ଟ୍ରେନ୍‌ରେ ଯାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା: ୬ଷ୍ଠ ସାକ୍ଷୀଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୨୦ା୩-ଏକ ଚଳନ୍ତା ଟ୍ରେନ୍‌ରେ ଜଣେ ଯାତ୍ରୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ମାମଲାର ବିଚାରଣା ଏଡିଜେ (ଏଲ୍‌ଆର୍‌) କୋର୍ଟରେ ଚାଲିଛି। ଏଥିରେ ୮ଜଣ ସାକ୍ଷୀ ରହିଥିବା ବେଳେ ଏଯାବତ ୬ଜଣ ସାକ୍ଷୀ କୋର୍ଟରେ ହାଜର ହୋଇ ଘଟଣା ସମ୍ପର୍କରେ ନିଜ ନିଜର ବୟାନ ଦେଇ ସାରିଛନ୍ତି। ଷଷ୍ଠ ସାକ୍ଷୀ ଭାବେ ବିହାର ଝାଡ଼ଖଣ୍ଡର ପାଲନ ଗୋରାଇ ନିଜର ବୟାନ ଦେଇ ସାରିଛନ୍ତି। ସେ ନିଜ ବୟାନରେ ପ୍ରସନ୍ନଜିତଙ୍କୁ ହତ୍ୟା କରାଯାଇଛି କି ନାହିଁ ଏ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଛନ୍ତି। ସେହିପରି ପୂର୍ବରୁ ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ଏଏସ୍‌ଆଇ ସୀମାଞ୍ଚଳ ସାହୁ ଯିଏକି ଉକ୍ତ ମାମଲାର ଅଭିଯୋଗକାରୀ ସେ ପ୍ରଥମ ସାକ୍ଷୀ ଭାବେ କୋର୍ଟରେ ହାଜର ହୋଇ ନିଜର ବୟାନ ଦେଇଥିଲେ। ପରେ ଛତ୍ରପୁର ଜିଆର୍‌ପି ହେଡ୍‌ କନଷ୍ଟେବଲ ପ୍ରସନ୍ନ କୁମାର ନାୟକ, ବ୍ରହ୍ମପୁର ଜିଆର୍‌ପି କନଷ୍ଟେବଲ କୈଳାସ ଚନ୍ଦ୍ର ବେହେରା, ଚେନ୍ନାଇ- ହାଓଡା ଟ୍ରେନ୍‌ର ଗାର୍ଡ ଆର୍‌. କମଳାକର ଓ ଉକ୍ତ ଟ୍ରେନ୍‌ର ଡ୍ରାଇଭର ଜି. ଶ୍ରୀନିବାସ ରାଓଙ୍କ ପୃଥକ୍‌ ଭାବେ କୋର୍ଟରେ ବୟାନ ରେକର୍ଡ କରାଯାଇଛି ବୋଲି ଏପିପି ରଜତ କୁମାର ଦାଶ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୨୨ ଜୁଲାଇ ୫ ଅପରାହ୍ନରେ ଜଣେ ଯୁବକଙ୍କୁ ଟ୍ରେନ୍‌ ଭିତରେ ଛୁରି ଭୁସି ହତ୍ୟା କରାଯାଇଥିଲା। ଉକ୍ତ ହତ୍ୟା ଘଟଣାଟି ଚେନ୍ନାଇ-ହାଓଡା ଟ୍ରେନ୍‌ରେ ଛତ୍ରପୁର ନିକଟରେ ଘଟିଥିଲା। ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ପ୍ରସନ୍ନଜିତ ଗୋରାଇ(୩୪)। ଏନେଇ ରେଳ ସୁରକ୍ଷା ବଳର ଏଏସ୍‌ଆଇ ସୀମାଞ୍ଚଳ ସାହୁଙ୍କ ଅଭିଯୋଗ ପରେ ରେଳପଥ ପୋଲିସ ନଂ. ୪୭/୨୨ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ରକ୍ତଭିଜା ଛୁରି ଓ ହତ୍ୟାକାରୀଙ୍କ ରକ୍ତଭିଜା କପଡ଼ା ଜବତକରି ପରୀକ୍ଷା ପାଇଁ ପଠାଇଥିଲା। ପୋଲିସ ହତ୍ୟାକାରୀ ସୁବୋଧ ଗୋରାଇଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। କୌଣସି ଏକ ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri