ଭୁବନେଶ୍ୱର,୯ା୪(ବ୍ୟୁରୋ): ବିଦେଶ ମାଟିରେ ଥାଇ ପ୍ରଥମଥର ପାଇଁ କ୍ୟାବିନେଟ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବେଠକରେ ୭ଟି ପ୍ରସ୍ତାବରେ ମୋହର ବାଜିଛି। ଏଫ୍ପିଓ ପାଇଁ ସହାୟତା ପାଣ୍ଠି ଆରମ୍ଭ ହେବ। ଓଡ଼ିଶା ପରିବାର ପାଇଁ ନୂଆ ନିର୍ଦ୍ଦେଶାଳୟ ଖୋଲିବ। ସେହିପରି ୭ଟି ଗ୍ରାମୀଣ ପାଇପ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ବଲାଙ୍ଗୀର, ପୁଇଁତଳା, ଆଗଲପୁର, ଲୋଇସିଂହାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଦେଓଗାଁ ତୁରେଇକେଲା ଓ ମୁରିବାହାଲରେ ପ୍ରକଳ୍ପ କରାଯିବ।


