୧୬ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଥିରେ ରହିଛି…

ଭୁବନେଶ୍ୱର,୩୧ା୮: ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ୟରେ ଆଉ ୧୬ ନୂଆ NAC ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂଆ ଏନ୍‌ଏସିଗୁଡ଼ିକ ମଧ୍ୟରେ ବଲାଙ୍ଗୀରର ଲୋଇସିଂହା, ସୋହେଲା, କଟକର ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁର ରହିଛି।

ସେହିପରି ଆଜି ମୁଖ୍ୟମନ୍ତ୍ରୀ ଆଉ ୭ ନୂଆ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। ଏହି ନୂଆ ମ୍ୟୁନିସିପାଲିଟି ମଧ୍ୟରେ ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ, ଗଞ୍ଜାମର ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସରା ନାଁ ରହିଛି।

ଓଡ଼ିଶାରେ ବର୍ତ୍ତମାନ ୧୭୨ଟି ନଗର ସ୍ଥାନୀୟ ସଂସ୍ଥା (ULB) ରହିଛି, ଯେଉଁଥିରେ ୬ଟି ମହାନଗର ପାଳିକା, ୫୪ଟି ନଗର ପାଳିକା ଏବଂ ୬୨ଟି NAC ଅନ୍ତର୍ଭୁକ୍ତ। ୨୦୨୪ ଓ ବିଧାନସଭା ର୍ନିବାଚନ ପୂର୍ବରୁ ସମୟରେ ରାଜ୍ୟ ସରକାର ୫୬ଟି ନୂଆ NAC ଘୋଷଣା କରିଥିଲେ ଏବଂ ୬ଟି NACକୁ ନଗର ପାଳିକାରେ ପରିଣତ କରିଥିଲେ। ଏବେ ନୂଆ NAC  ଘୋଷଣା ସହରୀ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ଏବଂ ସାମାଜିକ-ଆର୍ଥିକ ଉନ୍ନୟନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଉଛି।

Share