ବିବାହିତା ଭଉଣୀଙ୍କୁ ୪୦ ହଜାର ଟଙ୍କାରେ ବିକି ଦେଲେ ଭାଇ

ପାଟଣା,୬।୩: ବିହାରର ଭାଗଲପୁର ନାଥନଗର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ନିଜ ଭାଇ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣା ସହ ଜଡିତ ଭିଡିଓ ଶୁକ୍ରବାର ଭାଇରାଲ ହୋଇଛି। ଭିଡିଓରେ ମହିଳା ଜଣକ ନିଜକୁ ଦୁଇ ଜଣଙ୍କ ନିକଟରେ ଭାଇ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି। ଯେତେବେଳେ ନାଥନଗରରେ ତାଙ୍କ ଭାଇ ତାଙ୍କୁ ଭେଟିବାକୁ ଆସି ନ ଥିଲେ ସେତେବେଳେ ମହିଳାଙ୍କର ସନ୍ଦେହ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରି ମହିଳାଙ୍କୁ ପଚରାଉଚରା କରିଥିଲା। ତେବେ ପୋଲିସ କିଣାବିକା କଥାକୁ ମନା କରଛି।

ସୂଚନା ଅନୁଯାୟୀ, ସିଟି ଏଏସ୍‌ପି ପୂରଣ ଝା ମହିଳାଙ୍କୁ ପଚରାଉଚରା କରିଥିଲେ। ମହିଳା ଜଣକ ଘରକୁ ଯିବାକୁ କହିଥିଲେ ଏବଂ ଲିଖିତ ମାମଲା କରିବାକୁ ମନା କରିଦେଇଥିଲେ। ଇନ୍ସପେକ୍ଟର ସାଜାଦ ହୁସେନ କହିଛନ୍ତି ଯେ, ମହିଳା ଜଣକ ବିବାହିତ। ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ପ୍ରଥମ ସ୍ବାମୀ ତାଙ୍କୁ ଛାଡ଼ି ଦେଇଛନ୍ତି। ଏହି ଘଟଣା ଦ୍ୱିତୀୟ ବିବାହ ସହିତ ଜଡ଼ିତ। ମହିଳାଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ତେବେ ନାଥନଗର ପୋଲିସ ମହିଳାଙ୍କ ମା ଏବଂ ମାମୁଙ୍କୁ ଘୋଗା ପଠାଇ ମାମଲାର ତଦନ୍ତ କରୁଛି।

ମହିଳା ଜଣକ କହିଛନ୍ତି ଯେ, ଘୋଗା ବଜାରରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କ ବାପଘରକୁ ଆସିଥିଲେ। ତାଙ୍କ ଭାଇଙ୍କ ସହ ଉକ୍ତ ଦୁଇ ବ୍ୟକ୍ତିଙ୍କର ବନ୍ଧୁତା ଥିଲା। ଭାଇଙ୍କ ଅନୁପସ୍ଥିତିରେ ଦୁହେଁ ଘରେ ପହଞ୍ଚି ଭାଇଙ୍କୁ ଡାକିବା ସହ କାର୍‌ରେ ନେଇଯିବା କଥା କହିଥିଲେ। ସେ ନାଥନଗରରେ ପହଞ୍ଚିବା ପରେ ମଧ୍ୟ ଭେଟି ନ ଥିଲେ। ଏହି ସମୟ ମଧ୍ୟରେ ଦୁହେଁ ମୋ’ ଭାଇକୁ ୪୦ ହଜାର ଟଙ୍କା ଦେଇଥିବା କହିଥିଲେ। ଏହା ପରେ ମହିଳା ଜଣକ ପାଟି କରିଥିଲେ। ପରେ ଅପହରଣକାରୀମାନେ କାର୍‌ ଅଟକାଇଥିଲେ। ପୋଲିସ ପହଞ୍ଚିବା ପରେ ମହିଳାଙ୍କ ଜୀବନ ରକ୍ଷା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri