କଣ୍ଟେନରକୁ ପିଟିଲା କଣ୍ଟେନର, ଚାପି ହୋଇଗଲେ ଡ୍ରାଇଭର

ଜଳେଶ୍ୱର,୩ା୨(ନବୀନ ସାହୁ): ଘନକୁହୁଡି ପାଇଁ କଣ୍ଟେନରକୁ ପଛପଟୁ ଧକ୍କାଦେଲା କଣ୍ଟେନର। ଅଗ୍ନିଶମ ବିଭାଗର ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନରେ ଚାପି ଡ୍ରାଇଭରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି।
ସୂଚନା ମୁତାବକ ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୬୦ ବାଲେଶ୍ୱରରୁ ଖଡଗପୁର ମରାମତି ହେଉଥିବାରୁ ଆମ୍ବଳିଅଠା ବାଇପାସ ନିକଟରେ ଡାଇଭର୍ଜନ ରହିଛି। ତେଣୁ ବାଲେଶ୍ୱର ପଟୁ ଖଡଗପୁର ଅଭିମୁଖେ ଯାଉଥିବା ପାର୍ଶଲ ବୋଝେଇ କଣ୍ଟେନରଟି ସେଠାରେ ସ୍ଲୋ ହୋଇଥିବା ବେଳେ ଘନ କୁହୁଡି ଯୋଗୁ ଆଉ ଏକ କଣ୍ଟେନରଟି ପଛପଟୁ ଧକ୍କା ଦେଇଥିଲା ଫଳରେ ପାର୍ଶଲ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ଏନ୍‌ଏଚ୍‌ କଡ଼ ଖସି ପଡ଼ିବା ସହ ଏହି କ୍ୟାବିନରେ ଥିବ ଡ୍ରାଇଭର ଚାପି ହୋଇ ରହିଥିଲେ। ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭର ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲକୁ ପଠାଇଥିବା ବେଳେ ଘଟଣାସ୍ଥଳରେ ଜଳେଶ୍ୱର ପହଞ୍ଚି ଅଧିକ ତଦନ୍ତ କରୁଛି।

Share
Tags: accident