବ୍ୟାଙ୍କରେ ରଖିଥିବା ଟଙ୍କାକୁ ଆଦାନୀ କମ୍ପାନୀକୁ ଦିଆଯାଇଛି ା ଏଭଳି ପ୍ରସଙ୍ଗ ରାହୁଲ ଗାନ୍ଧି ସଂସଦରେ ଉଠାଇବାରୁ ତାଙ୍କ ବିରୋଧରେ ସରକାର ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏକ ମାନହାନୀ ମାମଲାରେ ତାଙ୍କୁ ୨ ବର୍ଷ ଜେଲ ହେବା ପରେ ତାଙ୍କୁ ବହିସ୍କାର କରାଯାଇଛି । କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ । ଗଣତନ୍ତ୍ର ବଞ୍ଚାଇବାକୁ ଆନ୍ଦୋଳନ ଜାରି ରହିବ ବୋଲି ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ କର୍ମକର୍ତ୍ତାମାନେ କହିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ପୂର୍ବତନ ଏମ୍‌ପି ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ରାଜ୍ୟ କୃଷକ ସେଲ ସଭାପତି ଅମୀୟ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ଅନାମ ନାୟକ, ମହିଳା ନେତ୍ରୀ ରୁଦା ମଲ୍ଲିକ ପ୍ରମୁଖ ଉପସ୍ଥି୍‌ତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହୀମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri