ସହଜ ହେଉନି ସଂଯୋଗ

ବଇଣ୍ଡା,୨୩ା୯ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ବୈଷ୍ଟବ ସାହି ଠାରୁ ଭାୟା ଅର୍ଜୁନଧରା ଦେଇ ବିଲେଇନାଳି ପଞ୍ଚାୟତକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା। ବ୍ଲକ ସଦର ମହକୁମାକୁ ଏହି ସଡ଼କରେ କମ୍‌ ଦୂରତା ପଡ଼ୁଥିବାରୁ ୫ ପଞ୍ଚାୟତର ୧୧ ଗ୍ରାମବାସୀ ଏହାକୁ ବ୍ୟବହାର କରିଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ୧୦ କିଲୋମିଟର ପୂର୍ତ୍ତ ରାସ୍ତାକୁ ପିଚୁ କରାଯାଇଛି। ହେଲେ ଏହି ରାସ୍ତାରେ ପଡ଼ୁଥିବା ୩ଟି ନାଳ ଉପରେ ପୋଲ ନିର୍ମାଣ କରାଯାଉ ନ ଥିବାରୁ ବର୍ଷାଦିନେ ଯାତାୟାତ ସମ୍ଭବ ହୋଇପାରୁ ନାହିଁ। ଏ ନେଇ ବହୁବାର ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅଭିଯୋଗ କରାଗଲେ ମଧ୍ୟ ସୁଫଳ ମିଳୁ ନ ଥିବା ୧୧ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ନୁନୁକାପଶି ପଞ୍ଚାୟତର ବଇଣ୍ଡା ନିକଟସ୍ଥ ବୈଷ୍ଟବସାହି ଠାରୁ ବିଲେଇନାଳି ଗ୍ରାମ ପର୍ଯ୍ୟନ୍ତ ୧୦.୪୦୦ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହାକୁ ପିଚୁ କରିବାକୁ ୬ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୪ ବର୍ଷ ତଳୁ କାମ ସରିଥିଲେ ମଧ୍ୟ ଏହି ରାସ୍ତାରେ ପଡୁଥିବା ବାଙ୍କଧର, ସୋଲଣ୍ଡା, ଅର୍ଜୁନଧରା ନାଳ ଉପରେ ପୋଲ ନିର୍ମାଣ କରାଯାଉ ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ନାଳଗୁଡିକରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉଛି। ନୁନୁକାପଶି, ଲୁହାମୁଣ୍ଡା, ଗାଁ ବଇଣ୍ଡା, ବିଲେଇନାଳି, ଉରୁକୁଳା ପଞ୍ଚାୟତର ଶରଧାମୁଣ୍ଡା, ସୋଲଣ୍ଡା, ଅର୍ଜୁନଧରା, ଭେଜିଗୋଠ, ବଡଗୋବିନ୍ଦପୁର, ଗରୁଡ, ଜାମ୍ବବଣିଆ, ସାତପେରେଡିଆ, ବଡବାହଳ, ବଣିନାଳୀ ଆଦି ୧୧ଟି ଗ୍ରାମର ୧୫ ହଜାର ଲୋକ ଯାତାୟାତ ପାଇଁ ବହୁ ହଇରାଣ ହେଉଛନ୍ତି। ୨୦୨୧ ମସିହାରେ ଏହି ୩ଟି ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେବ ବୋଲି ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତାହା ପୂରଣ କରାଯାଇ ନାହିଁ। ଫଳରେ ବର୍ଷାଦିନେ ଉକ୍ତ ରାସ୍ତାରେ ଯାଇପାରୁ ନ ଥିବା ଅଞ୍ଚଳବାସୀ ଅନ୍ୟ ରାସ୍ତାରେ ଅଧିକ ୭ କି.ମି. ଦୂର ହଣ୍ଡପା, ନଚେତ ୧୦ କି.ମି. ଦୂର ପଟ୍ଟାପଥର ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବ୍ରିଜ ନିର୍ମାଣ ପାଇଁ ଅର୍ଜୁନଧରା ଗ୍ରାମବାସୀ ୧ ଫେବୃୟାରୀ ୨୦୨୦, ସୋଲଣ୍ଡା ଗ୍ରାମବାସୀ ୨୫ ମାର୍ଚ୍ଚ ୨୦୨୧, ବଇଣ୍ଡା ଗ୍ରାମବାସୀ ୫ ଡିସେମ୍ବର ୨୦୨୧, ୨୧ ମାର୍ଚ୍ଚ ୨୦୨୨ ଓ ୧ ଫେବୃୟାରୀ ୨୦୨୩ରେ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ସଚିବ, ସ୍ଥାନୀୟ ଲୋକ ପ୍ରତିନିଧି, ସମ୍ବଲପୁର ଏମ୍‌ପିଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ କାଶୀନାଥ ମଲିକ କହିଛନ୍ତି, ପୋଲ ନିର୍ମାଣ ପାଇଁ ଟେଣ୍ଡର ସରିଛି। ଖୁବ୍‌ଶୀଘ୍ର କାମ ଆରମ୍ଭ କରାଯିବ।

ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି
ରାସ୍ତା ନିର୍ମାଣର ୪ ବର୍ଷ ପୂରିଥିଲେ ମଧ୍ୟ ପୋଲ ହେଉନାହିଁ। ଏହି ନାଳ ଉପରେ ୩ଟି ବ୍ରିଜ୍‌ ନିର୍ମାଣ ହେଲେ ଅଞ୍ଚଳବାସୀ କିଶୋରନଗର ବ୍ଲକକୁ ସହଜରେ ଯାଇପାରିବେ। ହେଲେ ପୋଲ କରାଯାଉ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ରାଜା ଶର୍ମା, ବଇଣ୍ଡା
ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ
ସୋଲଣ୍ଡା ନାଳ ଉପରେ ବ୍ରିଜ୍‌ ତିଆରି ହେଉ ନ ଥିବା ଯୋଗୁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଛି। ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ମାଣ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ। ଫାଳରେ ୪ କି.ମି. ବଦଳରେ ୭ କି.ମି. ଯିବାକୁ ପଡୁଛି।
-ଶ୍ରୀଧର ମାଝି, ସୋଲଣ୍ଡା
ବଡ଼ ବ୍ରିଜ୍‌ ଜରୁରୀ ହୋଇପଡ଼ିଛି
ଅର୍ଜୁନଧରା ନାଳ ଉପରେ ବର୍ଷାଦିନେ ୩ ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି। ଏଠାରେ ଏକ ବଡ଼ ବ୍ରିଜ୍‌ର ଆବଶ୍ୟକତା ରହିଛି। କିନ୍ତୁ ତାହା ହେଉ ନ ଥିବାରୁ ବର୍ଷାବେଳେ ନାଳ ଦେଇ ଯାତାୟାତ କରାଯାଉ ନାହିଁ। ଏପରିକି ୧୦ କି.ମି. ଦୂର ବୁଲିକରି ଯିବାକୁ ପଡ଼ୁଛି।
-ସୁଶାନ୍ତ ସାହୁ, ଅର୍ଜୁନଧରା
ସରକାରୀସ୍ତରରେ ଆନ୍ତରିକତାର ଅଭାବ
ପୋଲ ତିଆରି ପାଇଁ ସରକାରୀ ସ୍ତରରେ ଆନ୍ତରିକତାର ଅଭାବ ଦେଖାଦେଇଛି। ଏ ନେଇ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ସୁଫଳ ମିଳୁନାହିଁ। ଫଳରେ ବର୍ଷା ଦିନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
-ଧ୍ରୁବ ଚରଣ ସାହୁ, ବଡ ଗୋବିନ୍ଦପୁର


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri