ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର ବଡ଼ କ୍ଷତି ହେଉଥିଲେ ମଧ୍ୟ ଅନେକେ ସେଥିପ୍ରତି ଧ୍ୟାନ ଦେଇ ନ ଥାଆନ୍ତି। ଯେତେବେଳେ କ୍ଷତି କରୁଥିବା ବର୍ଗଙ୍କ କାର୍ଯ୍ୟକୁ ବିରୋଧ କରାଯାଏ, ସେଥିରୁ ସେମାନେ ଗଳାବାଟ ବାହାର କରିଥାଆନ୍ତି। ଏଇ ଯେମିତି ଜଙ୍ଗଲ ଅଞ୍ଚଳରେ ଖଣି ଖନନକୁ ବୈଧ କରିବା ଲାଗି କାନକୁ ସୁନ୍ଦର ଶୁଭୁଥିବା ବାକ୍ୟାଂଶ ‘ସସ୍‌ଷ୍ଟେନେବଲ ମାଇନିଂ ପ୍ଲାନ’ ବା ସହନୀୟ ଖଣିଜ ପଦାର୍ଥ ଉତ୍ତୋଳନ ପ୍ରକ୍ରିୟା ଯୋଜନାର ସାହାରା ନିଆଯାଉଛି। ଦେଖିବାକୁ ଗଲେ କିଛି ଧୁରନ୍ଧର ଅଛନ୍ତି, ଯେଉଁମାନେ କୌଶଳ କରି ପ୍ରକୃତିକୁ ଧ୍ୱଂସ କରିବାରେ ଏଭଳି ତରିକା ଆପଣାଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଆରାବଳୀ ପର୍ବତମାଳାର ପରିବର୍ତ୍ତିତ ପରିଭାଷାକୁ ଆଲୋଚନାକୁ ନିଆଯାଇପାରେ। ଏ ସଂକ୍ରାନ୍ତ ପୂର୍ବ ରାୟ ଉପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ପୀଠ ୨୯ ଡିସେମ୍ବରରେ ସ୍ଥଗିତାଦେଶ ଜାରି କରିଛନ୍ତି। ମାସକ ତଳର ପୁରୁଣା ସେହି ନିର୍ଦ୍ଦେଶକୁ ପରିବେଶବିତ୍‌ଙ୍କ ସମେତ ଚାରିଆଡ଼େ ଘୋର ବିରୋଧ ହେବା ପରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏବର ପଦକ୍ଷେପ ଚାପରୁ ଜନ୍ମିତ ଭଳି ମନେହେଉଛି। ପୂର୍ବରୁ ରାସ୍ତାଘାଟରେ ବିକ୍ଷୋଭ କରିବାକୁ ପଡ଼ୁଥିଲା। ଅଧିକ ଲୋକଙ୍କୁ ସଙ୍ଗଠିତ କରି ନିଜର ଶକ୍ତି ପ୍ରଦର୍ଶନ ସହିତ ବିକ୍ଷୋଭକାରୀଙ୍କୁ ରାଜନୈତିକ ଦଳଗୁଡ଼ିକର ପରୋକ୍ଷ ସମର୍ଥନ ଲୋଡ଼ା ଯାଉଥିଲା। ଏହା ପରେ ରାସ୍ତାରେ ଗଣ୍ଡଗୋଳ ଓ ପୋଡ଼ାଜଳା କରିବାରୁ ଦାବି ପ୍ରତି କର୍ତ୍ତୃପକ୍ଷମାନେ ଧ୍ୟାନ ଦେଉଥିଲେ। ସୁପ୍ରିମକୋର୍ଟଙ୍କ ଆରାବଳୀର ନୂତନ ପରିଭାଷା ପ୍ରସଙ୍ଗ ଓ ଉନ୍ନାଓ ବଳାତ୍କାରୀ କୁଲ୍‌ଦୀପ ସିଂ ସେନ୍‌ଗରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଜାମିନ ମିଳିବା ମାମଲାରେ ସେଭଳି ହିଂସାତ୍ମକ ପଦକ୍ଷେପ ଗ୍ରହଣ କରିବାର ପ୍ରୟୋଜନ ପଡ଼ିଲା ନାହିଁ। ଆଜିର ଯୁଗରେ ଘରେ ବସି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ମାଧ୍ୟମରେ ଅଧିକରୁ ଅଧିକ ନାଗରିକ ନିଜର କ୍ରୋଧ ଦର୍ଶାଇପାରୁଛନ୍ତି। ତାହାର ପରିଣାମ ଉପରଲିଖିତ ଦୁଇ ଘଟଣାରେ ଦେଖିବାକୁ ମିଳିଛି।
ପ୍ରଥମ ଘଟଣାକୁ ଗଲେ ସୁପ୍ରିମକୋର୍ଟ କହିଛନ୍ତି ଆରାବଳୀକୁ ନେଇ ଦେଖାଦେଇଥିବା ନିୟମଗତ ପାର୍ଥକ୍ୟ ଦୂର ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଦ୍ୱାରା ଏହାର ସମୀକ୍ଷା କରାଯିବା ସହ ଏ ସଂକ୍ରାନ୍ତ କେନ୍ଦ୍ର, ସମ୍ପୃକ୍ତ ରାଜ୍ୟ ସରକାର ଓ ଅନ୍ୟ ପକ୍ଷଙ୍କୁ ନୋଟିସ ଜାରି କରାଯାଇଛି। ଏଥିସହିତ ଦିଲ୍ଲୀରୁ ଆରମ୍ଭ ହୋଇ ଦକ୍ଷିଣ ହରିୟାଣା, ରାଜସ୍ଥାନ ଦେଇ ଗୁଜରାଟଯାଏ ଲମ୍ବିଥିବା ଆରାବଳୀ ପର୍ବତମାଳାରେ ଖଣିକାର୍ଯ୍ୟକୁ ସର୍ବୋଚ୍ଚ ଅଦାଲତ ବନ୍ଦ କରିଛନ୍ତି। ଦେଶର ଶୀର୍ଷ କୋର୍ଟ ଏହି ମାମଲା ଉପରେ ସ୍ଥଗିତାଦେଶ ଆଣିବା ପରେ ପରିବେଶ ବିଶେଷଜ୍ଞମାନେ ତତ୍‌କ୍ଷଣାତ୍‌ କୌଣସି ମତ ରଖିନାହାନ୍ତି। ଚଞ୍ଚଳ ମତ ରଖିବା କଥା ମଧ୍ୟ ନୁହେଁ। ସର୍ବୋଚ୍ଚ ଅଦାଲତଙ୍କ ଉକ୍ତ ରାୟକୁ ତର୍ଜମା କରିବା ପରେ କିଛି ଚିତ୍ର ସ୍ପଷ୍ଟ ହୋଇପାରେ। ଏଠାରେ କହିବା ଠିକ୍‌ ହେବ ଯେ, ଅଦାଲତଙ୍କ ଅନେକ ରାୟରେ ଆଇନଗତ ଭାଷାକୁ ଜନସାଧାରଣ ବୁଝିବା କଷ୍ଟକର। ନଭେମ୍ବର ୨୦ରେ ଆରାବଳୀର ନୂତନ ପରିଭାଷା ସୃଷ୍ଟି କରାଯାଇଥିଲା। ସେଥିରେ କୁହାଯାଇଥିଲା ଯେ, ୧୦୦ ମିଟର ଊର୍ଦ୍ଧ୍ୱ ଅଞ୍ଚଳକୁ ଆରାବଳୀ ପର୍ବତମାଳା ଭାବେ ଅଭିହିତ କରାଯିବ। ଦେଖିବାକୁ ଗଲେ ଆରାବଳୀ ପର୍ବତମାଳାର ୯୦ ପ୍ରତିଶତରୁ ଅଧିକ ପାହାଡ଼ ୧୦୦ ମିଟରଠାରୁ କମ୍‌ ଉଚ୍ଚତାରେ ଅଛି। ନୂତନ ପରିଭାଷା ଅନୁଯାୟୀ ଆରାବଳୀର ପ୍ରାୟ ୯୦ ପ୍ରତିଶତ ଧ୍ୱଂସ ପାଇଯିବ। ସୂଚନାଯୋଗ୍ୟ, ଅବସର ପୂର୍ବରୁ ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ବି.ଆର୍‌. ଗବଇ ଆରାବଳୀ ସମ୍ପର୍କିତ ନୂଆ ପରିଭାଷା ସଂକ୍ରାନ୍ତରେ ରାୟ ଦେଇଥିଲେ।
ଉନ୍ନାଓ ବଳାତ୍କାର ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ ୨୯ ଡିସେମ୍ବରରେ ସର୍ବୋଚ୍ଚ ଅଦାଲତ ମଧ୍ୟ ସ୍ଥଗିତାଦେଶ ଜାରି କରିଛନ୍ତି। ଉତ୍ତର ପ୍ରଦେଶ ଭାଜପାର ପୂର୍ବତନ ବିଧାୟକ କୁଲ୍‌ଦୀପ ସିଂ ସେନ୍‌ଗରଙ୍କୁ ଉକ୍ତ ବଳାତ୍କାର ମାମଲାରେ ଗତ ୨୩ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ସେ ପାଇଥିବା ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ କରି ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟଙ୍କ ରାୟକୁ ପୀଡ଼ିତା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ପୀଠ ପୀଡ଼ିତାଙ୍କ ଆବେଦନର ଶୁଣାଣି କରି ସେନ୍‌ଗରଙ୍କୁ ମିଳିଥିବା ଆଶ୍ୱସ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଅର୍ଥାତ୍‌ ଶୁଣାଣି ଶେଷ ପର୍ଯ୍ୟନ୍ତ ତାଙ୍କ ଦଣ୍ଡ ବଳବତ୍ତର ରହିବ ଓ ମିଳିଥିବା ଜାମିନ ଉପରେ ସ୍ଥଗିତାଦେଶ ରହିବ। ସର୍ବୋଚ୍ଚ ଅଦାଲତ କହିଛନ୍ତି, ଜଘନ୍ୟ ଅପରାଧ ମାମଲାରେ ଅଦାଲତଗୁଡ଼ିକ ଆଇନଗତ ବୈଷୟିକତା ଆଳରେ ପୀଡ଼ିତାଙ୍କ ପ୍ରାପ୍ୟ ନ୍ୟାୟକୁ ଅଣଦେଖା କରିପାରିବେ ନାହିଁ। ସୂଚନା ଦିଆଯାଇପାରେ ଯେ, ୨୦୧୭ ଜୁନ୍‌ ୪ରେ ଉତ୍ତର ପ୍ରଦେଶ ଉନ୍ନାଓରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସେନ୍‌ଗରଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା। ଆରାବଳୀ ଭଳି ଉନ୍ନାଓ ବଳାତ୍କାର ଘଟଣାକୁ ମଧ୍ୟ ସୁପ୍ରିମକୋର୍ଟ ନିଜ ଆଡ଼ୁ କଗ୍‌ନିଜେନ୍ସ ବା ସଜ୍ଞାନ ନେବାର ଉଚିତ ଥିଲା। ଏହା ଅତ୍ୟନ୍ତ ଦୁଃଖଦ ଘଟଣା ଯେ, ପୀଡ଼ିତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ନିଜ ଆଡ଼ୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପଡ଼ିଲା। ସେଥିପାଇଁ ସେ ଓକିଲ ନିଯୁକ୍ତ କରିବା ସହିତ ଅର୍ଥ ମଧ୍ୟ ଖର୍ଚ୍ଚ କରିଥିବେ। ଏହା ଭାରତୀୟ ନ୍ୟାୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଉଛି।
ଏସବୁ କ୍ଷେତ୍ରରେ ନିମ୍ନ ଅଦାଲତା ବା ହାଇକୋର୍ଟ ଏପରିକି ନିଜ ରାୟକୁ ବଦଳାଇ ସୁପ୍ରିମକୋର୍ଟ ଶୁଣାଣି କରିବା ସାଧାରଣରେ ଉଚ୍ଚକୋଟୀର ବିରୋଧ ପ୍ରଦର୍ଶନ ଯୋଗୁ ସମ୍ଭବ ହୋଇଛି। ବୀରତ୍ୱର ସହ କୋର୍ଟ ପକ୍ଷରୁ ଦିଆଯାଇଥିବା ରାୟକୁ ବଦଳାଇ ଦେବା ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଛି। ଉପରୋକ୍ତ ଦୁଇଟି ଘଟଣାରେ ଗୋଟେ ନକାରାତ୍ମକ ଦିଗ ଦର୍ଶାଇଛି ଯେ, ନ୍ୟାୟ ସୁରକ୍ଷା ବା ଉଚିତ ନ୍ୟାୟ ପରିବର୍ତ୍ତେ ରାଜନୈତିକ ଉଦ୍ଦେଶ୍ୟ ଅଧିକ ଗୁରୁତ୍ୱ ବହନ କରୁଛି। ଅନ୍ୟପକ୍ଷରେ ସକାରାତ୍ମକ ଦିଗ ହେଲା ଯେ, ଭାରତର ଜନସାଧାରଣ ବୁଝିସାରିଲେଣି ଯେତେବେଳେ ସୋସିଆଲ ମିଡିଆର ଚାପ ବଢ଼ୁଛି ଏବଂ ଏବକାର ଅର୍ନବ ଗୋସ୍ବାମୀଙ୍କ ଭଳି କେତେକ ଟେଲିଭିଜନ ବ୍ୟକ୍ତିତ୍ୱ ପରିବର୍ତ୍ତିତ ପରିସ୍ଥିତିରେ ସରକାରୀ ଅନ୍ଧ ଭକ୍ତଙ୍କୁ ସମର୍ଥନ ନ କରି ସତ କଥା ଲୋକଲୋଚନକୁ ଆଣିବାକୁ ଚାହିଁଲେଣି। ଅନେକ ବୁଝିଲେଣି ଯେ ଅସତ୍ୟ ଓ ଅନ୍ୟାୟକୁ ବେଶି ଦିନ ଚାପି ଦେଇ ହେବନାହିଁ। ଏଥିରୁ ରୂପ ରଙ୍ଗ ବଦଳିଯାଉଥିବା ଭଳି ପ୍ରତୀୟମାନ ହେଲାଣି।

:

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri