ସୁନାର ମାସ୍କ ପିନ୍ଧି ଚର୍ଚ୍ଚାରେ କଟକର ଏହି ବ୍ୟବସାୟୀ

କଟକ ଅଫିସ,୧୬ା୭: କରୋନା ମହାମାରୀ ଆରମ୍ଭ ହେବା ସମୟରେ ନିଜର ସୁରକ୍ଷା ପାଇଁ ଲୋକେ ମୁହଁରେ ଯେଉଁ ମାସ୍କ ପିନ୍ଧୁଥିଲେ, ତାହା ଏବେ ଫ୍ୟାଶନର ରୂପ ନେଲାଣି। ବଜାରରେ ଏବେ ଅନେକ ଅଭିନବ  ଓ ଆକର୍ଷଣୀୟ ରୂପର ମାସ୍କ ମିଳୁଛି। କିନ୍ତୁ କଟକ ସହରର ୬୨ ବର୍ଷୀୟ ଆଲୋକ ମହାନ୍ତିଙ୍କ ମୁହଁରେ ଯେଉଁ ମାସ୍କ ରହିଛି, ତାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। କାରଣ ତାହା ସୁନାରେ ତିଆରି ମାସ୍କ, ଯାହାର ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କା ବୋଲି ଖୋଦ୍‌ ଆଲୋକ କହିଛନ୍ତି।
କଟକ ମେରିଆବଜାରରେ ଥିବା ଆଲୋକ ଫର୍ନିଚରର ମାଲିକ ଆଲୋକଙ୍କୁ ସହରର ସମସ୍ତେ ଗୋଲ୍ଡମ୍ୟାନ ଭାବେ ଜାଣନ୍ତି। ତାଙ୍କ ବେକରେ ୨ କେଜି ଓଜନର ସୁନାହାର ଝୁଲୁଥାଏ। ଏପରିକି ସେ ପିନ୍ଧୁଥିବା ଟୋପିଟି ମଧ୍ୟ ସୁନା ଖଚିତ। ହାତରେ ରତ୍ନଖଚିତ ବଡ଼ ମୁଦି। ବଲିଉଡ୍‌ର ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ବାପ୍ପି ଲାହିରୀଙ୍କୁ ଟିଭିରେ ଦେଖିବା ପରେ ୧୫ ବର୍ଷ ତଳେ ତାଙ୍କ ପରି ବେକରେ ସୁନା ଅଳଙ୍କାର ପିନ୍ଧିବା ସଉକ ଆରମ୍ଭ ହୋଇଛି ବୋଲି ଆଲୋକ କୁହନ୍ତି। କିଛି ଦିନ ତଳେ ମୁମ୍ବାଇର ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧିଥିବା ଖବର ଜାଣିବା ପରେ ସେ ନିଜେ ମଧ୍ୟ ସେହିପରି ଏକ ମାସ୍କ ପିନ୍ଧିବାକୁ ମନ ବଳାଇଥିଲେ। କଟକର ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଜରିଆରେ ଏନ୍‌-୯୫ ମାସ୍କ ଉପରେ ସୁନାର ପ୍ରଲେପ ଦିଆଯାଇ ତିଆରି ହୋଇଥିବା ଏହି ମାସ୍କ ମୁମ୍ବାଇରୁ ଅର୍ଡର ହୋଇଥିଲା। ଅର୍ଡର ଦେବାର ୨୨ ଦିନ ପରେ ମାସ୍କଟି କଟକରେ ପହଞ୍ଚତ୍ଥିଲା। ଏଥିରେ ପ୍ରାୟ ୧୦୦ ଗ୍ରାମର ସୁନା ଲାଗିଛି। ଏ ନେଇ ଆଲୋକ କୁହନ୍ତି, ଲୋକଙ୍କ ସେବାରେ କେବେ ହେଳା କରିନାହିଁ। ତେଣୁ ନିଜ ସଉକ ପୂରଣ କରିବାରେ କିଛି ଅସୁବିଧା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?