Posted inଜାତୀୟ

ଆଜି ସୁପ୍ରିମକୋର୍ଟରେ ହାଜର ହେବେ ୧୮ ରାଜ୍ୟର ମୁଖ୍ୟ ସଚିବ

ନୂଆଦିଲ୍ଲୀ,୨୭ା୮(ପି.ଟି.): ନ୍ୟାୟିକ ଅଧିକାରୀମାନଙ୍କୁ ବକେୟା ପେନ୍‌ସନ ଏବଂ ଅବସରକାଳୀନ ସୁବିଧା ଯୋଗାଇଦେବା ପାଇଁ ଦ୍ୱିତୀୟ ନ୍ୟାଶନାଲ ଜୁଡିସିଆଲ ପେ’ କମିଶନ (ଏସ୍‌ଏନ୍‌ଜେପିସି)ଙ୍କ ସୁପାରିସ୍‌କୁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରୀ କରିନାହାନ୍ତି। ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରେ ହାଜର ହେବା ଲାଗି ସମନ୍‌ ଜାରି ହୋଇଛି। ଓଡ଼ିଶା ସମେତ ତାମିଲନାଡୁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଦିଲ୍ଲୀ, ଆସାମ, ନାଗାଲାଣ୍ଡ, ମେଘାଳୟ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ, ଝାଡ଼ଖଣ୍ଡ, କେରଳ, ବିହାର, ଗୋଆ ଏବଂ ହରିୟାଣାର ମୁଖ୍ୟ ସଚିବମାନେ ୨୭ ତାରିଖରେ ସର୍ବୋଚ୍ଚ ଅଦାଲତରେ ହାଜର ହେବେ।
ଏନେଇ ସର୍ବଭାରତୀୟ ବିଚାରପତି ସଂଘ ପକ୍ଷରୁ କରାଯାଇଥିବା ଆବେଦନ ସମେତ ଅନ୍ୟ ୨୨ଟି ପିଟିଶନ୍‌କୁ ମଙ୍ଗଳବାର ଶୁଣାଣି ପାଇଁ ପ୍ରଧାନ ବିଚାପରତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ମୁଖ୍ୟ ସଚିବମାନେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ନ ହେଲେ ସେମାନଙ୍କ ନାଁରେ ଜାମିନବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି ହେବ ବୋଲି ସିଜେଆଇ ଗତ ୨୨ ତାରିଖରେ କହିଥିଲେ। ଅନେକ ନିର୍ଦ୍ଦେଶନାମା ଜାରି ଏବଂ ସମୟ ବଢ଼ାଇବା ସତ୍ତ୍ୱେ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏସ୍‌ଏନ୍‌ଜେପିସିଙ୍କ ସୁପାରିସ୍‌କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରି ନ ଥିବା ଅଦାଲତଙ୍କୁ ଏହି ମାମଲାରେ ଆମିକସ୍‌ କ୍ୟୁରି ଭାବେ ସହାୟତା କରୁଥିବା ବରିଷ୍ଠ ଆଇନଜୀବୀ କେ. ପରମେଶ୍ୱର ଜଣାଇବା ପରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ବିଚାରପତି ଏବଂ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଓ ଅନ୍ୟାନ୍ୟ ସୁବିଧା ଲାଗୁ କରାଯିବା ଅଲ୍‌ ଇଣ୍ଡିଆ ଜଜ୍‌ସ ଆସୋସିଏଶନ (ଏଆଇଜେଏ) ଚାହୁଁଛି। ଏଥିପାଇଁ କମିଶନ କରିଥିବା ସୁପାରିସ୍‌କୁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ, ସେ ନେଇ ମୁଖ୍ୟ ସଚିବମାନେ ଅଦାଲତରେ ହାଜର ହୋଇ ସ୍ପଷ୍ଟୀକରଣ ଦେବେ। ସୂଚନାଯୋଗ୍ୟ, ଜୁଲାଇ ୧୧ରେ ସୁପ୍ରିମକୋର୍ଟ ୨୩ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ ଅଗଷ୍ଟ ୨୩ରେ ହାଜର ହେବା ପାଇଁ ସମନ୍‌ ଜାରି କରିଥିଲେ। ତେବେ ସେଥିରୁ ୫ଟି ରାଜ୍ୟ ଏସ୍‌ଏନ୍‌ଜେପିସିଙ୍କ ସୁପାରିସ୍‌କୁ କାର୍ଯ୍ୟକାରୀ କରିଥିବା ଆମିକସ୍‌ କ୍ୟୁରି ଜଣାଇବା ପରେ ଅବଶିଷ୍ଟ ୧୮ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ୍‌ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri