Posted inଜାତୀୟ

ରାତି ପାହିଲେ ଭୋଟଗଣତି, ସମାନ ସଂଖ୍ୟାକ ସର୍ବାଧିକ ଭୋଟ ପାଇଥିଲେ ଏହିଭଳି ଘୋଷଣା ହେବ ଫଳାଫଳ

ନୂଆଦିଲ୍ଲୀ,୩ା୬:ଲୋକ ସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ଆରମ୍ଭ ହେଉଥିବାବେଳେ ଗଣନା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନ ସକ୍ଷିପ୍ତ ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍‌ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍‌ଓ)ଙ୍କ ଟେବୁଲରେ ଆରମ୍ଭ ହେବ। ଭୋଟଗଣତି ଆରମ୍ଭ ପୂର୍ବରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଆର୍‌ଓ ଗ୍ରହଣ କରିଥିବା ବାଲଟ୍‌ ପେପରଗୁଡ଼ିକୁ କେବଳ ଗଣନା ପାଇଁ ନିଆଯିବ। ପୋଷ୍ଟାଲ ବାଲାଟ ଗଣନା ଆରମ୍ଭ ହେବାର ୩୦ ମିନିଟ ପରେ ଇଭିଏମ୍‌ ଭୋଟ ଗଣନା ଆରମ୍ଭ ହେବ। ଯେଉଁ ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ ବାଲଟ ନ ଥିବ ସେଠାରେ ଧାର୍ଯ୍ୟ ସମୟ ଅନୁଯାୟୀ ଇଭିଏମ୍‌ ଭୋଟଗୁଡ଼ିକର ଗଣନା ଆରମ୍ଭ ହେବ। ପୋଲିଂ ଷ୍ଟେଶନରେ ଭୋଟ ଗଣନା ପାଇଁ ଫର୍ମ-୧୭ସି ସହ କେବଳ ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ୍‌(ସିୟୁ)ଗୁଡ଼ିକୁ ବ୍ୟବହାର କରାଯିବ। ଫଳାଫଳ ଯାଞ୍ଚ ପୂର୍ବରୁ ଗଣନାକରୀ ଅଧିକାରୀମାନେ ସିୟୁର ପେପର ସିଲ୍‌ ଅକ୍ଷୁଣ୍ଣ ଥିବା ଏବଂ ଫର୍ମ-୧୭ସିରେ ଥିବା ସଂଖ୍ୟା ସହ ମୋଟ ଭୋଟକୁ ମେଳ କରାଇ ନିଶ୍ଚିତ ହେବେ। କଣ୍ଟ୍ରୋଲ ୟୁନିଟ୍‌ର ଫଳାଫଳକୁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବ୍‌ଜରଭର ଏବଂ ପ୍ରାର୍ଥୀମାନଙ୍କୁ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଦେଖାଇବା ପରେ ଫର୍ମ-୧୭ସି’ର ଦ୍ୱିତୀୟ ଭାଗରେ ଉଲ୍ଲେଖ କରାଯିବ। ଯଦି କୌଣସି ସିୟୁର ଡିସ୍‌ପ୍ଲେ ପ୍ୟାନେଲ୍‌ରେ ଫଳାଫଳ ଦେଖାଉନାହିଁ, ସେଭଳି କ୍ଷେତ୍ରରେ ସମସ୍ତ ସିୟୁ ଗଣନା ଶେଷ ହେବା ପରେ ସମ୍ପୃକ୍ତ ଭିଭିପିଏଟିର ସ୍ଲିପ୍‌ଗୁଡ଼ିକୁ ଗଣନା କରାଯିବ।
କାଉଣ୍ଟିଂ ଟେବୁଲରେ ଉପସ୍ଥିତ ଥିବା କାଉଣ୍ଟିଂ ସୁପରଭାଇଜର ଏବଂ ପ୍ରାର୍ଥୀମାନଙ୍କ ଏଜେଣ୍ଟ ପ୍ରତି ସିୟୁର ପ୍ରାର୍ଥୀଓ୍ବାରି ଫଳାଫଳ ଫର୍ମ-୧୭ସି’ର ଦ୍ୱିତୀୟ ଭାଗରେ ଉଲ୍ଲେଖ କରିବେ। ଭୋଟଗଣତି ଶେଷ ହେବା ପରେ ଭିଭିପିଏଟି ସ୍ଲିପ୍‌ଗୁଡ଼ିକର ବାଧ୍ୟତାମୂଳକ ଯାଞ୍ଚ ବ୍ୟବସ୍ଥା ଅନୁଯାୟୀ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌କୁ ନମୁନା ଭାବେ ଚୟନ କରାଯାଇ ଗଣନା କରାଯିବ। ଖାରଜ ହୋଇଥିବା ପୋଷ୍ଟାଲ ବାଲଟ ପେପର ସଂଖ୍ୟାଠାରୁ ବିଜୟ ବ୍ୟବଧାନ କମ୍‌ ହେଲେ ଫଳାଫଳ ଘୋଷଣା ପୂର୍ବରୁ ନାକଚ ହୋଇଥିବା ବାଲଟ ପେପରଗୁଡ଼ିକର ପୁନଃ ଯାଞ୍ଚ କରାଯିବ। ଯଦି ୨ ଜଣ ପ୍ରାର୍ଥୀ ସମାନ ସଂଖ୍ୟାକ ସର୍ବାଧିକ ଭୋଟ ପାଇଥିବେ, ତେବେ ଧର୍ମଗୁଳା ଜରିଆରେ ଫଳାଫଳ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri