ନୂଆପଡ଼ା,୧୨ା୧୧(ମକାରୁ ବେମାଲ): ମଙ୍ଗଳବାର ଶେଷ ହୋଇଛି ନୂଆପଡ଼ା ଉପନିର୍ବାଚନ। ଆସନ୍ତା ୧୪ ତାରିଖରେ ହେବ ଭୋଟ୍ ଗଣତି। ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନୂଆପଡ଼ା ନ୍ୟାଶନାଲ କଲେଜରେ ଏହି ଭୋଟ ଗଣତି ହେବ। ସକାଳ ୮ଟାରେ ପୋଷ୍ଟାଲ ଗଣତି ହେବାକୁ ଥିବାବେଳେ ସାଢ଼େ ୮ଟାରେ ଇଭିଏମ୍ ଖୋଲିବ। ଏନେଇ ଜିଲାପାଳ ସୂଚନା ଦେଇଛନ୍ତି। ଭୋଟ୍ ଗଣତି ସମୟରେ ଭିତର ଦାୟିତ୍ୱ ସିଏପିଏଫ୍ ଏବଂ ପୋଲିସ ମୁତୟନ ରହିବେ। ମୋଟ୍ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତିର ବ୍ୟବସ୍ଥା ହୋଇଛି।