ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି

ଗୋପାଳପୁର,୨୯ା୧୨(ନବୀନ ରାଜ ଆଚାରୀ): ଖରିଫ ଧାନଫସଲ ଅମଳ ସମୟରେ ଅଦିନିଆ ବର୍ଷାମାଡ଼ରେ ଧାନଫସଲ ନଷ୍ଟ ହୋଇଛି। ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଧାରିତ ସମୟ ଠାରୁ ୨ଘଣ୍ଟା ୨୦ମିନିଟ୍‌ ବିଳମ୍ବରେ ଗଜପତି ଜିଲା ଗସ୍ତ ସାରି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବ୍ରହ୍ମପୁର ଉପକଣ୍ଠ ଗଞ୍ଜୁ ରାସ୍ତାରେ ଥିବା ଚାଷଜମି ଗସ୍ତ କରି କ୍ଷୟକ୍ଷତି ଦେଖିଥିଲେ। ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚତ୍ ସମୀକ୍ଷା କରି ଚାଷୀଙ୍କ ସହ ଆଲୋଚନା କରିଥିଲେ। ରଙ୍ଗେଈଲୁଣ୍ଡା ଏୟାର ଷ୍ଟ୍ରିପରେ ହେଲିକପ୍ଟରରୁ ଓହ୍ଲାଇ ବାଇ ରୋଡ୍‌ରେ ଗଞ୍ଜୁ ରାସ୍ତାରେ ଥିବା ଆଙ୍କୁଲିର ବିଜୟ ନାହାକ, ସୁଧାର ନାହାକ ଓ ସୁଶାନ୍ତ ପ୍ରଧାନଙ୍କ କ୍ଷତିଗ୍ରସ୍ତ ଚାଷଜମି ବୁଲିବାବେଳେ ଚାଷୀମାନେ ଗଜା ହୋଇଥିବା ଧାନ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ଉଭୟ ଚାଷୀଙ୍କୁ ଇନ୍ସ୍ୟୁରାନ୍ସ କ୍ଲେମ୍‌ କରିବାକୁ କହିବା ସହ ଏହାର କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ଚାଷୀମାନେ ଏଫ୍‌ଏକ୍ୟୁ ମାନକୁ କୋହଳ କରିବା ପାଇଁ ଅନୁରୋଧ କରିଥିଲେ। ପୂର୍ବରୁ ଧାନ କ୍ଷୟକ୍ଷତି ସମୟରେ କୌଣସି ମୁଖ୍ୟମନ୍ତ୍ରୀ ଆମ ନିକଟକୁ ଆସି ନ ଥିବା ଚାଷୀ ସୁଧାର ନାହାକ ଗଣମାଧ୍ୟମକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ। ସେଠାରୁ ବାହାରି ମୁଖ୍ୟମନ୍ତ୍ରୀ ଛତ୍ରପୁର ଅଭିମୁଖେ ଗସ୍ତ କରିଥିଲେ।
ଏହି ଅବସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଦକ୍ଷିଣାଞ୍ଚଳ ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ, ବ୍ରହ୍ମପୁର ଡା. ସର୍ବଣା ବିବେକ ଏମ୍‌, ବ୍ରହ୍ମପୁର ଉପଜିଲାପାଳ ଦିନ ଦସ୍ତାଗିର, ରାଜସ୍ବ, କୃଷି, ଉଦ୍ୟାନ ପ୍ରଭୃତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ମଦ ବୋଝେଇ ଭ୍ୟାନ୍‌: ଚାପି ହୋଇ ଚାଲିଗଲା ହେଲପରଙ୍କ ଜୀବନ

କୁଜଙ୍ଗ,୧୮।୨(ମନୋଜ ପ୍ରଧାନ): ଜଗତସିଂହପୁର ଜିଲା କୁଜଙ୍ଗ ବଜାର କୃଷି ଫାର୍ମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌(ନଂ,ଓଆର୍‌୦୫ଏଏସ୍‌-୬୧୨୫) ଦୁର୍ଘଟଣା ଗ୍ରସ୍ତ...

ଏସ୍‌ସିବିରେ ଶିଶୁ ବଦଳ ଅଭିଯୋଗ: ଅଭିଭାବକଙ୍କୁ ଧରାଇଦେଲେ ମୃତ ଶିଶୁ

କଟକ,୧୮।୨: ପୁଣି ଚର୍ଚ୍ଚାରେ ଏସ୍‌ସିବି। ଏସ୍‌ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସ୍‌ଏନ୍‌ସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି।...

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି...

ଆଜିଠାରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ...

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅଶ୍ଳୀଳ ଇଙ୍ଗିତ ,ପରେ…

ନିରାକାରପୁର,୧୭ା୨(ମାନାସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ବ୍ଲକ ଅଧୀନ ଡିଆ ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା...

ବ୍ୟବସାୟୀଙ୍କୁ ଜିଏସ୍‌ଟି ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିକଲା ସିଏଆଇଟି

ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହରର ବ୍ୟବସାୟୀଙ୍କ ସଞ୍ଜୟ ଅଗ୍ରୱାଲଙ୍କ ବାସଭବନରେ ସିଜିଏସ୍‌ଟି ଏବଂ ଏସ୍‌ଜିଏସ୍‌ଟିର ଏକ ଟିମ୍‌ ଅତର୍କିତ ଚଢ଼ାଉ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ...

୧୦୧ ଅଭିଯୋଗ ଶୁଣିଲେ ଏଡିଏମ୍‌

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ ପ୍ରମୋଦ ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ ଦେ, ଉପଜିଲାପାଳ ଉମାଶଙ୍କର ବେହେରା ସୋମବାର ଭଞ୍ଜନଗର ଠାରେ...

ଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ନୂଆପଡ଼ା,୧୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri