କୃଷି ବିଲ୍‌ ଅନୁଧ୍ୟାନ ପାଇଁ ହେବ କମିଟି

ଭୁବନେଶ୍ୱର,୨୯।୯(ବ୍ୟୁରୋ):  ଚାଷୀମାନଙ୍କ ବିକାଶ ପାଇଁ ବିଜେଡି ବହୁ ପଦକ୍ଷେପ ନେଇଛି। ଏମ୍‌.ଏସ୍‌ ସ୍ବାମୀନାଥନଙ୍କ ସୁପାରିସ ଅନୁଯାୟୀ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦିଗରେ ଦଳ ଲଢ଼େଇ ଜାରି ରଖିବ ବୋଲିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ବିଜେଡି ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ଯେ, କୃଷି ବିଲ୍‌ରେ ଚାଷୀମାନଙ୍କର ସ୍ବାର୍ଥର ସୁରକ୍ଷା ପାଇଁ ପାର୍ଲାମେଣ୍ଟର ଉଭୟ ଗୃହରେ ବିଜେଡି ଯୁକ୍ତି ଉପସ୍ଥାପନ କରିଥିଲା। ଏପରିକି ବିଲ୍‌କୁ ସ୍କୃଟିନ କରିବାକୁ ସଂସଦୀୟ କମିଟିକୁ ପଠାଇବାକୁ ଦାବି କରିଥିଲା। ଏହି ବିଲ୍‌କୁ ତର୍ଜମା କରିବା ଲାଗି ଦଳ ପକ୍ଷରୁ ଏମ୍‌ପି, ବିଧାୟକ ଏବଂ କୃଷକ ନେତାମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଚାଷୀମାନଙ୍କ ସ୍ବାର୍ଥ ଆମ ପାଇଁ ସର୍ବୋଚ୍ଚ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋଭିଡ ମହାମାରୀ ଗତ ୬ ମାସ ଧରି ଲୋକଙ୍କ ଜୀବନକୁ ବହୁ ମାତ୍ରାରେ ପରିବର୍ତ୍ତନ କରିଛି, ଯାହାକି ଆଗରୁ କେବେ ଏଭଳି ଦେଖାଯାଇ ନ ଥିଲା। ଭାରତରେ ଦୈନିକ ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଥିଯୋଗୁ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅଭିବୃଦ୍ଧି -୨୩ ପ୍ରତିଶତ ତଳକୁ ଖସିଯାଇଛି। ଦେଶରେ ନିୟୁତ ନିୟୁତ ନିଯୁକ୍ତି ଚାଲିଯାଇଥିବା ବେଳେ ଲକ୍ଷ ଲକ୍ଷ ବ୍ୟବସାୟ ବନ୍ଦ ହୋଇ ଯାଇଛି।
ଓଡ଼ିଶାର ଜନସାଧାରଣଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁ ଓଡ଼ିଶା ଏହି ମହାମାରୀ ବିରୋଧରେ ସାହସର ସହ ଲଢେଇ ଜାରି ରଖିଛି। କରୋନା ଆରୋଗ୍ୟ ହାରରେ ଓଡ଼ିଶା ଦେଶରେ ଆଗରେ ରହିଛି। କୋଭିଡ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ କୋଭିଡ ହସ୍ପିଟାଲ ସ୍ଥାପନ କରିବା ସହ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି) ଏବଂ ପଞ୍ଚାୟତଗୁଡିକୁ ସଶକ୍ତ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହାକି କୋଭିଡ ରୋଗୀଙ୍କୁ ସମସ୍ତ ସେବା ମାଗଣାରେ ଯୋଗାଇ ଆସିଛି। ଜୀବନବିନ୍ଦୁ ଓ ମୋ ପରିବାର କାର୍ଯ୍ୟକ୍ରମ ଜରିଆରେ ସମସ୍ତ ସଦସ୍ୟ ରକ୍ତ ପ୍ଲାଜମା ଦେବା ପାଇଁ ପ୍ରୋତ୍ସାହିତ କରିବା ସହ ମୃତ ବ୍ୟକ୍ତିଙ୍କ ଶବଦାହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଗାନ୍ଧୀ ଜୟନ୍ତୀରୁ କୋଭିଡ ଗାଇଡ ଲାଇନ ଅନୁସାରେ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବା, ସାମାଜିକ ଦୂରତା ରକ୍ଷାକରିବା ପାଇଁ ସତେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏଥିସହିତ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ନୂତନ ଶିକ୍ଷା ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକମାନଙ୍କୁ କହିଛନ୍ତି ଯେ, ନୂତନ ଶିକ୍ଷାନୀତି ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇ ବିଭିନ୍ନ ସଂସ୍ଥା ସହ ଆଲୋଚନା କରାଯାଉଛି। ନୂତନ ଶିକ୍ଷା ନୀତି ହେଉ କି ଅନ୍ୟ ଯେ କୌଣସି ବିଷୟ ମାତୃଭାଷାର ସୁରକ୍ଷା କରିବା ଆମର ପ୍ରାଥମିକତା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ବିଦ୍ୟୁତ୍‌ ବ୍ୟବହାର ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ପୂର୍ବଭଳି ବୃଦ୍ଧି ପାଇଛି। ଏମ୍‌ଜିଏନଆର୍‌ଇଜିଏସରେ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ଚାଷୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ କିପରି ପୁଣି ଆର୍ଥିକ ସ୍ରୋତକୁ ଫେରିବେ ତାହା ଆମର ମୂଳ ଲକ୍ଷ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ସୂଚନା ଦେଇଥିଲେ। କରୋନା ଲଢେଇରେ ଯେଉଁ ଯୋଦ୍ଧାମାନେ ସେମାନଙ୍କର ଜୀବନ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାଲ୍ୟୁଟ କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ସହ ଛିଡ଼ା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ବିରୋଧୀ ଦଳଙ୍କ ସମସ୍ତ ସକାରାତ୍ମକ ଉପଦେଶକୁ ସରକାର ଗ୍ରହଣ କରିବା ସହ ସମାଲୋଚନାକୁ ମଧ୍ୟ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri