ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି।

ସୂଚନାରୁ ଜଣାପଡ଼ିଛି, ଏହି ପୋଲ ଉପରେ କଣ୍ଟିପାଳ, ତରତରା, କାଠକଟା, ଶାଳବଣି,ବାଉଁଶଗଡ଼ ସମେତ ପ୍ରାୟ ୫ଟି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି l ମୁଖ୍ୟ ରାସ୍ତାର ଏହି ସେତୁ ବର୍ଷା ପ୍ରଭାବରେ ୩ ମାସ ତଳେ ଏହା ଦବିଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ସରପଞ୍ଚଙ୍କୁ ଜଣାଇବା ସହ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ପୋଲଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ସ୍ଥାନୀୟ ଲୋକେ ବଡ଼ବଡ଼ ଗାଡ଼ି ଛାଡ଼ିବାକୁ ବାରଣ କରିଥାନ୍ତି। ହେଲେ ଶନିବାର ସକାଳୁ ଏକ ବୋରଓ୍ବେଲ୍‌ ଗାଡ଼ି ପାର୍‌ ହେଉ ହେଉ ସଙ୍ଗେ ସଙ୍ଗେ ପୋଲଟି ଭାଙ୍ଗିଯାଇଥିଲା। ଯାହା ଫଳରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ।

ଏଠାରେ ଖୁବ୍‌ଶୀଘ୍ର ଏକ ନୂତନ ପୋଲ କରିବା ପାଇଁ ରବୀନ୍ଦ୍ର ହୋ, ରାଜେନ୍ଦ୍ର ମାଝୀ, ପ୍ରମୋଦ ନାଏକ, ଧନେଶ୍ୱର ମାଝୀ, ମାଟୁରାମ ମାଝୀ, ରାଜେନ୍ଦ୍ର ମାଝୀ, କାଳନ୍ଦୀ ହୋ, ଦିବାକର ନାଏକ ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Share