୩୬ କୋଟି ଟଙ୍କା ବ୍ୟୟରେ କଣ୍ଠିଆନାଳ ସେତୁ ନିର୍ମାଣ ହେବ

ପଟ୍ଟାମୁଣ୍ଡାଇ,୩ା୧୧ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ  ପଞ୍ଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ୧୭ବର୍ଷ ତଳେ ଅରମ୍ଭ ହୋଇ ୨ଟି ପିଲର ଅଧା ଉଠି ଏ ପର୍ଯ୍ୟନ୍ତ ବନ୍ଦ ହୋଇ ପଡିରହିଛି। ଯାହାକୁ ନେଇ ୩ ରାଜସ୍ବ ଗାଁର ଅଧିବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ବିପଦପୂର୍ଣ୍ଣ ଭାବେ ଡଙ୍ଗା ଦ୍ୱାରା ନାଳ ପାର ହେବାକୁ ପଡୁଛି। କଣ୍ଠିଆ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ତ୍ୱରିତ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଓ ବିଭିନ୍ନ ସଙ୍ଗଠନ ଦାବି ଆନ୍ଦୋଳନ ଜାରି ରଖି ଆସୁଥିଲେ। ଏ ନେଇ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ବ୍ୟୟ ଅଟକଳକୁ ମଞ୍ଜର ଦେଇ ଜାତୀୟ ଜଳପଥ-୫ ଅଧୀନରେ ଥିବା କଣ୍ଠିଆ ନାଳର କୃଷ୍ଣଦାସପୁର ସିଂହଗାଁ  ସେତୁ ପାଇଁ ବିଜୁ ସେତୁ ଯୋଜନାରେ ମୋଟ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ବରାଦ ହୋଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହ ଏଗ୍ରିମେଣ୍ଟ ସରିଛି ବୋଲି ସହକାରୀ ଯନ୍ତ୍ରୀ ବିନୋଦ କୁମାର ଦାଶ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ସିଂହଗାଁର ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ଏହି କଣ୍ଠିଆ ନାଳ ସେତୁ ନିର୍ମାଣ ହେଲେ ସିଂହଗାଁ  ପଞ୍ଚାୟତର ସିଂହଗାଁ , ନୂଆପାଟଣା, ସାନରାଉଳିଆ ଓ ବଡରାଉଳିଆ ଗାଁଗୁଡିକୁ ସବୁଦିନିଆ ଗମନାଗମନ ସୁବିଧା ସମ୍ଭବ ହେବ। ଏହାଦ୍ୱାରା ଆଳି ବ୍ଲକର ଏରଡଙ୍ଗ ଓ ପାଳିମି ପଞ୍ଚାୟତର ଦୂରତା କେନ୍ଦ୍ରାପଡ଼ାଠାରୁ ୨୫କି.ମି. କମିବ। ସହରଠାରୁ ସିଂହଗାଁ  ମାତ୍ର ୨୬ କି.ମି. ଦୂର। ଏଠାରେ ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଏବେ ବି ଅପହଞ୍ଚ। ଗର୍ଭବତୀ ଭାର ସାହାଯ୍ୟରେ ୧୦ କି.ମି. ଦୂର ଅଣ୍ଢରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ୨୨ କି.ମି. ଦୂର ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ସିଂହଗାଁ, ରାଉଳିଆଡ଼ିଆ ଓ କୃଷ୍ଣଦାସପୁର ରାଜସ୍ବ ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ପହଞ୍ଚତ୍ ପାରୁନାହିଁ। କେବଳ ଏତିକି ନୁହେଁ, ଏହି ୩ ରାଜସ୍ବ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜକୁ ଯିବାକୁ କଣ୍ଠିଆ ନାଳ ବାଧା ସୃଷ୍ଟି କରୁଛି। ବର୍ଷକ ମଧ୍ୟରେ ପ୍ରାୟ ୮ ମାସ ଧୋୟାଞ୍ଚଳରେ ଥିବା ଏହି ୩ ରାଜସ୍ବ ଗ୍ରାମର ଅଧିବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, କଣ୍ଠିଆ ନାଳ ସେତୁ ନିର୍ମାଣ ଜାତୀୟ ଜଳପଥ ୫ ବାଧକ ସାଜିଥିବା ବେଳେ ଏବେ ଜଳପଥ-୫ ଅଧୀନରେ ଏହି ସେତୁ କାମ ଆରମ୍ଭ ହେବ ବୋଲି ଶୁଣା ଯାଉଛି। ଏହି କଣ୍ଠିଆ ନାଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ଅଧୀନରେ ଥିବା ୬୨୩ କି.