ପୂର୍ବତନ ରାଜ୍ୟପାଳଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନ୍‌ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି, ଅମଲା କର୍ମଚାରୀ ଭାବରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ଭଲ ପ୍ରଶାସକ କରିପାରିଥିଲା। ଜନସାଧାରଣଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ।

ଶନିବାର ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ୧୯୫୭ ବ୍ୟାଚ୍‌ର ଆଇଏଏସ ଟପ୍ପର ରାଜେନ୍ଦ୍ରନ ତାମିଲନାଡୁର ମୁଖ୍ୟ ସଚିବ ରହିଥିଲେ। ୧୯୯୯ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମହାବାତ୍ୟା ସମୟରେ ସେ ଓଡ଼ିଶାରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ତଦାରଖରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧,୨,୩,୪,୫…ଲଗାତର ଶତକ ପରେ ଷଷ୍ଠ ଶତକ ପୂର୍ବରୁ ହେଲା ବଡ଼ ଓଲଟପାଲଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନୂଆଦିଲ୍ଲୀ,୨୯।୧:ଟେଷ୍ଟ କ୍ରିକେଟ ପ୍ରାୟ ୧୫୦ ବର୍ଷ ଧରି ଖେଳାଯାଉଛି, କିନ୍ତୁ ଏହି ଫର୍ମାଟର ଇତିହାସରେ କେବଳ ଜଣେ ବ୍ୟାଟସମ୍ୟାନ ଲଗାତାର ପାଞ୍ଚଟି ଇନିଂସରେ ଶତକ ହାସଲ କରିବାର…

କପ୍ତିପଦାରେ ଜବରଦଖଲ ଉଚ୍ଛେଦ, ଏନଏସି ମାନ୍ୟତା ପାଇବା ପରେ…

ଉଦଳା,୨୯।୧(ସନ୍ତୋଷ କୁମାର ବାଚ୍ଛିନୀ): ନୂତନ ଏନଏସି ଭାବେ କପ୍ତିପଦା ଘୋଷଣା ହୋଇଛି । ଏନଏସି ମାନ୍ୟତା ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା…

କାହିଁକି ଇସ୍ରାଏଲ ଯାଉଛନ୍ତି ମୋଦି? ପାକିସ୍ତାନ ସହ ହଜିବ ହମାସର ନିଦ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ରିପୋର୍ଟ ଅନୁଯାୟୀ ଏହି ଗସ୍ତ ୨୭-୨୮ ଫେବୃଆରୀ, ୨୦୨୬ ରେ…

ନବୀନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର, କହିଲେ ଭାଜପା ଆସିବା ପରେ ଓଡ଼ିଶାବାସୀ…

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଗୁରୁବାର ଭବାନୀପାଟଣା ମିଡ୍‌ ଟାଉନଠାରେ ଅନୁଷ୍ଠିତ ଏକ…

ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା, ୬ ଜଣ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

ବ୍ରହ୍ମପୁର,୨୯।୧(ସୁବାସ ଚନ୍ଦ୍ର ପାଢ଼ୀ): ସ୍ୱତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ଗୁରୁତ୍ୱପୂର୍ଣ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ ପ୍ରମାଣ ଆଧାରରେ ସେ…

ବ୍ଲାକ ବକ୍ସ ଉଦ୍ଧାର! ବାରାମତୀ ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ

ମୁମ୍ବାଇ,୨୯।୧: ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ସରକାର…

ପ୍ରେମରେ ଅନ୍ଧ! ବିବାହକୁ ବିରୋଧ କଲେ ବାପା-ମାଆ, ବିଷ ଇଞ୍ଜେକ୍ସନ ଦେଇଦେଲେ ଝିଅ

ହାଇଦ୍ରାବାଦ,୨୯।୧: ତେଲେଙ୍ଗାନାର ଭିକାରାବାଦ ଜିଲାର ବାନ୍ଥରାମ ମଣ୍ଡଳରେ ଜଣେ ଯୁବତୀ ତାଙ୍କ ପିତାମାତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରେମ ବିବାହକୁ…

T20 World Cup 2026ର ଫାଇନାଲିଷ୍ଟଙ୍କୁ ନେଇ ହେଲା ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ କିଏ କାହାକୁ ବାଛିଲେ

ନୂଆଦିଲ୍ଲୀ,୨୯।୧: ଭାରତ କିମ୍ବା ଶ୍ରୀଲଙ୍କା ଜିତିଲେ ପୁରୁଷ T20 ବିଶ୍ୱକପ (T20 ବିଶ୍ୱକପ 2026) ର ୧୦ମ ସଂସ୍କରଣ ଐତିହାସିକ ହୋଇପାରେ। ଆଜି ପର୍ଯ୍ୟନ୍ତ, ଆୟୋଜକ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri