ପ୍ରସନ୍ନଙ୍କ ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୩: ପୂର୍ବତନ ରାଜ୍ୟ ସଭା ଏମ୍‌ପି ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରର ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶୁକ୍ରବାର ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟ ସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରର ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ମୁଁ ବହୁତ ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି।


ସୂଚନାଯୋଗ୍ୟ, ନବୀନ ନିବାସରେ ଆୟୋଜିତ ବିଜେଡି ବୈଠକରେ ଯୋଗ ଦେଇ ବରଗଡ଼ ଫେରିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଏକ ଗ୍ୟାସ୍‌ ଟ୍ୟାଙ୍କର ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରସନ୍ନ, ପିଏସ୍‌ଓ ଏବଂ ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି। ସମସ୍ତଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରସନ୍ନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ଜିତି ଓଡ଼ିଶାରେ ସରକାର ଗଢିବ ଭାଜପା

ଭୁବନେଶ୍ୱର, ୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ।...

ଏକ୍‌ଜିଟ୍‌ ପୋଲ ରିପୋର୍ଟ: ପୁରୀରୁ ଜିତିବେ କି ସମ଼୍ବିତ୍‌ ପାତ୍ର ?

ଭୁବନେଶ଼୍ବର,୨।୬: ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଏଜେନ୍ସି ଜାରି କରିଥିବା ଏକଜିଟ୍‌ ପୋଲରୁ ପୁରୀକୁ ନେଇ ବଡ଼ ସଙ୍କେତ ମିଳିଛି। ପୁରୀ ଲୋକସବା ସିଟ୍‌ରୁ ନିର୍ବାଚନ...

ଓଡ଼ିଶାରେ କିଏ ଗଢିବ ସରକାର? ଆସିଲା ଏକ୍‌ଜିଟ୍‌ ପୋଲ୍‌

ଭୁବନେଶ୍ୱର,୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ଆସନ୍ତା ୪ରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହାପର୍ବୂରୁ ବିଭିନ୍ନ ଗଣମାଧ୍ୟମ...

ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ନିମନ୍ତେ ସରିଛି ଭୋଟ୍‌ ଗ୍ରହଣ। ଆଉ ଦିନକ ବିରତି ପରେ ମଙ୍ଗଳବାର...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି; ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ସ୍ଥାନରେ ପ୍ରବେଶ କରିସାରିଛି। ତେବେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗରମ...

ଏକଜିଟ ପୋଲ୍‌ ଉପରେ ଏଭଳି ବୟାନ ରଖିଲେ ଜୟନାରାୟଣ: ଏଥର ବିଧାନସଭାରେ…

ସମ୍ବଲପୁର,୨।୬: ୨୦୨୪ ନିର୍ବାଚନକୁ ନେଇ ବୁଥ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଆସିଥିବା ଏକଜିଟ ପୋଲ୍‌ ଉପରେ ବଡ ବୟାନ ରଖିଛନ୍ତି ଭାଜପା ବିଧାୟକ ଜୟନାରାୟଣ...

ସ୍କୁଟିରେ ଯାଉଥିବା ବେଳେ ଉପରେ ପଡ଼ିଲା ନଡ଼ିଆ ଗଛ, ଦୁଇ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର

ନିମାପଡ଼ା,୨ା୬(ବିଚିତ୍ରାନନ୍ଦ ସାହୁ): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ଚିତରା କେନାଲ ବନ୍ଧ ରାସ୍ତାରେ ଏକ ନଡ଼ିଆ ଗଛ ଉପୁଡ଼ି ପଡ଼ି ସ୍କୁଟି...

ମେଣ୍ଟ ନ କରି କ୍ଷତି ସହିଲା ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଏକଜିଟ ପୋଲ ବା ଭୋଟ ବାହୁଡା ମତ ପ୍ରକାଶ ପାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri