ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ବିଧାନସଭା ମଣ୍ଡଳୀର ଆସନ ପାଇଁ ପୁଣି ଥରେ ସୁବାସ ଚନ୍ଦ୍ର ବେହେରାଙ୍କୁ ଦଳୀୟ ଟିକେଟ୍‌ ଘୋଷଣା ପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି। ଛତ୍ରପୁରସ୍ଥିତ ଲୋୟର ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାଣ ଫୁଟାଇ ମିଠା ବାଣ୍ଟି ଦଳୀୟ ନେତା ଓ କର୍ମୀମାନେ ଖୁସି ମନାଇଛନ୍ତି।

ସୂଚନାଥାଉ କି, ଗତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ବିଧାୟକ ଭାବେ ସୁବାସ ଚନ୍ଦ୍ର ବେହେରା ନିର୍ବାଚିତ ହେବା ପରେ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ପାଖରେ ରହି ଆସିଛନ୍ତି। ଏଣୁ ତାଙ୍କ ଉପରେ ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ୍‌ ପ୍ରଦାନ କରିଛନ୍ତି ବୋଲି ଦଳୀୟ ନେତା ଓ କର୍ମୀମାନେ କହିଛନ୍ତି। ଅନ୍ୟପଟେ ଚଳିତ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜୁ ଜନତା ଦଳକୁ ଭୋଟ୍‌ ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହିତ ଛତ୍ରପୁର ବିଧାନସଭାର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ବିଧାୟକ ସୁବାସ ଚନ୍ଦ୍ର ବେହେରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣି ଥରେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ଏମ୍‌ପି ମାନସ ମଙ୍ଗରାଜ, ଗଞ୍ଜାମ ଜିଲା ବିଜେଡି ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ସୁବାସଙ୍କ ସହ ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ, ଗଞ୍ଜାମ ଏନ୍‌ଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକ ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବନେତା ସୁଧୀର କୁମାର ପାଢ଼ୀ, ଏସ୍‌.ଚକ୍ରପାଣି ରେଡ୍ଡୀ, କାଉନସିଲର ଦେବାଶିଷ ମିଶ୍ର, କାଳିଆ ନାହାକଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ହାର୍ଡ ମଦର ଜାଗା ନେଲା ବିଅର, ଓଡ଼ିଶାରେ ଏଥର ବିକ୍ରିରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୭।୪: ତାପମାତ୍ରା ବଢିବା ସହ ଦେଶରେ ବିଅର ବିକ୍ରି ମଧ୍ୟ ବଢୁଛି। ଏହି କ୍ରମରେ ଏଥର ଓଡିଶା ବିଅର ବିକ୍ରିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଅବକାରୀ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri