ଅଭିନେତ୍ରୀ ରିୟାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର

କଟକ,୧୧ା୭: ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ  ଅଡୁଆରେ ପଡ଼ିଛନ୍ତି। ତାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରଶେଖରପୁର ଥାନାର ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ମାମଲା ହୋଇଥିଲା।

ସୂଚନାଯୋଗ୍ୟ, ରିୟା ଓ ତାଙ୍କ ସ୍ବାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପୀଡ଼ିତା ବର୍ଷା ବେହେରା (୧୯) ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ବର୍ଷାଙ୍କୁ ରିୟା ଦେଢ଼ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। କଟକ ମହାନଦୀ ବିହାରସ୍ଥିତ ରିୟାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ବର୍ଷା ସୋମବାର ଭୁବନେଶ୍ୱର ଚାଲିଆସିଥିଲେ। ବର୍ଷା କଟକରୁ ବସ୍‌ରେ ଆସି ଚନ୍ଦ୍ରଶେଖରପୁରରେ ରହୁଥିବା ତାଙ୍କର ଜଣେ ପରିଚିତ ଭଉଣୀ ମାଧୁରୀଙ୍କ ଘରକୁ ଯାଇଥିଲେ। ହେଲେ ମାଧୁରୀ ଘରେ ନ ଥିବାରୁ ବର୍ଷା ରାସ୍ତାରେ କାନ୍ଦୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ବର୍ଷାଙ୍କୁ ଈଶାନେଶ୍ୱର ଶିଶୁ ସୁରକ୍ଷା ଟିମ୍‌କୁ ହସ୍ତାନ୍ତର କରିଥିଲେ। ମାଧୁରୀ ମଙ୍ଗଳବାର ପହଞ୍ଚିବା ପରେ ଶିଶୁ ସୁରକ୍ଷା ଟିମ୍‌ ସହ ବର୍ଷାଙ୍କୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଅନୁଯାୟୀ, ରିୟା ତାଙ୍କୁ ଘର କାମ ସହ ଅନ୍ୟାନ୍ୟ କାମ କରାଉଥିଲେ। ରିୟା ତାଙ୍କୁ ୮ହଜାର ଟଙ୍କା ସହ ଭରଣପୋଷଣ ଦେବା ପାଇଁ ଚୁକ୍ତି କରିଥିଲେ। ହେଲେ କିଛିଦିନ ତଳେ ବର୍ଷା ତାଙ୍କ ପୈତୃକ ଘରକୁ ଯିବାକୁ କହିବାରୁ ରିୟା ବାରଣ କରିଥିଲେ। ଏପରିକି ରିୟା ତାଙ୍କୁ ମାଡ଼ମାରି ଘରେ ବନ୍ଦ କରିଦେଇଥିଲେ। ରିୟା ତାଙ୍କୁ ଦିନକୁ ୨୦ ଥର ଉଠ୍‌ବସ୍‌ କରାଉଥିଲେ। ସ୍ବାମୀ ସୁନୀଲ ତାଙ୍କ ଉପରକୁ ମଦ ବୋତଲ ଫୋପାଡୁଥିଲେ। ନିର୍ଯାତନାରେ ବର୍ଷା ଆହତ ହୋଇଥିବା ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ନେଇ ରିୟା କିମ୍ବା ତାଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?