Posted inଖେଳ

ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍‌ ଟିମ୍‌: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍‌

ବାର୍ବାଡୋସ୍‌,୩।୭: ଶେଷରେ ଓ୍ବେଷ୍ଟଇଣ୍ଡିଜ୍‌ରୁ ଭାରତୀୟ ଦଳ ଘରକୁ ଫେରୁଛି। ବାର୍ବାଡୋସ୍‌ରେ ଘୂର୍ଣ୍ଣିବଳୟ ବେରିଲ ଯୋଗୁ ଭାରତୀୟ ଦଳ ସେଠାରେ ଅଟକି ରହିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଭାରତୀୟ ଖେଳାଳିଙ୍କୁ ଧରି ଭାରତ ଅଭିମୁଖେ ବାହାରିଛି। ଆସନ୍ତାକାଲି ସକାଳ ସୁଦ୍ଧା ଭାରତରେ ପହଞ୍ଚିବ। ଶନିବାର ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ରୋହିତ ଶର୍ମାଙ୍କ ଦଳ ଟାଇଟଲ ଜିତିଛି।
ଟିମ ଇଣ୍ଡିଆ ରବିବାର ଭାରତ ପେରିବାର ଥିଲା, କିନ୍ତୁ ବେରିଲ କାରଣରୁ ସେମାନଙ୍କୁ ସେଠାରେ ରହିବାକୁ ପଡିଥିଲା। ବାର୍ବାଡୋସ୍‌ରେ ଘୂର୍ଣ୍ଣିବଳୟର ଆଶଙ୍କା ସରକାରଙ୍କୁ ବିମାନବନ୍ଦର ବନ୍ଦ କରିବାକୁ ବାଧ୍ୟ କରିଥିଲା ଏବଂ ସମସ୍ତ ବିମାନ ବାତିଲ କରାଯାଇଥିଲା। ଏହା ପୂର୍ବରୁ ଟିମ ଇଣ୍ଡିଆ ବୁଧବାର ଘରକୁ ଫେରିବ ବୋଲି ପ୍ରକାଶ ପାଇଥିଲା। ଶେଷରେ ଭାରତୀୟ ଖେଳାଳିମାନେ ବିମାନରେ ଚଢିଛନ୍ତି ଏବଂ ସେମାନଙ୍କ ଦେଶକୁ ଫେରିବା ଯାତ୍ରା ଆରମ୍ଭ ହୋଇଛି। ଅଧିକାଂଶ ଖେଳାଳି ବିମାନରେ ଟ୍ରଫି ସହ ଫଟୋ ଶେୟାର କରିଛନ୍ତି। ଖେଳାଳିମାନେ ଗୁରୁବାର ସକାଳ ୬ଟାରେ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହା ପରେ ଭାରତୀୟ ଖେଳାଳିମାନେ ଗୁରୁବାର ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ସମ୍ମାନିତ କରିବେ। ଏହାପୂର୍ବରୁ ଭାରତୀୟ ଖେଳାଳିମାନେ ଦିଲ୍ଲୀରେ ଏକ ରୋଡ ଶୋ’ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri