ଘରମାଲିକ-ଭଡ଼ାଟିଆଙ୍କ ମାମଲା ମଧ୍ୟସ୍ଥତାରେ ବିଚାର ହେବ

ନୂଆଦିଲ୍ଲୀ: ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ କୌଣସି ବିବାଦ ରହିଥିଲେ ଏହାର ସମାଧାନ ଲାଗି ଆଉ କୋର୍ଟ ଚକ୍କର ଚଲାଇବାକୁ ପଡିବ ନାହିଁ। ଆର୍ବିଟ୍ରେଶନ ବା ମଧ୍ୟସ୍ଥତା ଜରିଆରେ ଏହି ମାମଲାଗୁଡ଼ିକର ସମାଧାନ କରାଯାଇପାରିବ। ଅତ୍ୟଧିକ ଖର୍ଚ୍ଚ ଏବଂ ଲମ୍ବା ସମୟ ଯାଏ ଏଥିପାଇଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ। ଟ୍ରାନ୍ସଫର ଅଫ୍‌ ପ୍ରପର୍ଟି ଆଇନ ଅନୁସାରେ ସୁପ୍ରିମକୋର୍ଟ ଏଭଳି ଏକ ପ୍ରସଙ୍ଗ ଉପରେ ପକ୍ଷ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ କହିବା ଅନୁସାରେ, ଆର୍ବିଟ୍ରାଲ ଟ୍ରିବ୍ୟୁନାଲଙ୍କ ନିକଟରେ ଟ୍ରାନ୍ସଫର ଅଫ୍‌ ପ୍ରପର୍ଟି ଆକ୍ଟ ୧୮୮୨ ଅଧୀନରେ ଆସୁଥିବା ବିବାଦଗୁଡିକର ସମାଧାନ ବିଚାର କରିବାର ଅଧିକାର ରହିଛି। ରାଜ୍ୟ ସ୍ତରରେ ଲାଗୁ ହେଉଥିବା ଭଡ଼ା ନିୟନ୍ତ୍ରଣ ଆଇନ ଅଧୀନରେ ଆସୁଥିବା ବିବାଦ ଆର୍ବିଟ୍ରେଶନକୁ ପଠାଯାଇପାରିବ ନାହିଁ। ଏହାର ନିଷ୍ପତ୍ତି ଆଇନ ଅନୁସାରେ କୋର୍ଟ କିମ୍ବା ଫୋରମ କରିବେ। ଜଷ୍ଟିସ ଏନ୍‌.ବି. ରମନ୍ନାଙ୍କ ଖଣ୍ଡପୀଠ ୧୪ ଡିସେମ୍ବରରେ ବିଦ୍ୟା ଡ୍ରୋଲିଆ ବନାମ ଦୁର୍ଗା ଟ୍ରେଡିଂ କର୍ପୋରେଶନ ମାମଲା ଉପରେ ଶୁଣାଣି କରିଛନ୍ତି। କେଉଁ ବିବାଦଗୁଡିକ ମଧ୍ୟସ୍ଥତା ଦ୍ୱାରା ଫଇସଲା ହେବ ସେ ନେଇ କୋର୍ଟ ପକ୍ଷ ସ୍ପଷ୍ଟ କରିଛନ୍ତି। ସରକାର ବର୍ତ୍ତମାନ ରିଟେଲ ହାଉସିଂ ଉପରେ ଏବେ ଜୋର ଦେଉଛନ୍ତି। ନିୟମ କୋହଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଗୁରୁତ୍ୱ ବହନ କରୁଛି। ସୁପ୍ରିମକୋର୍ଟ ପୁଣି କହିଛନ୍ତି, ମଧ୍ୟସ୍ଥତା ମଞ୍ଚର ନିଷ୍ପତ୍ତି କୋର୍ଟଙ୍କ ନିଷ୍ପତ୍ତି ଭଳି ଲାଗୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri