Posted inଜାତୀୟ

ବନ୍ୟପ୍ରାଣୀ ବେପାରକୁ ଗ୍ରୀନ ସିଗନାଲ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର, ୨୦।୧(ଅସମାପିକା ସାହୁ)- ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣା ବିକା କରି ହେବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ଗତ ୧୮ ତାରିଖରେ ଜାରି କରାଯାଇଥିବା ଗେଜେଟ ନଂ ୪୦ରେ ଏନେଇ ଲାଇସେନ୍ସ ପ୍ରଦାନ କରାଯିବା ନେଇ ବିଦ୍ଧିବଦ୍ଧ ଘୋଷଣା କରାଯାଇଛି। ତେବେ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ପ୍ରାଣୀଙ୍କୁ ଏହି ଲାଇସେନ୍ସିଂ ପ୍ରକ୍ରିୟାରୁ ବାହାରେ ରଖାଯାଇଛି। ଅର୍ଥାତ କେବଳ ସିଡ୍ୟୁଲ-୧ ପ୍ରାଣୀଙ୍କୁ ଛାଡ଼ିଦେଇ ଅନ୍ୟ ସବୁ ପ୍ରାଣୀଙ୍କୁ ଟ୍ରେଡିଂ କରିବା ପାଇଁ ଲାଇସେନ୍ସ ମିଳିପାରିବ।

ଏହି ଗେଜେଟ ପ୍ରକାଶ ପାଇବା ପରେ ପୂର୍ବରୁ ପ୍ରଚଳିତ ଥିବା ୧୯୮୩ ମସିହାର ନିୟମ ଅକାମୀ ହୋଇଯାଇଛି। ୧୯୮୩ ମସିହା ନିୟମରେ ସିଡ୍ୟୁଲ-୧ କିମ୍ବା ସିଡ୍ୟୁଲ-୨ ର ପାର୍ଟ ୨ ପ୍ରାଣୀମାନଙ୍କ ଟ୍ରେଡିଂ ପାଇଁ ଲାଇସେନ୍ସ ଦିଆଯାଉନଥିଲା। ନୂତନ ୱାଇଲ୍ଡଲାଇଫ(ପ୍ରୋଟେକସନ) ଲାଇସେନ୍ସିଂ (ଆଡିସନାଲ ମ୍ୟାଟର୍ସ ଫର କନ୍ସିଡରେସନ) ରୁଲସ, ୨୦୨୪ ଗତ ୧୮ତାରିଖରୁ ହିଁ କାର୍ଯ୍ୟକାରୀ ହୋଇଛି। ଏଇ ନିୟମରେ ବନ୍ୟଜୀବ (ସଂରକ୍ଷଣ) ଆଇନ, ୧୯୭୨ ର ସେକ୍ସନ ୪୪, କ୍ଲଜ(ବି) ସବ-ସେକ୍ସନ(୪) ଅଧୀନରେ ଲାଇସେନ୍ସ ଦେବା ପାଇଁ ପ୍ରାବଧାନ ରଖାଯାଇଛି ଏବଂ କିଛି ସର୍ତ୍ତାବଳୀ ରକ୍ଷାଯାଇଛି। ରାଜ୍ୟର ମୁଖ୍ୟ ବନ୍ୟଜୀବ ତତ୍ତ୍ୱାବଧାରକ କିମ୍ବା ତାଙ୍କ ଅଧିକୃତ ଅଧିକାରୀ ଏହି ଲାଇସେନ୍ସ ପ୍ରଦାନ କରିପାରିବାର ପ୍ରାବଧାନ ରଖାଯାଇଛି।

ଏହି ନୂତନ ନିୟମକୁ ନେଇ ଦେଶ ବ୍ୟାପୀ ପ୍ରତିକ୍ରିୟା ଦେଖା ଦେବାରେ ଲାଗିଲାଣି। ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଲେଣି। ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ ୧ରେ ଦେଶରେ ସଂଶୋଧିତ ବନ୍ୟଜୀବ (ସଂରକ୍ଷଣ) ଆଇନ, ୧୯୭୨କୁ ଲାଗୁ କରାଯାଇଥିଲା। ଏଥିରେ ବନ୍ୟପ୍ରାଣୀ, ଉଦ୍ଭିଦ ଓ ବିଦେଶୀ(Exotic) ପ୍ରାଣୀଙ୍କ ପାଇଁ ବ୍ୟାପକ ସଂଶୋଧନ କରାଯାଇଥିଲା। ଦଣ୍ଡ ବିଧାନ ପରିମାଣକୁ ୨୫ ହଜାର ଟଙ୍କା ଜୋରିମାନାକୁ ୧ ଲକ୍ଷ ଟଙ୍କା ବୃଦ୍ଧି କରା ଯାଇଥିଲା। ସମସ୍ତ ବନ୍ୟପ୍ରାଣୀଙ୍କୁ ସିଡ୍ୟୁଲ-୧ ଏବଂ ସିଡ୍ୟୁଲ-୨ରେ ରଖାଯାଇଥିଲା। ଯଦିଓ ସିଡ୍ୟୁଲ-୧ ପ୍ରାଣୀଙ୍କ ଟ୍ରେଡିଂକୁ ଲାଇସେନ୍ସ ପ୍ରକ୍ରିୟାରୁ ବାହାରେ ରଖାଯାଇଛି, କିନ୍ତୁ ସିଡ୍ୟୁଲ-୨ରେ ସର୍ବାଧିକ ପ୍ରାଣୀ ଅଛନ୍ତି।

ସଂଶୋଧିତ ଆଇନରେ ପ୍ରକୃତିରେ ପ୍ରାଣୀମାନଙ୍କର ସଂଖ୍ୟା, ସେମାନଙ୍କର ସଙ୍କଟଗ୍ରସ୍ତତା ଆଦିକୁ ବିଚାରକୁ ନେଇ ସବୁ ଭାରତୀୟ ବନ୍ୟପ୍ରାଣୀଙ୍କୁ ସିଡ୍ୟୁଲ-୨ରେ ରଖାଯାଇଛି। ସେମାନଙ୍କ ଭିତରେ ନୀଳଗାଈ, ବାଦୁଡ଼ି, ଚିତ୍ରା ହରିଣ, ଜଙ୍ଗଲି ଠେକୁଆ, ବାରହା, ହନୁ ମାଙ୍କଡ଼ ଇତ୍ୟାଦି ସ୍ତନ୍ୟପାୟୀ, ବାରବେଟ(Barbets), ବି ଇଟର(Bee-eater), ବିଟର୍ନ (Bittern), ହିରୋନ (Heron), ଇଗ୍ରେଟ (Egret), ବୁଲବୁଲ (Bulbul), କୋଇଲି (Cuckoos), ଅନେକ ପ୍ରଜାତିର ବତକଙ୍କ ସମେତ ମୋଟ ୧,୧୩୪ ଟି ପ୍ରଜାତିର ପକ୍ଷୀ, ୩୦୦ରୁ ଉର୍ଦ୍ଧ୍ୱ ସାପ, ଅନେକ ପ୍ରଜାତିର ବେଙ୍ଗ ଆଦି ଅନ୍ତର୍ଭୁକ୍ତ। ସିଡ୍ୟୁଲ-୨ ପ୍ରାଣୀଙ୍କ ପାଇଁ ଟ୍ରେଡିଂ ଲାଇସେନ୍ସ ଦିଆଯିବାର ପ୍ରାବଧାନ କରିବା ଦ୍ୱାରା କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବରେ ବେପାର ଏବଂ ପରୋକ୍ଷ ଭାବରେ ଶୀକାର ପାଇଁ ରାସ୍ତା ଫିଟେଇଦେଲେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମାନେ କହିଲେଣି।

ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ଏହା ନିଶ୍ଚୟ ଏକ ଚିନ୍ତାର ବିଷୟ। ଗତ ୪୦ବର୍ଷ ପରେ କେନ୍ଦ୍ର ସରକାର ଏଭଳି ପରିବର୍ତ୍ତନ ଆଣିଛନ୍ତି। ଯେଉଁମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ଚିନ୍ତା କରାଯାଉଥିଲା ଏବେ ସେମାନଙ୍କୁ ଟ୍ରେଡିଂ ପାଇଁ ଅନୁମତି ମଳିଲା। ପରୋକ୍ଷରେ ଏହାର ଶୀକାର କରିବା ପାଇଁ ସୁଯୋଗ ମିଳିଯିବ। ଏମାନଙ୍କ ଶୀକାର ବଢ଼ିଲେ ଆଗକୁ ଏସବୁ ପ୍ରାଣୀ ଲୋପ ପାଇଯିବାର ମଧ୍ୟ ଆଶଙ୍କା ରହୁଛି। ଖୋର୍ଦ୍ଧା ଜିଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଟ୍ରେଡିଂର ଅର୍ଥ ବେପାର। ହେଲେ ଘରେ ପୋଷିବା ପାଇଁ ଟ୍ରେଡିଂ ହେବ କି ମାଂସ ଖାଇବା ପାଇଁ ଟ୍ରେଡ଼ିଂ ହେବ ସେଇଟା କିଏ କହିବ। ଲାଇସେନ୍ସ ପାଇବା ପରେ ଯାହାର ଯାହା ଇଚ୍ଛା ହେଲା ସିଏ କରିବ। ହେଲେ ବନ୍ୟପ୍ରାଣୀଙ୍କୁ ଚୋରା ଶୀକାର ଏବଂ ବେପାରରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସଂରକ୍ଷଣ ଦେଇ ସିଡ୍ୟୁଲ୍‌-୨ ତାଲିକାରେ ରଖିବାର ବର୍ଷେ ନ ପୁରୁଣୁ ତାଙ୍କୁ ଟ୍ରେଡିଂ ଲାଇସେନ୍ସ ଦେବା କେନ୍ଦ୍ର ସରକାରଙ୍କ କଣ ଯେ ହଠାତ ଦରକାର ପଡ଼ିଲା ତାହା ଜଣାପଡ଼ୁନାହିଁ।

ସେପଟେ ଟ୍ରେଡିଂ ଲାଇସେନ୍ସ ବ୍ୟବସ୍ଥାକୁ ନେଇ ବିଦେଶୀ ପ୍ରାଣୀଙ୍କ ବେପାର କରୁଥିବା ପେଟ ସପ ମାଲିକମାନେ ନୂତନ ନିୟମକୁ ସ୍ବାଗତ କରିଛନ୍ତି। ଏ ଲାଇସେନ୍ସ ବ୍ୟବସ୍ଥା ଦ୍ୱାରା ପେଟ ସପ ମାଲିକମାନେ ବିଦେଶରୁ ବନ୍ୟପ୍ରାଣୀ ଆମଦାନୀ କରିବା ବାଟ ଫିଟିଯିବ। ଭୁବନେଶ୍ୱରର ଏକ ପେଟ୍‌ସପ୍‌ର ମାଲିକ ସତ୍ୟ ଶଙ୍କର ବିଶ୍ୱାଳ କହିଛନ୍ତି, ଆମର ସିଡ୍ୟୁଲ-୨ ରେ ଥିବା ଭାରତୀୟ ବନ୍ୟପ୍ରାଣୀଙ୍କୁ ଟ୍ରେଡିଂ ପାଇଁ ଲାଇସେନ୍ସ ଦରକାର ନାହିଁ। ସିଡ୍ୟୁଲ-୪ ପ୍ରାଣୀଙ୍କ ପାଇଁ ଲାଇସେନ୍ସ ମିଳିଲେ ଆମକୁ ବିଦେଶରୁ ଭଲ ପ୍ରଜାତିର ଏକଜୋଟିକ ପ୍ରାଣୀ ଆମଦାନୀ କରିବା ପାଇଁ ସୁଯୋଗ ମିଳିବ। ଉଲ୍ଲେଖଯୋଗ୍ୟ, ନୂତନ ବା ସଂଶୋଧିତ ବନ୍ୟପ୍ରାଣୀ ଆଇନରେ ବିଦେଶୀ(Exotic) ପ୍ରାଣୀଙ୍କୁ ସିଡ୍ୟୁଲ-୪ ତାଲିକାରେ ସ୍ଥାନ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌, ସରକାର ଆଣୁଛନ୍ତି ନୂଆ ନିୟମ

ଲକ୍ଷ୍ନୌ,୧୭।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ଅଣ୍ଡା ଉତ୍ପାଦକମାନେ ୧ ଏପ୍ରିଲରୁ ପ୍ରତ୍ୟେକ ଅଣ୍ଡାରେ…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଭାଜପା ନେତାଙ୍କୁ ଛୁରୀ ଭୁଷି ହତ୍ୟା

ଗୋରଖପୁର,୧୭।୩: ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶ ଗୋରଖପୁରର ଚିଲୁଆତାଲ ପୋଲିସ ଷ୍ଟେଶନ ଅଞ୍ଚଳର ସୀମା ମଧ୍ୟରେ ଥିବା ବରଗଡୱାରେ ଜଣେ ଭାଜପା ନେତାଙ୍କ ର୍ନିମମ ହତ୍ୟା ଘଟଣା…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri