ୱାର୍ଡସଭ୍ୟାଙ୍କ ପାଇଁ ପ୍ରଚାର କଲେ ହାସ୍ୟାଭିନେତା

ବାହାନଗା, ୩ା୨(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ସିନେତାରକା ମଇଦାନକୁ ଓହ୍ଲାଇଛନ୍ତି। ଜଣେ ୱାର୍ଡସଭ୍ୟା ପ୍ରାର୍ଥିନୀଙ୍କ ପାଇଁ ହାସ୍ୟାଭିନେତା ବ୍ରଜ ସିଂ ଘରକୁ ଘର ବୁଲି ଭୋଟଭିକ୍ଷା କରିଥିଲେ। ପଣପଣା ପଞ୍ଚାୟତର ୧୦ନମ୍ବର ୱାର୍ଡରେ ୱାର୍ଡସଭ୍ୟା ପ୍ରାର୍ଥିନୀ ଭାବେ ବାସନ୍ତୀ ମିଶ୍ର ନିର୍ବାଚନ ଲଢୁଛନ୍ତି। ସେହି ୱାର୍ଡରେ ମୋଟ ୩ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ବାସନ୍ତୀ ମିଶ୍ରଙ୍କ ପାଇଁ ଖୋଦ୍‌ ହାସ୍ୟାଭିନେତା ବ୍ରଜ ସିଂ ମହିଳା ପ୍ରାର୍ଥତ୍ନୀଙ୍କ ସହିତ ଘରକୁ ଘର ଯାଇ ଭୋଟଭିକ୍ଷା କରିଥିଲେ।