ଅତିରିକ୍ତ ୨.୩୫ ଲକ୍ଷ କୋଟି ଖର୍ଚ୍ଚ କରିବ କେନ୍ଦ୍ର

 

ନୂଆଦିଲ୍ଲୀ, ୧୫।୯: ଚଳିତ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ଅତିରିକ୍ତ ୨.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ମଧ୍ୟରେ ପ୍ରାଥମିକ ପର୍ଯ୍ୟାୟରେ କୋଭିଡ୍‌-୧୯ ଜନିତ ଖର୍ଚ୍ଚ ତୁଲାଇବା ଲାଗି ୧.୬୬ ଲକ୍ଷ କୋଟି ଟଙ୍କା ସାମିଲ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ପ୍ରଥମ ପର୍ଯ୍ୟାୟ ଅତିରିକ୍ତ ପୁଞ୍ଜି ବ୍ୟୟ ପ୍ରସ୍ତାବକୁ ଉପସ୍ଥାପନ କରିଛନ୍ତି। ଏଥିଲାଗି ସଂସଦର ମଞ୍ଜୁରୀ ଲୋଡ଼ାଯାଇଛି। କରୋନା ମହାମାରୀ ଯୋଗୁ ରାଜ୍ୟଗୁଡ଼ିକରେ ଟିକସ ସଂଗ୍ରହ କମିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକୁ ୪୬,୬୦୨ କୋଟି ଟଙ୍କା ପ୍ରଦାନ କରାଯିବା ନେଇ ଯୋଜନା ରଖାଯାଇଛି। ସେହିଭଳି ସବ୍‌ସିଡି ଖାଦ୍ୟ ସାମଗ୍ରୀ ଯୋଗାଣ ଲାଗି ୧୦ ହଜାର କୋଟି ଟଙ୍କା ଆବଶ୍ୟକ ପଡୁଛି।
ଯୋଜନା ମୁତାବକ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବାବଦକୁ ୪୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। ସେହିଭଳି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ପଠାଇବା ଲାଗି ୩୩,୭୭୨.୪୮ କୋଟି ଟଙ୍କା ସାମିଲ ରହିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜନଧନ ଖାତା ଏବଂ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୩୩,୭୭୧.୪୮ କୋଟି ଟଙ୍କା ପଠାଯାଇଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତ କରିବା ଲାଗି ୧୪,୨୩୧ କୋଟି ଟଙ୍କା ଖର୍ଚ୍ଚ ସାମିଲ ରହିଛି। ଏହା ମଧ୍ୟରେ ମହାମାରୀ ନିୟନ୍ତ୍ରଣ ଲାଗି ଅତିରିକ୍ତ ଖର୍ଚ୍ଚ ବାବଦକୁ ୫୯୧୫.୪୯ କୋଟି ଏବଂ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)କୁ ୨୪୭୫ କୋଟି ଟଙ୍କା ପ୍ରଦାନର ପ୍ରସ୍ତାବ ରହିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଶ୍ରମ ମନ୍ତ୍ରଣାଳୟ ଗ୍ରାଣ୍ଟ ଇନ୍‌ ଏଡ୍‌ ଜେନେରାଲ ଭାବେ ସରକାର ୪୮୬୦ କୋଟି ଟଙ୍କା ଲୋଡିଛନ୍ତି। ସେହିଭଳି ଭାରତୀୟ କ୍ଷୁଦ୍ର ଶିଳ୍ପ ଉନ୍ନତୀକରଣ ବ୍ୟାଙ୍କ(ସିଡ୍‌ବୀ)ର ସବ୍‌ସିଡି ଲାଗି ୧୨୩୨ କୋଟି ଅର୍ଥ ଲାଗି ମଞ୍ଜୁରୀ ଲୋଡ଼ାଯାଇଛି। ନ୍ୟାଶନାଲ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍‌ (ଏନ୍‌ସିଜିଟିସି)ର ଗ୍ୟାରେଣ୍ଟି ଏମର୍ଜେନ୍ସି କ୍ରେଡିଟ ଲାଇନ(ଜିଇସିଏଲ୍‌) ସୁବିଧା ଲାଗି ୪ ହଜାର କୋଟି ଭଳି ପ୍ରସ୍ତାବ ଏଥିରେ ସାମିଲ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଲେଖାଏ ବୋନସ୍‌ ଦେଲା ଓ୍ବିପ୍ରୋ

ବେଙ୍ଗାଲୁରୁ,୧୯-୭: ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ଲିମିଟେଡ ଏହାର ଜୁନିୟର କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବୋନସ୍‌ ପ୍ରଦାନ କରିଛି। ଓ୍ବିପ୍ରୋରେ...

କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ୨,୧୩୧ କୋଟି

ନୂଆଦିଲ୍ଲୀ,୨୧।୪: କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କରେ ରାଜ୍ୟଗୁଡିକର ଅଂଶ ବାବଦକୁ ଏପ୍ରିଲର କିସ୍ତି ପ୍ରଦାନ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୪୬,୦୩୮ କୋଟି ଟଙ୍କାର...

ଗ୍ରାହକଙ୍କ ବିଶ୍ୱାସ ଭରଷାର ଅନ୍ୟନାମ;ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ଯେକୌଣସି ବାଣିଜ୍ୟ ଲାଗି ଗ୍ରାହକଙ୍କ ରେସ୍‌ପନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗ୍ରାହକ ଆଦୃତି ଲାଭ ଦ୍ୱାରା ବ୍ରାଣ୍ଡ ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧା ହୁଏ...

ଭୁବନେଶ୍ୱରରେ ଏଭେରେଷ୍ଟ ବିକେସିସି

ଭୁବନେଶ୍ୱର,୯।୧୧: ଓଡ଼ିଶାର ହସ୍ପିଟାଲିଟି ଛାତ୍ରୀଛାତ୍ରୀମାନଙ୍କ ପାଇଁ ପ୍ରଥମ ଥର ଏକ ଜାତୀୟସ୍ତରର କୁକିଂ ପ୍ରତିଯୋଗିତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଏବଂ ଆପ୍ଲାଏଡ୍‌...

ଜନଧନ ଆକାଉଣ୍ଟରେ ଜମା ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୧୮-୮: ସମାଜର ଗରିବ ଶ୍ରେଣୀ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ୫ ବର୍ଷ ପୂର୍ବେ ଏନ୍‌ଡିଏ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଏବେ...

ହ୍ୟୁଣ୍ଡାଇର ନୂଆ କନେକ୍‌ଟେଡ ଏସ୍‌ୟୁଭି ‘ଭେନ୍ୟୁ’

ଭୁବନେଶ୍ୱର,୨୩-୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ କନେକଟେଡ ଏସ୍‌ୟୁଭି ଭେନ୍ୟୁ ବଜାରକୁ ଆସିଛି। ଏହା କମ୍ପାନୀର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁଶନ୍ସ ହୋଇଥିବା...

ଦିନେ ଛୁଇଁଥିଲେ ସଫଳତାର ଶିଖର….

ବ୍ୟବସାୟ ଜଗତରେ କେତେକ ବ୍ୟକ୍ତି ସଫଳତା ସିଡି ଚଢି ଚାଲିଥିବା ବେଳେ ଆଉ କିଛି ସଫଳ ହୋଇ ମଧ୍ୟ ଏବେ ବିଫଳ ହୋଇଛନ୍ତି। ହଜାର ହାଜର...

ହୋଣ୍ଡା ଟୁହ୍ବିଲର୍ସର ନୂଆ ହର୍ନେଟ ୨.୦

ନୂଆଦିଲ୍ଲୀ,୨୮।୮: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଭାରତ ବଜାରରେ ଏହାର ନୂଆ ହର୍ନେଟ ୨.୦ ମଡେଲଟିକୁ ଶୁଭାରମ୍ଭ କରିଛି। ନୂଆ ଯାନଟିରେ...

Advertisement
Archives

Model This Week