ସୁଧ ଛାଡ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଉତ୍ତର ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ସବୁ ବର୍ଗର ଋଣ ଉପରେ ସୁଧ ଛାଡ ପ୍ରସଙ୍ଗରେ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ନିକଟରେ ପକ୍ଷ ରଖିଛନ୍ତି। ସବୁ ବର୍ଗର ଋଣ ଏବଂ ଅଗ୍ରୀମ ଉପରେ ଯଦି ସୁଧ ଛାଡ ହୁଏ ତେବେ ଏଥି ଲାଗି ୬ ଲକ୍ଷ କୋଟି ଟଙ୍କା ଭରଣା କରିବାକୁ ହେବ ବୋଲି ସରକାର କହିଛନ୍ତି। ସୂଚନା ଯୋଗ୍ୟ, ଋଣ କିସ୍ତି ଉପରେ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ସରକାର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ମୋରାଟୋରିୟମ ବେଳେ କିଛି ବ୍ୟାଙ୍କ ସୁଧ ଉପରେ ସୁଧ ଲାଗୁ କରିବା ଦେଖାଯାଇଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସରକାର କିଛି ନିର୍ଦ୍ଦିଷ୍ଟ ବର୍ଗ ଋଣ ଉପରେ ସୁଧ ହାର ବହନ କରିବାକୁ ରାଜି ହୋଇଛନ୍ତି। ହେଲେ ସବୁ ବର୍ଗ ଋଣ ଉପରେ ସୁଧ ଛାଡ କଲେ କିଭଳି ସମସ୍ୟା ଉପୁଜିବ ସେ ଉପରେ ସରକାର ମଙ୍ଗଳବାର ପକ୍ଷ ସ୍ପଷ୍ଟ କରିଛନ୍ତି। ଯଦି ବ୍ୟାଙ୍କଗୁଡିକ ଏଭଳି ବୃହତ୍‌ ପରିମାଣର ଅର୍ଥ ଛାଡ କରନ୍ତି ତେବେ ସେମାନଙ୍କୁ ବଡ ବୋଝ ପଡିଯିବ। ବ୍ୟାଙ୍କଗୁଡିକର ମୋଟ ସମ୍ପତ୍ତିର ବଡ ଭାଗ ହରାଇବାକୁ ପଡିବ। ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର୍‌.ଏସ୍‌. ରେଡି ଏବଂ ଜଷ୍ଟିସ ଏମ୍‌.ଆର୍‌.ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ପକ୍ଷ ରଖି କହିଛନ୍ତି ଯେ,ଏଭଳି ପ୍ରମୁଖ କାରଣ ଲାଗି କେନ୍ଦ୍ର ସରକାର ସବୁ ବର୍ଗର ଋଣ ଉପରେ ସୁଧ ଛାଡ କରିବାକୁ ନିଷ୍ପତ୍ତି ନେଲେ ନାହିଁ। କେବଳ କିସ୍ତି ପ୍ରଦାନରେ କିଛିଟା ଆଶ୍ୱସ୍ତି ଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ନୂଆଦିଲ୍ଲୀ,୨୨-୪: ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି। ପ୍ରଭାବିତ ବିଶ୍ୱ ବଜାର ସ୍ଥିତିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପ୍ରିଲ...

ନୀରବ ମୋଦି ଦୁର୍ନୀତି ପରେ;ପ୍ରଥମଥର ଲାଭ କଲା ପିଏନ୍‌ବି

ନୂଆଦିଲ୍ଲୀ,୨୭-୭: ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଦ୍ୱାରା ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ୍‌ ଦୁର୍ନୀତି ହେବା ପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପ୍ରଥମଥର ଲାଭର ମୁହଁ ଦେଖିଛି।...

ଜେଇଇ ଆଡଭାନ୍ସରେ ଫିଟ୍‌ଜି ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷର ଜେଇଇ ଆଡଭାନ୍ସ ଫଳାଫଳରେ ଫିଟ୍‌ଜି ଭୁବନେଶ୍ୱର-କଟକ ସେଣ୍ଟରର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ସେଣ୍ଟରର ସୂଚନା ଅନୁସାରେ ସ୍ଥିତପ୍ରଜ୍ଞା...

ଏ.ବି.ସିଂଙ୍କ ‘ଜିନ୍ଦେଗୀ’ ପଦକ୍ଷେପ; ଗରିବ ମେଧାବୀଙ୍କ ଡାକ୍ତର ହେବା ସ୍ବପ୍ନକୁକରୁଛି ସାକାର

ଭୁବନେଶ୍ୱର,୧୦-୬(ବ୍ୟୁରୋ): ଦିନେ ଡାକ୍ତର ହେବେ ବୋଲି ସେ ସ୍ବପ୍ନ ଦେଖିଥିଲେ। ସେଥିଲାଗି ମେଡିକାଲ କୋଚିଂରେ ମଧ୍ୟ ନାମ ଲେଖାଇଥିଲେ। ହେଲେ ସମୟର ସୁଅରେ ତାଙ୍କର ସେ...

ଏୟାରଟେଲ୍‌ର ଜବରଦସ୍ତ ପ୍ଲାନ୍‌: ଗୋଟିଏ ରିଚାର୍ଜରେ ଚାଲିବ ୪ ଲୋକଙ୍କ ସିମ୍‌, ସାଥିରେ ନେଟ୍‌ଫ୍ଲିକ୍ସ-ହଟ୍‌ଷ୍ଟାର ବି…

ନୂଆଦିଲ୍ଲୀ,୧୭।୧୨: ଦେଶର ଦ୍ୱିତୀୟ ବୃହତ ଟେଲିକମ୍‌ କମ୍ପାନୀ ହେଉଛି ଭାରତୀ ଏୟାରଟେଲ। କମ୍ପାନୀ ଏହାର ଗ୍ରାହକମାନଙ୍କୁ ଅନେକ ପ୍ରକାର ପ୍ଲାନ୍‌ ଉପଲବ୍ଧ କରାଇଥାଏ। ସେଥିମଧ୍ୟରୁ ଦୁଇଟି...

ସ୍ପାଇସଜେଟର ୨ ପାଇଲଟ ବର୍ଷେ ନିଲମ୍ବିତ

ନୂଆଦିଲ୍ଲୀ,୧୧ା୮: ବେସାମରିକ ବିମାନ ଚଳାଚଳ ମହାନିଦ୍ଦେର୍ଶାଳୟ(ଡିଜିସିଏ) ସ୍ପାଇସଜେଟର ଦୁଇଜଣ ପାଇଲଟଙ୍କୁ ଶନିବାର ଏକ ବର୍ଷ ପାଇଁ ନିଲମ୍ବିତ କରିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ଠିକ୍‌...

ଅର୍ଥନୀତିଜ୍ଞଙ୍କ ସହ ମୋଦିଙ୍କ ଆଲୋଚନା ୮ରେ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଲୋଚନା କରିବେ। କୋଭିଡ୍‌-୧୯ ଯୋଗୁ ଘରୋଇ ବଜାର ପ୍ରଭାବିତ ହୋଇଛି। ବଜାରର...

ବିଓଆଇ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଭୁବନେଶ୍ୱର,୧୭।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳର ପୁରୀ ଶାଖାଠାରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସମାଚାର ପଠନ ପ୍ରତିଯୋଗିତାର...

Advertisement
Archives

Model This Week