ଶିଳାନ୍ୟାସରେ ଅଟକିଛି ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ବପ୍ନ ହୋଇ ରହିଛି। ୧୯୯୩ରେ ଏହି ଜିଲା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଗମନାଗମନ କ୍ଷେତ୍ରରେ ସର୍ବନିମ୍ନ ସୁବିଧା ପୂରଣ ହୋଇନି। ଗତ ୮ ବର୍ଷ ଭିତରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତିନି ତିନି ଥର ଶିଳାନ୍ୟାସ କରାଯାଇଛି। ମାତ୍ର ବିଡମ୍ବନାର ବିଷୟ ଇଟା ଖଣ୍ଡେ ଯୋଡାଯାଇନି। କେବଳ ଖବର ଶିରୋନାମାରେ ହିଁ ବସଷ୍ଟାଣ୍ଡ ନିର୍ମାଣ ଏକ ପ୍ରସଙ୍ଗ ହୋଇ ରହିଯାଇଛି। ଶେଷ ଥର ପାଇଁ ୧ ବର୍ଷ ପୂର୍ବରୁ ଏ ଟାଇପ୍‌ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପୁରୁଣା ସ୍ଥାନରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକ ଜମି ଓଏସ୍‌ଆର୍‌ଟିସି ନାମରେ ଆବଣ୍ଟନ କରାଯାଇଥିଲା। ନୂତନ ବସ୍‌ଷ୍ଟାଣ୍ଡ ବର୍ତ୍ତମାନର ପୁରୁଣା ବସ୍‌ଷ୍ଟାଣ୍ଡ, ନଳିନୀ ଛକରୁ ବିଜୁ ପଟ୍ଟନାୟକ ଛକ ଓ ଗାନ୍ଧୀ ଷ୍ଟାଡିୟମ ପ୍ରାଚୀର ପର୍ଯ୍ୟନ୍ତ ମ୍ୟୁନିସିପାଲିଟିର ୧୩୧ଟି ଦୋକାନ ଘର(ଷ୍ଟଲ), ଭୀମ ଭୋଇ କଳାମଣ୍ଡପ, ପୁରୁଣା ଟାଉନ ହଲ ଓ ଶୌଚାଳୟକୁ ଉଚ୍ଛେଦ କରି ସେହି ସ୍ଥାନରେ କରାଯିବା ଯୋଜନା ହେଲା। ଉକ୍ତ ଜମିରୁ ପୁରୁଣା ଟାଉନ ହଲ, ଭୀମଭୋଇ କଳାମଣ୍ଡପ ଓ ମଝିରେ ଥିବା ଷ୍ଟଲ ଗୁଡିକୁ ମ୍ୟୁନିସିପାଲିଟି ପକ୍ଷରୁ ଉଚ୍ଛେଦ କରାଗଲା। ନକ୍ସା ପ୍ରସ୍ତୁତ ପରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଓଡିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକଶନ କୋର୍ପୋରେଶନ(ଓବିସିସି) ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ବାନ କରାଯାଇଥିଲା। ଏଥର ବସ୍‌ଷ୍ଟାଣ୍ଡ ନିର୍ମାଣ ସୁନିଶ୍ଚିତ ବୋଲି ଭାବି ଜିଲାବାସୀ ଖୁସି ହେଲେ। ମାତ୍ର ଏହା ଛଳନା ଥିଲା ବୋଲି ପରବର୍ତ୍ତୀ ସମୟରେ ଜଣାପଡିଲା। ଏଥିନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଶୌଚାଳୟ ଓ ବାକି ଦୋକାନ ଗୃହ ଗୁଡିକ ଉଚ୍ଛେଦ ହୋଇପାରିନି। ଅନ୍ୟପକ୍ଷେ ସହରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ଗୋଷ୍ଠୀ ସରକାରଙ୍କ ନିକଟରେ ଦାବି ରଖିଥିଲେ। ଫଳରେ ନିର୍ମାଣ କାମ ସ୍ଥଗିତ ରହିଛି। ଓବିସିସିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରକଳ୍ପ କାମ ବିଳମ୍ବ ହେବାରୁ ବ୍ୟୟ ଅଟକଳ ବୃଦ୍ଧି ପାଇଛି। ତେଣୁ ପୁରୁଣା ପ୍ଲାନକୁ ସଂଶୋଧନ କରି ନୂତନ ପ୍ଲାନକୁ ସରକାରଙ୍କ ନିକଟରୁ ଅନୁମୋଦନ କରାଯିବ। ଅନୁମୋଦନ ମିଳିବା ପରେ ଓବିସିସି ପକ୍ଷରୁ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଜଣାପଡିଛି।
ଅନ୍ୟପକ୍ଷେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ସୁବର୍ଣ୍ଣପୁର ସହରବାସୀ ଏକାଠି ହୋଇଛନ୍ତି। ନୂତନ ବସଷ୍ଟାଣ୍ଡ ନିର୍ମାଣ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି। ନଭେମ୍ବର ମାସରେ ବୁଦ୍ଧିଜୀବୀ, ସଚେତନ ନାଗରିକ, ରାଜନୈତିକ ନେତୃବୃନ୍ଦ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ରାସ୍ତାକୁ ଓହ୍ଲାଇଥିଲେ। ସୁରେଶ୍ୱରୀ ମନ୍ଦିରରୁ ବସ୍‌ଷ୍ଟାଣ୍ଡ ଦେଇ ପ୍ରତିବାଦ ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ନାମରେ ଆବଣ୍ଟିତ ହୋଇଥିବା ୨ଏକର ୯୦୦ଡେସିମିଲ ଜମିରେ ହିଁ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି ହୋଇଥିଲା। ଏ ସମ୍ପର୍କରେ ଜିଲାପାଳ ଅନ୍ୟା ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନାମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର କୌଣସି ବିକଳ୍ପ ଚିନ୍ତା ଦ୍ୱାରା ପ୍ରଭାବିତ ନ ହୋଇ ପୁରୁଣା ବସ୍‌ଷ୍ଟାଣ୍ଡରେ ହିଁ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସହରବାସୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri