ଅଧରାତିରେ ସ୍ତ୍ରୀଙ୍କୁ ଦେଖିବାକୁ ବାଇକ୍‌ରେ ବସି ଶ୍ୱଶୁର ଘର ଯାଇଥିଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ ଘଟିଲା…

ପାଟନା,୧୫।୯: ନୀତିଶ କୁମାର ବିହାର ରାଜନୀତିର ସବୁଠାରୁ ବଡ଼ ନାମ। ସେ ନଅ ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ପୁଣି ଥରେ ବିହାରରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୀତିଶଙ୍କ ରାଜନୈତିକ କ୍ୟାରିଅର ଉତ୍ଥାନ-ପତନରେ ପରିପୂର୍ଣ୍ଣ ରହିଛି। ଲୋକମାନେ ତାଙ୍କ କ୍ୟାରିଅର ସହିତ ଜଡିତ ଅଧିକାଂଶ କଥା ଜାଣନ୍ତି, କିନ୍ତୁ ନୀତିଶଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ କଥା ଅଛି, ଯାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ।

ଏହା ପ୍ରାୟ ୧୯୮୫ ମସିହାର କଥା। ବିହାରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସେତେବେଳେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ନିର୍ବାଚନ ଜିତିବା ପରେ ଯେତେବେଳେ ସେ ତାଙ୍କ ବଖତିୟାରପୁରରେ ପହଞ୍ଚିଲେ, ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା, କିନ୍ତୁ ଏହି ସମୟରେ ତାଙ୍କ ସ୍ତ୍ରୀଙ୍କୁ ଦେଖାଯାଇ ନ ଥିଲା। ନୀତିଶଙ୍କ ସ୍ତ୍ରୀ ମଞ୍ଜୁ ତାଙ୍କ ବାପଘର ସେବାଦାହ ଯାଇଥିଲେ। ସେବାଦାହ ଏବଂ ବଖତିୟାରପୁର ମଧ୍ୟରେ ଦୂରତା ପ୍ରାୟ ୪୦ କିଲୋମିଟର।

ନୀତୀଶ ମଧ୍ୟରାତ୍ରିରେ ହିଁ ତାଙ୍କ ସ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କର ଜଣେ ବନ୍ଧୁଙ୍କୁ ବାଇକ୍‌ ବାହାର କରିବାକୁ କହିଲେ। ନୀତିଶ ରାତିରେ ଚାଲିଗଲେ ଏବଂ ସେ ଖୁବଶୀଘ୍ର ତାଙ୍କ ଶ୍ୱଶୁର ଘରକୁ ପହଞ୍ଚିଲେ, ମଞ୍ଜୁ ହଠାତ୍‌ ତାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ।

ନୀତୀଶ କୁମାର ୧୯୬୭ ମସିହାରେ ପାଟନା କଲେଜ ଅଫ ଇଞ୍ଜିନିୟରିଂରେ ଆଡମିସନ ନେଇଥିଲେ। ସେ ପୂର୍ବରୁ ବଖତିୟାରପୁରରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। କଲେଜର ଶେଷ ବର୍ଷରେ ତାଙ୍କ ପରିବାର ମଞ୍ଜୁ ସିହ୍ନାଙ୍କ ସହିତ ତାଙ୍କର ବିବାହ ସ୍ଥିର କରିଥିଲେ। ମଞ୍ଜୁ ପାଟନାର ମଗଧ ମହିଳା କଲେଜରେ ପାଠପଢ଼ୁଥିଲେ। ନୀତିଶଙ୍କ କଲେଜ ବନ୍ଧୁ ଉଦୟ କାନ୍ତଙ୍କ ପୁସ୍ତକ ‘ନୀତୀଶ କୁମାର: ଅନ୍ତରଙ୍ଗ ଦୋସ୍ତୟୋଁ କି ନଜର ସେ’ ରେ ତାଙ୍କ ସହିତ ଜଡିତ ଅନେକ ଆକର୍ଷଣୀୟ କାହାଣୀ ଅଛି।
ନୀତୀଶ ବିନା ଯୌତୁକରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ତାଙ୍କ ପରିବାର ତିଲକ ଭାବରେ ୨୨ ହଜାର ଟଙ୍କା ଦେଇ ବିବାହ ସ୍ଥିର କରିଥିଲେ। ନୀତିଶ ଏକଥା ଜାଣିବା ପରେ ବହୁତ ରାଗି ଯାଇଥିଲେ। ସେ ଏହାକୁ ବିରୋଧ ମଧ୍ୟ କରିଥିଲେ। ନୀତିଶ ମଞ୍ଜୁଙ୍କ ପରିବାରକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଯେ, ସେ ଯୌତୁକ ନେବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri