ଥାନା ଆଗରେ ଲୋକ ପ୍ରତିନିଧିଙ୍କ ଧାରଣା

ଝରିଗାଁ,୨୬।୧୧(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ଗୁରୁବାର ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କ ସ୍ବାମୀ ପବିତ୍ର ସାନ୍ତା, ତାଙ୍କ ସହଯୋଗୀ ରମେଶ ହରିଜନ ଏବଂ ଅଭୟ ସ୍ବାଇଁ ବିଡିଓ ସତ୍ୟନାରାୟଣ ମେହେରଙ୍କ ଉପରେ କରିଥିବା ଆକ୍ରମଣ ବିରୋଧରେ ଶୁକ୍ରବାର ବ୍ଲକ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ସେମାନେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ବ୍ଲକ କର୍ମଚାରୀଙ୍କ ସୁରକ୍ଷା ଦାବି କରିଛନ୍ତି। ରବିବାର ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଏପିଓ ଦେବେନ୍ଦ୍ର କୁମାର ବେହେରା କହିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ଏକ ସପ୍ତାହ ପର୍ଯ୍ୟନ୍ତ ପୋଲିସ ମୁତୟନ କରାଯିବ ବୋଲି ଥାନାଧିକାରୀ ପ୍ରତିଶ୍ରୁତି ଦେଇଥିବା ଏପିଓ ସୂଚନା ଦେଇଛନ୍ତି। ସେହିପରି ଝରିଗାଁ ବ୍ଲକର କେତେଜଣ ସରପଞ୍ଚ, ସମିତି ସଭ୍ୟ ଏବଂ ସମର୍ଥକ ବିଡିଓଙ୍କ ଗିରଫ ଦାବିରେ ତହସିଲ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ଝରିଗାଁ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ବିଡିଓ ପାଲିଆ ସରପଞ୍ଚ ରାଧା ସାନ୍ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅନୁସୂଚିତ ଜାତି ଜନଜାତି ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିବା ସହ ବିଡିଓଙ୍କ ଗିରଫ ଦାବି କରିଛନ୍ତି। ବିଡିଓଙ୍କୁ ଗିରଫ କରା ନ ଯିବା ଯାଏ ଧାରଣା ଚାଲୁ ରହିବ ବୋଲି ସେମାନେ କହିଛନ୍ତି। ଥାନା ସମ୍ମୁଖରେ ପାଲିଆ ସରପଞ୍ଚ ରାଧା ସାନ୍ତା, ରତାଖଣ୍ଡିଗୁଡ଼ା ସମିତି ସଭ୍ୟ ତମ୍ବୁଦାସ ପନକା, ଝରିଗାଁ ସରପଞ୍ଚ ଯୋଗେଶ୍ୱର ମାଝି, କୁଟୁରିଛାପର ସରପଞ୍ଚ ବୃନ୍ଦି ସାନ୍ତା, ଝରିଗାଁ ସମିତି ସଭ୍ୟ ଗୋମତି ସାନ୍ତା, ହାରାବତୀ ଗଣ୍ଡ, ପଦଲାମ ସାନ୍ତା, ସୁରଜ ସାନ୍ତା, କାଳୀପ୍ରସାଦ ଦାସ, ମହାଦେବ, ଖଗେଶ୍ବର ନାୟକ, ଗୋବିନ୍ଦା ପଟ୍ଟନାୟକ, କୁନି ସାହୁ ପ୍ରମୁଖ ଧାରଣାରେ ବସିଛନ୍ତି। ଏସ୍‌ଡିପିଓ ଶୁଭେନ୍ଦୁ କୁମାର ଶବର ଏବଂ ଥାନାଧିକାରୀ ତପନ ପତି ଧାରଣାରେ ବସିଥିବା ଲୋକଙ୍କୁ ବୁଝାଶୁଝା କରିଥିଲେ। ଘଟଣାର ତଦନ୍ତ ପାଇଁ ସେମାନେ ଗୋଟିଏ ଦିନ ସମୟ ମାଗିଥିଲେ। ଏହାପରେ ଲୋକ ପ୍ରତିନିଧିମାନଙ୍କ ଧାରଣା ହଟିଥିଲା। ଏ ନେଇ ଝରିଗାଁ ଥାନାଧିକାରୀ ତପନ କୁମାର ପତିଙ୍କୁ ପଚାରିବାରୁ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସୂଚନାନୁଯାୟୀ, ପାଲିଆ ଗ୍ରାମର ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ବାଇଁ ଗୁରୁବାର ହଠାତ୍‌ କାର୍ଯ୍ୟାଳୟ ଭିତରକୁ ପଶି ଆସି ସିସିଟିଭି ସୁଇଚ୍‌ ବନ୍ଦ କରି ୪ଟି ରେକର୍ଡରେ ଦସ୍ତଖତ କରି ଫାଇଲ ଦେବାକୁ ବାଧ୍ୟ କରିଥିଲେ ବୋଲି ବିଡିଓ ଥାନାରେ ଅଭିଯୋଗ କରିଥିଲେ। ପବିତ୍ର ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ। ୪ଟି ଉନ୍ନୟନ କାମର ଫାଇଲରେ ଦସ୍ତଖତ କରିବା ପାଇଁ ବିଡିଓଙ୍କୁ କହିବାରୁ ସେ କାମର ୨% ଟଙ୍କା ଦେଲେ ଦସ୍ତଖତ କରିବେ ବୋଲି କହିବା ସହ ଜାତିଆଣ ଆକ୍ଷେପ କରିଥିବା ପବିତ୍ରଙ୍କ ଏତଲାରେ ଉଲ୍ଲେଖ ରହିଛି। ପୋଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। ଶୁକ୍ରବାର ପବିତ୍ର, ରମେଶ ଓ ଅକ୍ଷୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri