ସହଜ ହେଉନି ସଂଯୋଗ

ବଇଣ୍ଡା,୨୩ା୯ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ବୈଷ୍ଟବ ସାହି ଠାରୁ ଭାୟା ଅର୍ଜୁନଧରା ଦେଇ ବିଲେଇନାଳି ପଞ୍ଚାୟତକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା। ବ୍ଲକ ସଦର ମହକୁମାକୁ ଏହି ସଡ଼କରେ କମ୍‌ ଦୂରତା ପଡ଼ୁଥିବାରୁ ୫ ପଞ୍ଚାୟତର ୧୧ ଗ୍ରାମବାସୀ ଏହାକୁ ବ୍ୟବହାର କରିଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ୧୦ କିଲୋମିଟର ପୂର୍ତ୍ତ ରାସ୍ତାକୁ ପିଚୁ କରାଯାଇଛି। ହେଲେ ଏହି ରାସ୍ତାରେ ପଡ଼ୁଥିବା ୩ଟି ନାଳ ଉପରେ ପୋଲ ନିର୍ମାଣ କରାଯାଉ ନ ଥିବାରୁ ବର୍ଷାଦିନେ ଯାତାୟାତ ସମ୍ଭବ ହୋଇପାରୁ ନାହିଁ। ଏ ନେଇ ବହୁବାର ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅଭିଯୋଗ କରାଗଲେ ମଧ୍ୟ ସୁଫଳ ମିଳୁ ନ ଥିବା ୧୧ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ନୁନୁକାପଶି ପଞ୍ଚାୟତର ବଇଣ୍ଡା ନିକଟସ୍ଥ ବୈଷ୍ଟବସାହି ଠାରୁ ବିଲେଇନାଳି ଗ୍ରାମ ପର୍ଯ୍ୟନ୍ତ ୧୦.୪୦୦ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହାକୁ ପିଚୁ କରିବାକୁ ୬ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୪ ବର୍ଷ ତଳୁ କାମ ସରିଥିଲେ ମଧ୍ୟ ଏହି ରାସ୍ତାରେ ପଡୁଥିବା ବାଙ୍କଧର, ସୋଲଣ୍ଡା, ଅର୍ଜୁନଧରା ନାଳ ଉପରେ ପୋଲ ନିର୍ମାଣ କରାଯାଉ ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ନାଳଗୁଡିକରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉଛି। ନୁନୁକାପଶି, ଲୁହାମୁଣ୍ଡା, ଗାଁ ବଇଣ୍ଡା, ବିଲେଇନାଳି, ଉରୁକୁଳା ପଞ୍ଚାୟତର ଶରଧାମୁଣ୍ଡା, ସୋଲଣ୍ଡା, ଅର୍ଜୁନଧରା, ଭେଜିଗୋଠ, ବଡଗୋବିନ୍ଦପୁର, ଗରୁଡ, ଜାମ୍ବବଣିଆ, ସାତପେରେଡିଆ, ବଡବାହଳ, ବଣିନାଳୀ ଆଦି ୧୧ଟି ଗ୍ରାମର ୧୫ ହଜାର ଲୋକ ଯାତାୟାତ ପାଇଁ ବହୁ ହଇରାଣ ହେଉଛନ୍ତି। ୨୦୨୧ ମସିହାରେ ଏହି ୩ଟି ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେବ ବୋଲି ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତାହା ପୂରଣ କରାଯାଇ ନାହିଁ। ଫଳରେ ବର୍ଷାଦିନେ ଉକ୍ତ ରାସ୍ତାରେ ଯାଇପାରୁ ନ ଥିବା ଅଞ୍ଚଳବାସୀ ଅନ୍ୟ ରାସ୍ତାରେ ଅଧିକ ୭ କି.ମି. ଦୂର ହଣ୍ଡପା, ନଚେତ ୧୦ କି.ମି. ଦୂର ପଟ୍ଟାପଥର ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବ୍ରିଜ ନିର୍ମାଣ ପାଇଁ ଅର୍ଜୁନଧରା ଗ୍ରାମବାସୀ ୧ ଫେବୃୟାରୀ ୨୦୨୦, ସୋଲଣ୍ଡା ଗ୍ରାମବାସୀ ୨୫ ମାର୍ଚ୍ଚ ୨୦୨୧, ବଇଣ୍ଡା ଗ୍ରାମବାସୀ ୫ ଡିସେମ୍ବର ୨୦୨୧, ୨୧ ମାର୍ଚ୍ଚ ୨୦୨୨ ଓ ୧ ଫେବୃୟାରୀ ୨୦୨୩ରେ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ସଚିବ, ସ୍ଥାନୀୟ ଲୋକ ପ୍ରତିନିଧି, ସମ୍ବଲପୁର ଏମ୍‌ପିଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ କାଶୀନାଥ ମଲିକ କହିଛନ୍ତି, ପୋଲ ନିର୍ମାଣ ପାଇଁ ଟେଣ୍ଡର ସରିଛି। ଖୁବ୍‌ଶୀଘ୍ର କାମ ଆରମ୍ଭ କରାଯିବ।

ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି
ରାସ୍ତା ନିର୍ମାଣର ୪ ବର୍ଷ ପୂରିଥିଲେ ମଧ୍ୟ ପୋଲ ହେଉନାହିଁ। ଏହି ନାଳ ଉପରେ ୩ଟି ବ୍ରିଜ୍‌ ନିର୍ମାଣ ହେଲେ ଅଞ୍ଚଳବାସୀ କିଶୋରନଗର ବ୍ଲକକୁ ସହଜରେ ଯାଇପାରିବେ। ହେଲେ ପୋଲ କରାଯାଉ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ରାଜା ଶର୍ମା, ବଇଣ୍ଡା
ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ
ସୋଲଣ୍ଡା ନାଳ ଉପରେ ବ୍ରିଜ୍‌ ତିଆରି ହେଉ ନ ଥିବା ଯୋଗୁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଛି। ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ମାଣ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ଫାଳରେ ୪ କି.ମି. ବଦଳରେ ୭ କି.ମି. ଯିବାକୁ ପଡୁଛି।
-ଶ୍ରୀଧର ମାଝି, ସୋଲଣ୍ଡା
ବଡ଼ ବ୍ରିଜ୍‌ ଜରୁରୀ ହୋଇପଡ଼ିଛି
ଅର୍ଜୁନଧରା ନାଳ ଉପରେ ବର୍ଷାଦିନେ ୩ ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି। ଏଠାରେ ଏକ ବଡ଼ ବ୍ରିଜ୍‌ର ଆବଶ୍ୟକତା ରହିଛି। କିନ୍ତୁ ତାହା ହେଉ ନ ଥିବାରୁ ବର୍ଷାବେଳେ ନାଳ ଦେଇ ଯାତାୟାତ କରାଯାଉ ନାହିଁ। ଏପରିକି ୧୦ କି.ମି. ଦୂର ବୁଲିକରି ଯିବାକୁ ପଡ଼ୁଛି।
-ସୁଶାନ୍ତ ସାହୁ, ଅର୍ଜୁନଧରା
ସରକାରୀସ୍ତରରେ ଆନ୍ତରିକତାର ଅଭାବ
ପୋଲ ତିଆରି ପାଇଁ ସରକାରୀ ସ୍ତରରେ ଆନ୍ତରିକତାର ଅଭାବ ଦେଖାଦେଇଛି। ଏ ନେଇ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ସୁଫଳ ମିଳୁନାହିଁ। ଫଳରେ ବର୍ଷା ଦିନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
-ଧ୍ରୁବ ଚରଣ ସାହୁ, ବଡ ଗୋବିନ୍ଦପୁର


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri