ଆଉ ୭ ନୂଆ ମ୍ୟୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ତାଲିକାରେ ରହିଛି…

ଭୁବନେଶ୍ୱର,୩୧ା୮: ଆଜି ଅର୍ଥାତ୍‌ ରବିବାର ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ଆଉ ୭ ନୂଆ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂଆ ମ୍ୟୁନିସିପାଲିଟି ମଧ୍ୟରେ ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ, ଗଞ୍ଜାମର ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସରା ନାଁ ରହିଛି।

ସେହିପରି ଆଜି ମୁଖ୍ୟମନ୍ତ୍ରୀ ୧୬ଟି ନୂଆ ଏନ୍‌ଏସି ନାଁ ଘୋଷଣା କରିଛନ୍ତି। ଏହି ନୂଆ ଏନ୍‌ଏସିଗୁଡ଼ିକ ମଧ୍ୟରେ ବଲାଙ୍ଗରୀର ଲୋଇସିଂହା, ସୋହେଲା, କଟକର ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁର ରହିଛି।

Share