ଦ୍ରୌପଦୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଓଡ଼ିଶାର ଝିଅ ତଥା ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାରେ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇଛନ୍ତି। ମୁର୍ମୁଙ୍କ ପ୍ରାର୍ଥତ୍ତ୍ୱ ରାଜ୍ୟବାସୀଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି ନବୀନ କହିଛନ୍ତି। ଦ୍ରୌପଦୀଙ୍କ ସମର୍ଥନରେ ଓଡ଼ିଶାରୁ ପ୍ରତ୍ୟେକ ଭୋଟ୍‌ ମିଳିବା ଦିଗରେ ଆମେ କାମ କରିବୁ ବୋଲି ସେ ତାଙ୍କୁ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଦ୍ରୌପଦୀ ମୁର୍ମୁ ଗତ ୨୪ ତାରିଖରେ ଏନ୍‌ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କୁ ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରଠାରୁ ମୁଖ୍ୟମନ୍ତ୍ରୀ ତାଙ୍କ ସମର୍ଥନରେ ଠିଆ ହୋଇଛନ୍ତି। ବିଦେଶ ଗସ୍ତରେ ଥାଇ ନବୀନ ଟୁଇଟ୍‌ କରି ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଏ ବିଷୟରେ ପ୍ରଧାନମନ୍ତ୍ରୀ ପୂର୍ବରୁ ତାଙ୍କୁ ସୂଚନା ଦେଇଥିବା ଉଲ୍ଲେଖ କରିଥିଲେ। ସେହିପରି ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବା ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡିର ଦୁଇ କ୍ୟାବିନେଟ୍‌ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ତାଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ସେଠାରେ ଉପସ୍ଥିତ ରହିବା ସହ ପ୍ରସ୍ତାବକ ଭାବେ ମଧ୍ୟ ଦସ୍ତଖତ କରିଥିଲ। ନାମାଙ୍କନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ସଂଖ୍ୟା ଦୃଷ୍ଟିରୁ ଦ୍ରୌପଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦ୍ରୌପଦୀଙ୍କୁ ନେଇ ରାଜ୍ୟ କଂଗ୍ରେସରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଥିଲା। ପରେ ଦଳ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଦ୍ରୌପଦୀଙ୍କୁ ରାଜ୍ୟ କଂଗ୍ରେସ ସମର୍ଥନ ଦେବନାହିଁ। ଓଡ଼ିଶା ବିଧାନସଭାରେ କଂଗ୍ରେସର ୯ ଜଣ ବିଧାୟକ ରହିଥିବାବେଳେ ଜଣେ ଏମ୍‌ପି ଅଛନ୍ତି। ତେବେ ଜଣେ ଆଦିବାସୀ ଓଡ଼ିଆ ଝିଅଙ୍କୁ କଂଗ୍ରେସ ସମର୍ଥନ ନ ଦେବା ନେଇ ଘୋଷଣା କରିବାରୁ ଭାଜପା କଟାକ୍ଷ କରିଥିଲା। ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଥମେ ଦ୍ରୌପଦୀଙ୍କ ସମର୍ଥନରେ ବାହାରିଥିଲେ। ଏନେଇ ସେ ହାଇକମାଣ୍ଡଙ୍କୁ ଚିଠି ଲେଖିବେ ବୋଲି ମଧ୍ୟ ଖୋଲାଖୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ। କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ଭାଜପା ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ। ଏହାପରେ ରାଉତରାୟ ମତ ପରିବର୍ତ୍ତନ କରିଛନ୍ତି। ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସେ ଭୋଟ୍‌ ଦେବେ ବୋଲି କହିଛନ୍ତି। ପିସିସି ସଭାପତି ସ୍ପଷ୍ଟ କରି କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ଜନ୍ମ ହୋଇଥିବାରୁ ଗର୍ବ କରୁଛୁ। ହେଲେ ଏହା ମାଟିର ଲଢ଼େଇ ନୁହେଁ, ପାର୍ଟିର ଲଢ଼େଇ। ମାଟି ପାଇଁ ଲଢ଼େଇ ହେଲେ ଜୀବନ ଦେଇଦେବୁ। କିନ୍ତୁ ହାଇକମାଣ୍ଡ ଯାହାକୁ କହିବେ ତାଙ୍କୁ ଭୋଟ୍‌ ଦେବୁ। ବିହାର ମାଟିର ଯଶୱନ୍ତ ସିହ୍ନାଙ୍କୁ ସେଠାକାର ଭାଜପା ନେତାମାନେ ଭୋଟ୍‌ ଦେବ କି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri