ଭାଙ୍ଗିଲା ବ୍ରିିଜ୍‌, ଲଟକି ରହିଲା ମାଟି ବୋଝେଇ ହାଇଓ୍ବା

ବାଣପୁର,୨୫ା୧(ଦିଲ୍ଲୀପ କୁମାର ସ୍ବାଇଁ): ଭାଙ୍ଗିଲା ବ୍ରିଜ୍‌, ଫସିଲା ମାଟି ବୋଝେଇ ହାଇଓ୍ବା। ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗମ୍ଭାରୀମୁଣ୍ଡା ରାସ୍ତାରେ ଥିବା ନଛିପୁର ବ୍ରିଜ୍‌ ଭାଙ୍ଗିଲା। ମାଟି ବୋଝେଇ ହାଇଓ୍ବା ଗମ୍ଭାରୀମୁଣ୍ଡାରୁ ବାଣପୁର ଆସୁଥିବା ଥିବା ସମୟରେ ନଛିପୁର ବ୍ରିଜ ଭାଙ୍ଗିଯିବା ଫଳରେ ଲଟକି ରହିଛି। ମାଟି ବୋଝେଇ ହାଇଓ୍ବା। ଫଳରେ ଯାତାୟାତ ବାଧାପ୍ରାପ୍ତ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲଫର ଫେରାର।
ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗମ୍ଭାରୀମୁଣ୍ଡା ରାସ୍ତାରେ ଥିବା ନଛିପୁର ବ୍ରିଜ ଭାଙ୍ଗିଲା। ଫଳରେ ଫସି ରହିଛି ମାଟି ବୋଝେଇ ହାଇଓ୍ବା। ସେହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଆଜି ସକାଳୁ ଗମ୍ଭାରୀମୁଣ୍ଡାରୁ ବାଣପୁର ଏକ ମାଟି ବୋଝେଇ ହାଇଓ୍ବା ଆସୁଥିଲା। ହଠାତ୍‌ ପୋଲ ଉପରେ ଗାଡ଼ି ଯିବାବେଳକୁ ପୋଲଟି ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ଦୁଇଖଣ୍ଡ ହୋଇଯାଇଛି। ଯାହାଫଳରେ ଏହି ରାସ୍ତାଦେଇ ଗୋଟିଏ ପଞ୍ଚାୟତ ସହିତ ଗମ୍ଭାରୀମୁଣ୍ଡା ଅଞ୍ଚଳର ଲୋକମାନଙ୍କ ଯାତାୟାତ ଠପ୍‌ ହୋଇଯାଇଛି।

ଦୀର୍ଘ ୪୦ ବର୍ଷର ପୋଲକୁ ପୁନଃନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରି ଆସୁଥିଲେ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୧ରେ ଆରମ୍ଭ ହୋଇ ୨୦୨୨ରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ୨କୋଟି ୩୯ ଲକ୍ଷ ୯୨ ହଜାର ଟଙ୍କାରେ ଏକ ନୂଆ ସେତୁ ନିର୍ମାଣ ପାଇଁ ଅଟକଳ ହୋଇଥିଲା। ସେବେଠାରୁ ହେଲେ ଅଧାପନ୍ତରିଆ ଭାବରେ ପଡ଼ିରହିଛି। ଯାହା ଫଳରେ ଆଜି ଏଭଳି ପରିସ୍ଥିତି ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା। ଏମିତି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏପଟେ ମାଟି ବୋଝେଇ ହାଇଓ୍ବା ମାଲିକ କହିଛନ୍ତି, ହାଇଓ୍ବାରେ ଡଷ୍ଟ ଯାଉଛି। ହେଲେ ହାଇଓ୍ବାରେ ମାଟି ଯାଉଥିବା ଜଣାନଡ଼ିଛି। ଅନ୍ୟପଟେ ଘଟଣାସ୍ଥଳରେ ବାଣପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।

Dharitri –Odisha’s No.1 Trusted Odia Daily