ମି. ଲମ୍ବର ୫ ନଂ. ଜାତୀୟ ଜଳପଥ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ୯୧ କି.ମି. ଥିବା ବେଳେ ଓଡ଼ିଶାରେ ଅବଶିଷ୍ଟ ୫୩୨ କି.ମି. ରହିଛି। ଏହି ଜଳପଥ ପ୍ରକଳ୍ପ କେତେକ କାରଣରୁ ନିର୍ମାଣ ବନ୍ଦ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବରୁ ଏହାର ଅଗ୍ରଗତି ହୋଇପାରୁନାହିଁ। ଏହି ଜଳପଥ ମଧ୍ୟରେ ସିଂହଗାଁ  କଣ୍ଠିଆ ନାଳ ଅନ୍ତର୍ଭୁକ୍ତ ହୋଇଛି। ତେବେ ଏହି ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅନ୍ତର୍ଭୁକ୍ତ ହେବାରୁ ତାହା ବନ୍ଦ ହୋଇରହିଥିଲା। ସିଂହଗାଁର ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ଜେନା କହିଛନ୍ତି, ଏହି ସେତୁ ନିର୍ମାଣ ପରେ ୩ ରାଜସ୍ବ ଗ୍ରାମର ୫ ହଜାରରୁ ଅଧିକ ଅଧିବାସୀଙ୍କ ସମସ୍ୟା ସମାଧାନ ହେବ। ୨୦୦୮ରେ ସେତୁ ନିର୍ମାଣ ପାଇଁ କେତେକ ଜମି ସମସ୍ୟା ଦେଖାଦେଇଥିଲା। ୨୦୧୨ରେ ସରପଞ୍ଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରିଥିଲି। ପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ମଧ୍ୟ କରିଛୁ। ଯାହା ହେଉ ସେତୁ ନିର୍ମାଣ ପାଇଁ ଏଗ୍ରିମେଣ୍ଟ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ପୂର୍ବତନ ସରପଞ୍ଚ ଜୟନ୍ତୀ ଦାସ କହିଛନ୍ତି, ସିହଗାଁ  ସେତୁ ନିର୍ମାଣ ହେଲେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ହେବ ନାହିଁ। ଆବାସ ଯୋଜନାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ ଆଦି ମୌଳିକ ସୁବିଧା ଲୋକଙ୍କ ପାଖରେ ତ୍ୱରିତ ପହଞ୍ଚତ୍ ପାରିବ। ଏ ସମ୍ପର୍କରେ ସହନିର୍ବାହୀଯନ୍ତ୍ରୀ ବିନୋଦ ଦାଶଙ୍କୁ ପଚାରିବାରେ ଗ୍ରାମ ଉନ୍ନୟନ ବିଭାଗ ବ୍ୟୟ ଅଟକଳ କରାଯାଇ ପ୍ରାୟ ୩୬ କୋଟି ଟଙ୍କା ବ୍ୟୟ ବରାଦ ହୋଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହିତ ୨୮ା୭ା୨୦୨୩ରେ ଏଗ୍ରିମେଣ୍ଟ ସରିଛି। ଏହାରି ଭିତରେ କାମ ଆରମ୍ଭ ହୋଇ ୨୭ା୭ା୨୦୨୫ ସୁଦ୍ଧା କାମ ସାରିବାକୁ ଅବଧି ଦିଆଯାଇଛି। ଜାତୀୟ ଜଳପଥ-୫ ଅଧୀନରେ କଣ୍ଠିଆ ନାଳର କୃଷ୍ଣଦାସପୁର ସିଂହଗାଁ ବିଜୁ ସେତୁ ଯୋଜନାରେ କାର୍ଯ୍ୟ କାରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri