ବିପଦପୂର୍ଣ୍ଣ ଭାବେ ଗାଡ଼ିରେ ପିଲାଙ୍କୁ ନିଆଯାଉଛି

ପଟ୍ଟାମୁଣ୍ଡାଇ,୩୧।୭ (କଳ୍ପତରୁ ନାୟକ): ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରେ କିଭଳି ପରିବହନ କରାଯିବ ଓ କେଉଁ ଭଳି ଗାଡ଼ିରେ ସେମାନଙ୍କୁ ନିଆଯିବ, ପିଲା ଯିବାବେଳେ ଗାଡ଼ିରେ କେଉଁମାନେ ରହିବେ, ଏହାକୁ ନଜରରେ ରଖି ସରକାର ବିଦ୍ୟାଳୟର ପିଲାଙ୍କ ପାଇଁ ପରିବହନ ନିୟମ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହା ଲାଗୁ ହୋଇପାରିଲାନାହିଁ। ଏଠାରେ ଥିବା ଘରୋଇ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପରିବହନ ଉପରେ ନିଘା ନ ଥିବାବେଳେ କୁନିକୁନି ପିଲାଙ୍କୁ ଅଟୋ, ଭ୍ୟାନ୍‌ରେ ଖୁନ୍ଦାଖୁନ୍ଦି କରି ବିପଜ୍ଜନକ ଅବସ୍ଥାରେ ସ୍କୁଲକୁ ନେବା ଆଣିବା କରାଯାଉଛି। ଫଳରେ ପିଲା ଅଣନିଃଶ୍ୱାସୀ ହେବା ଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନ ଥିବାବେଳେ ଯାଞ୍ଚ କରିବାକୁ କେହିନାହାନ୍ତି। ବିଶେଷକରି ପିଲାଙ୍କୁ ସ୍କୁଲ ନେବା ଆଣିବା ବେଳେ ଗାଡ଼ିର ମାଲିକମାନେ ଚରମ ବିଶୃଙ୍ଖଳା କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ସ୍କୁଲ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଘରୋଇ ବିଦ୍ୟାଳୟରେ ଚାଲୁଥିବା ସମସ୍ତ ସ୍କୁଲ ବସ୍‌ଗୁଡ଼ିକର ରଙ୍ଗ ହଳଦିଆ ହେବା ସହ ଅଗ୍ନି ନିରାପତ୍ତା ଯାଞ୍ଚ ହେବା ନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ କମିଶନର ଅମିତାଭ ଠାକୁର ୨୧ ତାରିଖରେ ସବୁ ଆରଟିଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୬ ଗାଇଡଲାଇନରେ ସ୍କୁଲ ବସ୍‌ ବ୍ୟତୀତ ଅନ୍ୟ କୌଣସି ଅଟୋ କିମ୍ବା ଗାଡିରେ ୧୩ ସିଟ୍‌ରୁ କମ୍‌ ଥିଲେ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରିବାକୁ ବାରଣ କରାଯାଇଛି। ସ୍କୁଲ ବସ୍‌ ବ୍ୟତୀତ ଅନ୍ୟ କୌଣସି ଗାଡ଼ିରେ ପିଲାଙ୍କୁ ପରିବହନ କରାଗଲେ ଗାଡ଼ିକୁ ଜବତ କରାଯିବା ସହିତ ନିୟମ ମୁତାବକ ସ୍କୁଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ସରକାର ଏକାଧିକ ଥର ସ୍କୁଲଗୁଡ଼ିକୁ ନିୟମ ପଠାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରିନାହିଁ। ଅଭିଭାବକ ମହାସଂଘ ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ସରକାରଙ୍କ ବାରମ୍ବାର ଚେତାବନୀ ପରେ ମଧ୍ୟ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ସ୍କୁଲଗୁଡିକ ନିୟମ ମାନୁନାହାନ୍ତି। କେତେକ ସ୍କୁଲରେ ପରିବହନ ପାଇଁ କୌଣସି ସୁବିଧା ନ ଥିବାବେଳେ ଛୋଟ ଭ୍ୟାନ୍‌, ଅଟୋରେ ଛାତ୍ରୀଛାତ୍ରଙ୍କୁ ପରିବହନ କରାଯାଉଛି। ଛାତ୍ରୀଛାତ୍ରଙ୍କୁ ଖୁନ୍ଦିଖାନ୍ଦି ନିଆଯାଉଛି। ଅଟୋରେ ୫ ଜଣ ଓ ଟାଟା ଏସିରେ ୮ ଜଣ ବସିବା ନିୟମ ଥିବାବେଳେ ଗାଡ଼ି ଚାଳକ ୧୦ ରୁ ୧୫ ଓ ୧୮ରୁ୨୦ ଭଳି ପିଲାଙ୍କୁ ବୁହାଉଛନ୍ତି। ଖାଲି ସେତିକି ନୁହେଁ ବେଗ ୫୦ରୁ ୮୦ କିମି ଟପି ଯାଉଛି। ହେଲେ ଏସବୁର ତଦାରଖ କରିବାକୁ କେହି ନାହିଁ। ପରିବହନ ବିଭାଗ ପକ୍ଷରୁ ମଧ୍ୟ ରୀତିମତ ଯାଞ୍ଚ କରାଯାଉନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିକ୍ଷାବିତ୍‌ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନର ସ୍କୁଲରେ ଏପରି ଅନିୟମିତାକୁ ନେଇ ଗତ ୨୧ ତାରିଖରେ ରାଜ୍ୟ ପରିବହନ ବିଭାଗ ପୁଣି ଥରେ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ସତର୍କ କରାଇଛି। ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ ବିଭାଗ କରିଥିବା ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଚେତାଇଛି। ଏହା ସତ୍ତ୍ୱେ ପରିସ୍ଥିତିରେ ବିଶେଷ ଫରକ୍‌ ପଡ଼ିନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଆରଟିଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରେ ସରକାରୀ ହେଉ କି ବେସରକାରୀ ସ୍କୁଲରେ ଯାଞ୍ଚ କରାଯିବା ସହିତ ଚେତାବନୀ ଦିଆଯାଉଛି। ଯେଉଁ ଗାଡି ମାଲିକମାନେ ମାନୁନାହାନ୍ତି କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri