Posted inଫୁରସତ

ଏହି ସହରରେ ରହିଛି ହାର୍ଟ ଆକୃତିର ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌, କାରଣ ଜାଣିଲେ…

ସମସ୍ତଙ୍କ ପାଇଁ ଟ୍ରାଫିକ୍‌ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରାଫିକ୍‌ ସିଗ୍‌ନାଲରେ ଲାଲ୍‌ ଲାଇଟ୍‌ ଦେଖାଯିବା ମାତ୍ରେ ଯାନବାହନ ସବୁ ଅଟକ ଯାଏ। ପରେ ଗ୍ରୀନ୍‌ ସିଗ୍‌ନାଲ ଦେବା ମାତ୍ରେ ଯାନବାହନ ଚଳାଚଳ ଆରମ୍ଭ କରେ।

ରଙ୍ଗ ଏବଂ ସେମାନଙ୍କର ଅର୍ଥ ମଧ୍ୟରେ ପାର୍ଥକ୍ୟ ପ୍ରାୟ ସମସ୍ତେ ଜାଣିଥିବେ। ଆପଣ ଏହା ମଧ୍ୟ ଜାଣିବା ଉଚିତ ଯେ, ଅଧିକାଂଶ ସହରରେ ଟ୍ରାଫିକ୍‌ ଲାଇଟ ଗୋଲାକାର, କିନ୍ତୁ ଆପଣ କେବେ ହାର୍ଟ ଶେପ୍‌ର ଟ୍ରାଫିକ ଲାଇଟ୍‌ ଦେଖିଛନ୍ତି କି? ଯଦି ନା ତେବେ ଏମିତି ଏକ ସହର ଅଛି, ଯେଉଁଠି ଏପରି ଟ୍ରାଫିକ୍‌ ଲାଇଟ୍‌ ଦେଖିବାକୁ ମିଳିଥାଏ। କାରଣ ମଧ୍ୟ ବେଶ୍‌ ହୃଦୟସ୍ପର୍ଶୀ। ଜାଣନ୍ତୁ ସେ ସମ୍ପର୍କରେ…

आइसलैंड के एक शहर में दिल के आकार की लाल ट्रैफिक लाइट नजर आती है. (फोटो: Twitter/@MSobiepan)

ଏକ ରିପୋର୍ଟ ଅନୁଯାୟୀ, ଆଇସଲାଣ୍ଡର ସହର ଆକ୍ୟୁରେରିରେ ହାର୍ଟ ବା ହୃଦୟ ଆକୃତିର ଲାଲ୍‌ ଟ୍ରାଫିକ ଲାଇଟ୍‌ ରହିଛି। ଆଇସଲାଣ୍ଡ ଏକ ଶୀତଳ ଦେଶ। ଶୀତ ଋତୁରେ ଏହି ଦେଶ ବରଫର ମରୁଭୂମି ପରି ହୋଇଯାଏ। ୬ ମାସ ପର୍ଯ୍ୟନ୍ତ ଏଠାରେ ଅନ୍ଧାର ରହିଥାଏ ଏବଂ ତାପମାତ୍ରା -୩୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥାଏ। ଏହି କାରଣରୁ ଅକ୍ଟୋବରରୁ ଏପ୍ରିଲ ପର୍ଯ୍ୟନ୍ତ ଦେଶ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ। ଶୀତର ମୁକାବିଲା ପାଇଁ ଏଠାରେ ବହୁ ଲୋକ ଛୁଟି କଟାଇବା ପାଇଁ ଅନ୍ୟ ଦେଶକୁ ଚାଲିଯାଆନ୍ତି।

heart shape traffic light 1

ଅନେକ ଥର ଲୋକ ଏବଂ ଦେଶର ଆର୍ଥିକ ଅସ୍ଥିରତା ଯୋଗୁ କିଛି ଲୋକଙ୍କୁ ଦେଶରେ ସମୟ ବିତାଇବାକୁ ପଡ଼େ। ଆଇସଲାଣ୍ଡରେ ଆର୍ଥିକ ସଙ୍କଟ ୨୦୦୮ରେ ହୋଇଥିଲା। ଦେଶର ଅର୍ଥନୈତିକ ଅସ୍ଥିରତା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଆକ୍ୟୁରେରି ସହରର ପୂର୍ବତନ ମେୟର ଏବଂ ପ୍ରଶାସନ ଶୀତ ଦିନରେ ଦେଶରେ ରହି ଯେଉଁମାନେ ବାହାରକୁ ଯାଇପାରିବେ ନାହିଁ ସେମାନଙ୍କ ପ୍ରତି ସମ୍ବେଦନ ଜଣାଇବା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ।

୨୦୧୩ରେ ଏକ ସାକ୍ଷାତକାରରେ ପୂର୍ବତନ ମେୟର ଏରିକୁର ବର୍ଜନ ବର୍ଜଭିନ୍‌ସନ କହିଥିଲେ, ଆର୍ଥିକ ସଙ୍କଟ ପରେ ପ୍ରଶାସନ ତାଙ୍କ ସହ ଅଛନ୍ତି, ନାଗରିକମାନେ ହୃଦୟଙ୍ଗମ କରିବେ ଯେ, ପ୍ରେମ ସର୍ବସ୍ବ ନୁହେଁ, ଜୀବନ ଗୁରୁତ୍ୱପୂର୍ଣ୍ଣ ଅଟେ। ଟ୍ରାଫିକ୍‌ ଲାଇଟରେ ହାର୍ଟ ଶେପ୍‌ ବ୍ୟବହାର କରାଯାଇଥିଲା। ଯେତେବେଳେ ଲୋକମାନେ କ୍ରସ୍‌ ଓ୍ବାଲ୍‌ ଏବଂ ଛକ ଦେଇ ଯାଆନ୍ତି, ଏହି ହାର୍ଟକୁ ଦେଖି ସେମାନଙ୍କ ମୁହଁରେ ହସ ଆସିବା ଉଚିତ, ଏହା ହେଉଛି ପ୍ରଶାସନର ଲକ୍ଷ୍ୟ। ଯେତେବେଳେ ଲାଲ୍‌ ଲାଇଟ୍‌ ଥାଏ ସେତେବେଳେ ହାର୍ଟଶେପ୍‌ ଦେଖିବାକୁ ମିଳେ। ତେଣୁ ଗାଡ଼ିଗୁଡ଼ିକ ଅଟକି ଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri