ଥାନା ଆଗରେ ଲୋକ ପ୍ରତିନିଧିଙ୍କ ଧାରଣା

ଝରିଗାଁ,୨୬।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ଗୁରୁବାର ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କ ସ୍ବାମୀ ପବିତ୍ର ସାନ୍ତା, ତାଙ୍କ ସହଯୋଗୀ ରମେଶ ହରିଜନ ଏବଂ ଅଭୟ ସ୍ବାଇଁ ବିଡିଓ ସତ୍ୟନାରାୟଣ ମେହେରଙ୍କ ଉପରେ କରିଥିବା ଆକ୍ରମଣ ବିରୋଧରେ ଶୁକ୍ରବାର ବ୍ଲକ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ସେମାନେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ବ୍ଲକ କର୍ମଚାରୀଙ୍କ ସୁରକ୍ଷା ଦାବି କରିଛନ୍ତି। ରବିବାର ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଏପିଓ ଦେବେନ୍ଦ୍ର କୁମାର ବେହେରା କହିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ଏକ ସପ୍ତାହ ପର୍ଯ୍ୟନ୍ତ ପୋଲିସ ମୁତୟନ କରାଯିବ ବୋଲି ଥାନାଧିକାରୀ ପ୍ରତିଶ୍ରୁତି ଦେଇଥିବା ଏପିଓ ସୂଚନା ଦେଇଛନ୍ତି। ସେହିପରି ଝରିଗାଁ ବ୍ଲକର କେତେଜଣ ସରପଞ୍ଚ, ସମିତି ସଭ୍ୟ ଏବଂ ସମର୍ଥକ ବିଡିଓଙ୍କ ଗିରଫ ଦାବିରେ ତହସିଲ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ଝରିଗାଁ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ବିଡିଓ ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅନୁସୂଚିତ ଜାତି ଜନଜାତି ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିବା ସହ ବିଡିଓଙ୍କ ଗିରଫ ଦାବି କରିଛନ୍ତି। ବିଡିଓଙ୍କୁ ଗିରଫ କରା ନ ଯିବା ଯାଏ ଧାରଣା ଚାଲୁ ରହିବ ବୋଲି ସେମାନେ କହିଛନ୍ତି। ଥାନା ସମ୍ମୁଖରେ ପାଲିଆ ସରପଞ୍ଚ ରାଧା ସାନ୍ତା, ରତାଖଣ୍ଡିଗୁଡ଼ା ସମିତି ସଭ୍ୟ ତମ୍ବୁଦାସ ପନକା, ଝରିଗାଁ ସରପଞ୍ଚ ଯୋଗେଶ୍ୱର ମାଝି, କୁଟୁରିଛାପର ସରପଞ୍ଚ ବୃନ୍ଦି ସାନ୍ତା, ଝରିଗାଁ ସମିତି ସଭ୍ୟ ଗୋମତି ସାନ୍ତା, ହାରାବତୀ ଗଣ୍ଡ, ପଦଲାମ ସାନ୍ତା, ସୁରଜ ସାନ୍ତା, କାଳୀପ୍ରସାଦ ଦାସ, ମହାଦେବ, ଖଗେଶ୍ବର ନାୟକ, ଗୋବିନ୍ଦା ପଟ୍ଟନାୟକ, କୁନି ସାହୁ ପ୍ରମୁଖ ଧାରଣାରେ ବସିଛନ୍ତି। ଏସ୍‌ଡିପିଓ ଶୁଭେନ୍ଦୁ କୁମାର ଶବର ଏବଂ ଥାନାଧିକାରୀ ତପନ ପତି ଧାରଣାରେ ବସିଥିବା ଲୋକଙ୍କୁ ବୁଝାଶୁଝା କରିଥିଲେ। ଘଟଣାର ତଦନ୍ତ ପାଇଁ ସେମାନେ ଗୋଟିଏ ଦିନ ସମୟ ମାଗିଥିଲେ। ଏହାପରେ ଲୋକ ପ୍ରତିନିଧିମାନଙ୍କ ଧାରଣା ହଟିଥିଲା। ଏ ନେଇ ଝରିଗାଁ ଥାନାଧିକାରୀ ତପନ କୁମାର ପତିଙ୍କୁ ପଚାରିବାରୁ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସୂଚନାନୁଯାୟୀ, ପାଲିଆ ଗ୍ରାମର ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ବାଇଁ ଗୁରୁବାର ହଠାତ୍‌ କାର୍ଯ୍ୟାଳୟ ଭିତରକୁ ପଶି ଆସି ସିସିଟିଭି ସୁଇଚ୍‌ ବନ୍ଦ କରି ୪ଟି ରେକର୍ଡରେ ଦସ୍ତଖତ କରି ଫାଇଲ ଦେବାକୁ ବାଧ୍ୟ କରିଥିଲେ ବୋଲି ବିଡିଓ ଥାନାରେ ଅଭିଯୋଗ କରିଥିଲେ। ପବିତ୍ର ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ। ୪ଟି ଉନ୍ନୟନ କାମର ଫାଇଲରେ ଦସ୍ତଖତ କରିବା ପାଇଁ ବିଡିଓଙ୍କୁ କହିବାରୁ ସେ କାମର ୨% ଟଙ୍କା ଦେଲେ ଦସ୍ତଖତ କରିବେ ବୋଲି କହିବା ସହ ଜାତିଆଣ ଆକ୍ଷେପ କରିଥିବା ପବିତ୍ରଙ୍କ ଏତଲାରେ ଉଲ୍ଲେଖ ରହିଛି। ପୋଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। ଶୁକ୍ରବାର ପବିତ୍ର, ରମେଶ ଓ ଅକ୍ଷୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri