କମ୍ପୋଜିଶନ ଡିଲରଙ୍କ ରିଟର୍ନ ପଇଠ ସୀମା ବଢ଼ିଲା

ନୂଆଦିଲ୍ଲୀ,୧୫।୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମ୍ପୋଜିଶନ ଡିଲରଙ୍କ ରିଟର୍ନ ଦାଖଲ ସୀମାକୁ ସରକାର ବଢ଼ାଇଛନ୍ତି। ଏହାଦ୍ୱାରା ଅଗଷ୍ଟ ୩୧ ପର୍ଯ୍ୟନ୍ତ କମ୍ପୋଜିଶନ ଡିଲର ରିଟର୍ନ ପଇଠ କରିବାକୁ ସକ୍ଷମ ହୋଇପାରିବେ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଜିଏସ୍‌ଟି-ଆର୍‌ ୪ ଆର୍‌ ରିଟର୍ନ ପଇଠର ସୀମା ଜୁଲାଇ ୧୫ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ବଜାର ସ୍ଥିତି ପ୍ରଭାବିତ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ୧.୫ କୋଟି ଟଙ୍କାରୁ କମ୍‌ କାରବାର ଉପରେ ଟିକସଦାତା କମ୍ପୋଜିଶନ ସ୍କିମ୍‌ର ବିକଳ୍ପ ଚୟନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଦୁଃଖ ୭୩ ବର୍ଷ ତଳର ଦେଶ ବିଭାଜନ ସଙ୍କଟକୁ ବି ବଳିଗଲା !

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ...

ଅଧିକ ରିଟର୍ନ ଦେବା ଆଳ; ଠକି ନେଇଗଲେ ନିବେଶକଙ୍କ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୨।୯ : ଦେଶର ବିଭିନ୍ନ ରାଜ୍ୟରେ ନିବେଶକଙ୍କୁ ୪୨ ହଜାର କୋଟି ଟଙ୍କା ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ‘ବାଇକ ବୁଟ୍‌’ ନାମରେ...

ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ; ସିଓଲ ଶାନ୍ତି ପୁରସ୍କାର ପାଇଁ ଟିକସ ଦେବେ

ନୂଆଦିଲ୍ଲୀ,୧୯-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସଦାତାଙ୍କ ସମ୍ମୁଖରେ ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ସେ ସିଓଲ ଶାନ୍ତି ପୁରସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କା...

ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ବଢିଲା

ନୂଆଦିଲ୍ଲୀ,୧୦।୪: ଗୁରୁବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ସରକାର...

ସଞ୍ଚୟ ଖାତା ଉପରେ ସୁଧହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୪।୬: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ସଞ୍ଚୟ ଖାତା ଉପରେ ସୁଧହାର ହାରକୁ ୦.୦୫% ହ୍ରାସ କରିଛି। ଫଳରେ ଏହା ୨.୭୦%କୁ ଖସିଛି। ସେହିଭଳି ଘରୋଇ...

୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେଜି

ନୂଆଦିଲ୍ଲୀ,୧୦।୬: ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେଜି ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଗତ ବର୍ଷ କମ୍ପାନୀ ଚାପରେ ରହିଥିବା କହିଥିଲା। ଫଳରେ...

ଡିସେମ୍ବର ୧୫ରୁ ଫାଷ୍ଟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦-୧୧: ସାରା ଦେଶର ଟୋଲ ପ୍ଲାଜାଗୁଡିକରେ ବାଧ୍ୟତାମୂଳକ ଭାବେ ଫାଷ୍ଟାଗ କାର୍ଯ୍ୟକାରୀ କରିବା ତାରିଖକୁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ଯାଏ ବଢାଇ...

ବିମାନ କମ୍ପାନୀ ରାଜସ୍ବ ୮୫.୭% କମିଛି

ନୂଆଦିଲ୍ଲୀ,୧୭।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୈମାସରେ ବିମାନ କମ୍ପାନୀଗୁଡିକର ରାଜସ୍ବ ୮୫.୭% ହ୍ରାସ ଘଟି ୩,୬୫୧ କୋଟି ରହିଛି। କୋଭିଡ୍‌-୧୯ ଯୋଗୁ ବିମାନ ସେବା...

Coronavirus Update


Archives

Model This Week

Why Dharitri