Posted inUncategorized

ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ହେବ ମାପକାଠି

ଯାଜପୁର ଅଫିସ,୨।୩: ରାଜ୍ୟର ଅନ୍ୟତମ ୧୫୩ ବର୍ଷର ପୁରୁଣା ଯାଜପୁର ପୌର ପରିଷଦରେ ଦୀର୍ଘ ୩ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଛି। ବୁଧବାରଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଥିବାରୁ ଏହି ପୁରୁଣା ସହରରେ ଆଶାୟୀ ପ୍ରାର୍ଥୀ ଏବଂ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ପ୍ରମୁଖ ରାଜନୈତିକ ଦଳ ବିଜେଡି ସମେତ ଭାଜପା ଓ କଂଗ୍ରେସ ସମସ୍ତ ୧୮ ୱାର୍ଡରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ଉନ୍ନତିମୂଳକ କାମ ମାପକାଠି ହେବ ବୋଲି ସହରବାସୀ କହିଛନ୍ତି।
୧୮୬୯ରେ ତତ୍କାଳୀନ ବ୍ରିିଟିଶ୍‌ ସରକାରଙ୍କ ଦ୍ୱାରା ଯାଜପୁର ପୌରପାଳିକା ଗଠନ ହୋଇଥିଲା। ଏହି କ୍ରମରେ ୨୦୧୮ରେ ଏହି ପୌର ପରିଷଦ ପକ୍ଷରୁ ବେଶ୍‌ ଧୁମ୍‌ଧାମ୍‌ରେ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଥିଲା। ଯାଜପୁର ପୌର ପରିଷଦର ନିର୍ବାଚନ ଅବଧି ୩୦ା୯ା୨୦୧୮ରେ ଶେଷ ହୋଇଥିଲା। ପରିଷଦ ଅଧ୍ୟକ୍ଷା/ଅଧ୍ୟକ୍ଷ ନିର୍ବାଚନ ୧୯୯୨ରେ ପ୍ରତ୍ୟକ୍ଷ ଭାବେ ହୋଇଥିବାବେଳେ ଦୀର୍ଘ ୩୦ ବର୍ଷ ପରେ ପୁଣି ଏହି ଧାରାର ପୁନରାବୃତ୍ତି ହେଉଛି। ଏଥର ପୌରାଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ କିଏ ଉପଯୁକ୍ତ ପ୍ରାର୍ଥୀ ହେବ, ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଏହି ପୁରାତନ ମ୍ୟୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ରେ ରାସ୍ତାଘାଟ, ପରିମଳ, ଡ୍ରେନେଜ୍‌, ଆଲୋକୀକରଣ ବ୍ୟବସ୍ଥାର ସୁଧାର ହୋଇଥିଲେ ବି ଆହୁରି ଅନେକ କାମ ବାକି ଅଛି। ସହରବାସୀ ମଶା ଉପଦ୍ରବ ଓ ଆବର୍ଜନା ନିଷ୍କାସନକୁ ନେଇ ହଇରାଣ ହେଉଛନ୍ତି। କେତେକ ୱାର୍ଡ଼ରେ ବିନା ଯୋଜନାରେ ନୂତନ କଂକ୍ରିଟ୍‌ ରାସ୍ତା ନିର୍ମାଣ ହୋଇଛି ା ପରିସ୍ଥିତି ଏପରି ହୋଇଛି ଯେ, ସେହି ରାସ୍ତା ଲାଗି ବର୍ଷାଜଳ ଲୋକଙ୍କ ଘରେ ପ୍ରବେଶ କରୁଛି ା ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୀମା ଲଂଘିଛି। ଅନ୍ୟପକ୍ଷେ ପ୍ରଶାସନିକ ଅଧିକାରୀ ଶାସନ ସମୟରେ ଯାଜପୁର ସହରର ଆଲୋକୀକରଣ, ସ୍ବାସ୍ଥ୍ୟ ଓ ପାନୀୟଜଳ ଯୋଗାଣ, କୁସୁମାର ସୌନ୍ଦର୍ଯ୍ୟକରଣ, ବରାହ ନାଥ, ବିରଜା ପାନ୍ଥ ନିବାସ ଇତ୍ୟାଦି ବହୁତ ଉନ୍ନତିମୂଳକ କାମ କରାଯାଇଛି। ତେଣୁ ସେହି ଉନ୍ନତିମୂଳକ କାମ ସହ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଭୋଟରମାନେ ଏବେଠୁ ପରଖୁଛନ୍ତି।
ଅନ୍ୟପକ୍ଷେ କେତେଜଣ ଭୋଟର ନୂଆ ଚେହେରାକୁ ପସନ୍ଦ କରୁଥିବା ଚର୍ଚ୍ଚା ହେଉଛି। ସହରରେ ମୋଟ୍‌ ୨୯,୫୧୫ ଭୋଟର ଅଛନ୍ତି। ସେହି ଭୋଟରମାନେ ୩୬ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ପରିପ୍ରେକ୍ଷୀରେ ଟିକେଟ ପାଇଁ ବହୁ ଆଶାୟୀ ନେତାଙ୍କ ଘରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri