Posted inଜାତୀୟ

ଭାରତୀୟ ଯବାନଙ୍କୁ ନିମ୍ନମାନର ସ୍ନୋ ସୁଟ୍‌ ଯୋଗାଉଥିବା କମ୍ପାନୀକୁ ବାରମ୍ବାର ମିଳୁଛି ଠିକା

ନୂଆଦିଲ୍ଲୀ, ୫।୭: ସିଆଚେନ୍‌ ଗ୍ଲାସିଅରରେ ମୁତୟନ ଥିବା ଭାରତୀୟ ଯବାନଙ୍କୁ ପ୍ରବଳ ଥଣ୍ଡାରୁ ସୁରକ୍ଷିତ ରହିବା ଲାଗି ସ୍ନୋ ସୁଟ୍‌ ଯୋଗାଇ ଦିଆଯାଉଛି। ଏହା ଶ୍ରୀଲଙ୍କାର ରେନ୍‌ଓ୍ବେର ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଯୋଗାଇ ଦିଆଯାଉଛି। ଏହି ସ୍ନୋ ସୁଟ୍‌ ଗୁଡ଼ିକ ନିମ୍ନମାନର ହୋଇଥିଲେ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ବାରମ୍ବାର ଏହି କମ୍ପାନୀକୁ ଠିକା ଦିଆଯାଉଛି। ଏନେଇ ୨୦୧୯ ଜୁଲାଇ ୨ରେ ଆହ୍ଲାବାଦ ଭାଜପା ଏମ୍‌ପି ରୀତା ବହୁଗୁଣା ଯୋଶୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ୨୦୧୨ରୁ ୨୦୧୫ ମଧ୍ୟରେ ଶ୍ରୀଲଙ୍କା କମ୍ପାନୀ ୨ ନିୟୁତ ଡଲାରର ସ୍ନୋ ସୁଟ୍‌ ଭାରତକୁ ଯୋଗାଇ ଦେଇଛି। ଏଗୁଡ଼ିକ ନିମ୍ନମାନରେ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ କାହିଁକି ଗ୍ରହଣ କରାଯାଉ ନାହିଁ ସେ ସମ୍ପର୍କରେ ରୀତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଶ୍ନ କରିଥିଲେ। ଏହାଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେ ଅନୁରୋଧ କରିଥିଲେ। ଚିଠି ଲେଖାଯିବା ଦୁଇ ସପ୍ତାହ ପୂର୍ବରୁ ଭାରତୀୟ ସେନାର ମାଷ୍ଟର ଜେନେରାଲ ଆର୍ଡିନାନ୍ସ୍‌ ଶାଖା ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ତେବେ ଏହି ଠିକା ପୁଣି ଶ୍ରୀଲଙ୍କା କମ୍ପାନୀ ହାତେଇଥିଲା। ପ୍ରତିରକ୍ଷା ବିଭାଗକୁ ସଚେତନ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଇ ପୁରୁଣା ଧାରାରେ ଶ୍ରୀଲଙ୍କା କମ୍ପାନୀକୁ ସ୍ନୋ ସୁଟ୍‌ ତିଆରି ଠିକା ଦିଆଯାଇଥିଲା। ଏହା ଦ୍ୱାରା ଯବାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହେଉଥିବା ନେଇ ଚର୍ଚ୍ଚା ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଓସିରେ କଡ଼ା ସୁରକ୍ଷା, ୧୨୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି…

ଶ୍ରୀନଗର, ୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲ୍‌ଓସିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ନିକଟରେ...

ଏଏପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୧୦।୫: ସାହିନବାଗର ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନର ଦିନକ ପରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଫ୍ରେଣ୍ଡ୍ସ କଲୋନି ଏବଂ ମଙ୍ଗୋଲପୁରିରେ ଉଚ୍ଛେଦ ଅଭିଯାନ ଆରମ୍ଭ...

ବିଗିଡିଲା ଭାଜପା ଏମ୍‌ପିଙ୍କ ସ୍ବାସ୍ଥ୍ୟାବସ୍ଥା

ଭୋପାଳ,୨୦।୧୨: ଭାରତୀୟ ଜନତା ପାର୍ଟି ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଗତ କିଛି...

ପୁଣି ନବନୀତଙ୍କ ବିରୋଧରେ ମାମଲା ରୁଜୁ

ଅମରାବତୀ,୨୯।୫: ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅମରାବତୀରେ ରାସ୍ତା...

ରାଗିଲେ ଦିଦି, ଭାଷଣ ଦେବାକୁ ମନା କଲେ

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ଭିକ୍ଟୋରିଆ ମେମୋରିଆଲ ପରିସରରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ବହୁତ ହେଲା ଘୃଣ୍ୟ ରାଜନୀତି, ଗୋଆ ଏବେ ପରିବର୍ତ୍ତନ ଚାହେଁ: କେଜରିୱାଲ

ନୂଆଦିଲ୍ଲୀ,୧୨ ।୭: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଗୋଆରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସବୁ ରାଜନୈତିକ ଦଳ...

୧୪ଘଣ୍ଟା ଧରି ଚାଲିଲା ଲାଲୁଙ୍କ ଘରେ ଚଢ଼ାଉ

ନୂଆଦିଲ୍ଲୀ,୨୦।୫: ନିଯୁକ୍ତି ପାଇଁ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅ...

ନାଗା ପିପୁଲ୍‌ସ ଫ୍ରଣ୍ଟକୁ ଝଟକା, ଦଳ ଛାଡିଲେ ୨୧ ବିଧାୟକ, ଏନ୍‌ଡିପିପିରେ ହେଲେ ସାମିଲ

କୋହିମା,୩୦ ।୪: ନାଗାଲାଣ୍ଡରେ ଏକ ରୋଚକ ରାଜନୈତିକ ଘଟଣାକ୍ରମରେ ନାଗା ପିପୁଲ୍ସ ଫ୍ରଣ୍ଟ(ଏନପିଏଫ)ର ୨୧ ବିଧାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋଙ୍କ ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ...

Advertisement
Archives

Model This Week